କଟକରେ ସର୍ବସାଧାରଣ ବୁ୍ୟରୋ କାର୍ଯ୍ୟାଳୟ ଉଦ୍‍ଘାଟିତ

28

କଟକ, ୧ା୭(ବୁ୍ୟରୋ): ସର୍ବସାଧାରଣ ସମ୍ବାଦପତ୍ରର ଆଜି କଟକ ବୁ୍ୟରୋ କାର୍ଯ୍ୟାଳୟ ଉଦ୍‍ଘାଟିତ ହୋଇଯାଇଛି । ସର୍ବସାଧାରଣ ବାର୍ତ୍ତା ସମ୍ପାଦକ ଗଣେଶ ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ପରିଚାଳନା ସଞ୍ଚାଳକ ଅକ୍ଷୟ ପାଲ, ପ୍ରଶାସନିକ ମୁଖ୍ୟ ବ୍ରହ୍ମାନନ୍ଦ ମହାନ୍ତି, ପ୍ରସାର ମୁଖ୍ୟ ସୁକାନ୍ତ ନାୟକ ଉପସ୍ଥିତ ଥିବାବେଳେ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସିଏମ୍ସି ମେୟର ଅନୀତା ବେହେରା, ବରିଷ୍ଠ ସାମ୍ବାଦିକ ସୌଭାଗ୍ୟ ସୁନ୍ଦରରାୟ, ତପନ ମହାନ୍ତି, ଦୀପକ ଷଡ଼ଙ୍ଗୀ, ଶକ୍ତିପ୍ରସାଦ ମିଶ୍ର, ଦେବୀ ପ୍ରସନ୍ନ ଖୁଣ୍ଟିଆ, ପ୍ରଶାନ୍ତ ମହାନ୍ତି, ସନ୍ତୋଷ ଖୁଣ୍ଟିଆ, କର୍ପୋରେଟର ପ୍ରଦୀପ ସାମନ୍ତରାୟ, ଚିରଞ୍ଜିବୀ ସାହୁ, ପୂର୍ବତନ କର୍ପୋରେଟର ନରୋତ୍ତମ ଦାସ, ପ୍ରଦୀପ ଖୁଣ୍ଟିଆ, ସୁଧିର ରାଉତ, ଅବଦୁଲ ମଲ୍ଲିକ, ସମ୍ବାଦପତ୍ର ବିକ୍ରେତା ସଂଘ ପକ୍ଷରୁ ବିଜୟ ପଢିହାରୀ, ବିଜୟ ଦାସ, ରଙ୍ଗାଧର ନାୟକ ପ୍ରମୁଖ ଯୋଗଦେଇ ସର୍ବସାଧାରଣର ସମ୍ବାଦ ପରିବେଷଣ ଅତ୍ୟନ୍ତ ଉଚ୍ଚକୋଟିର ହେଉଥିବା ଦର୍ଶାଇବା ସହ ଏହାର ଉତ୍ତୋରତ୍ତର କାମନା କରିଥିଲେ । ଶେଷରେ ଉପସ୍ଥିତ ଥିବା ସମସ୍ତ ଶୁଭେଚ୍ଛୁଙ୍କୁ ବୁ୍ୟରୋ ମୁଖ୍ୟ ପ୍ରଫୁଲ୍ଲ ଶତପଥୀ ଧନ୍ୟବାଦ ଦେଇଥିଲେ ।




Powered by odothemes.com