cm

୧୩୩ ପଞ୍ଚାୟତକୁ ୩୫.୯୩ କୋଟି ମଞ୍ଜୁର

16

‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ
ଭୁବନେଶ୍ୱର,୯ା୧୧(ବୁ୍ୟରୋ): ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୫ଟି ବ୍ଲକ ପାଇଁ ୩୫.୯୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକଗୁଡ଼ିକ ହେଲା- ନବରଙ୍ଗପୁର ଜିଲ୍ଲାର ରାଇଘର, ଯାଜପୁର ଜିଲ୍ଲାର ଦଶରଥପୁର, ବାଲେଶ୍ୱର ଜିଲ୍ଲାର ବାଲିଆପାଳ, କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ଓ ଜଗତସିଂହପୁର ଜିଲ୍ଲାର ବିରିଡ଼ି ବ୍ଲକ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଇଘର ବ୍ଲକର ୨୬ଟି ପଞ୍ଚାୟତ ପାଇଁ ୭.୯୦୮ କୋଟି ଟଙ୍କାରେ ୩୪୯ଟି ପ୍ରକଳ୍ପ, ଦଶରଥପୁର ବ୍ଲକର ୩୫ଟି ପଞ୍ଚାୟତ ପାଇଁ ୧୦.୫୦ କୋଟି ଟଙ୍କାରେ ୪୯ୟ୮୦ଟି ପ୍ରକଳ୍ପ, ବାଲିଆପାଳ ବ୍ଲକର ୨୭ଟି ପଞ୍ଚାୟତ ପାଇଁ ୭.୨୯ କୋଟି ଟଙ୍କାରେ ୩୦୫ଟି ପ୍ରକଳ୍ପ, ଟାଙ୍ଗୀ-ଚୌଦ୍ୱାର ବ୍ଲକର ୨୪ଟି ପଞ୍ଚାୟତ ପାଇଁ ୫.୭୩ କୋଟି ଟଙ୍କାରେ ୩୫୦ଟି ପ୍ରକଳ୍ପ ଓ ବିରିଡ଼ି ବ୍ଲକର ୨୧ଟି ପଞ୍ଚାୟତ ପାଇଁ ୪.୫୦ କୋଟି ଟଙ୍କାରେ ୨୩୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୪୧ଟି ବ୍ଲକର ୫୨୭୬ଟି ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ୟମରେ ୪୮,୭୩୩ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୨୦୧.୦୪ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ, ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁର କରୁଛନ୍ତି । ଏହି କାର୍ଯ୍ୟକ୍ରମ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସାମୂହିକ କାର୍ଯ୍ୟାନ୍ୱୟନ ଓ ସ୍ୱଚ୍ଛ ପ୍ରଶାସନର ଶ୍ରେଷ୍ଠ ଉଦାହରଣ ହୋଇପାରିଛି । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com