FARMER---2018-PHOTO-TIHIDI

ରୋଇଲେ ଧାନ, ଫଳିଲା ବାଳୁଙ୍ଗା

12

ରାଜ୍ୟ ବିହନ ନିଗମର ଚରମ ଅବହେଳା
ତିହିଡ଼ି(ଆପ୍ର): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ·ଷ ଜମିରେ ଦେଖିବାକୁ ମିଳିଛି ଏକ ଅଦ୍ଭୂତ ଦୃଶ୍ୟ । ଧାନ ତଳି ପଡ଼ିଲା, ରୁଆ ଗଲା କିନ୍ତୁ ଫଳିଲା ବେଳକୁ ବାଳୁଙ୍ଗା । ଏହାକୁ ନେଇ ·ଷୀ ମୁଣ୍ଡରେ ହାତଦେଇ ବସିଛି । ପୂର୍ବରୁ ·ଷୀମାନେ ନିଜ ଜମିରୁ ଅମଳ ହେଉଥିବା ଧାନକୁ ଭଲଭାବେ ଶୁଖାଇ, ସଫା ସୁତୁରା କରି ବିହନ କରିବା ପାଇଁ ସାଇତି ରଖି ଥାନ୍ତି । କିନ୍ତୁ ବିଜ୍ଞାନର ଉନ୍ନତି ହେବା ପରେ ବୈଜ୍ଞାନିକ ପଦ୍ଧତିରେ ବିଶୋଧନ ହେଉଥିବା ବିହନ ନେଇ ·ଷ କଲେ ଅଧିକ ଅମଳ ହେବ ବୋଲି ଆଶା କରି ସମସ୍ତେ ସରକାରୀ ବିହନକୁ ଆପଣାଇ ଥିବାର ଲକ୍ଷ୍ୟ କରାଯାଇଥିଲା । ଓଡିଶା ରାଜ୍ୟ ବିହନ ନିଗମ ଦ୍ୱାରା ଟ୍ୟାଗିଂ କରାଯାଇଥିବା ହଜାର ହଜାର ବ୍ୟାଗ ବିହନ ପ୍ୟାକେଟ୍ ମଧ୍ୟ ମାର୍କେଟକୁ ଛଡାଗଲା । ·ଷୀମାନେ ଅନ୍ଧ ଭାବରେ ଅଧିକ ଅମଳ ଆଶାରେ ଏହାକୁ ବହୁ ଅଧିକ ମୂଲ୍ୟ ଦେଇ କ୍ରୟ କରି ·ଷ କଲେ । ବିଶେଷ କରି ଏହି ସରକାରୀ ବିହନର ବହୁଳ ବ୍ୟବହାର ଗତ ପ୍ରାୟ ୫ ବର୍ଷ ହେବ ଦେଖିବାକୁ ମିଳିଛି । ପ୍ରଥମେ ପ୍ରଥମେ ଏହି ବିହନ ·ଷ କରାଯିବା ପରେ କଲି ହୋଇଯିବା ଏବଂ ଝବା ହେଉଥିବା ଦେଖିବାକୁ ମିଳିଥିଲା । ଅର୍ଥାତ୍ ବିହନ ନିଗମ ଏଜେଣ୍ଟମାନେ ଟ୍ୟାଗ୍ ଦେଖି ଏହା ଗୋଟିଏ ପ୍ରକାରର ବିହନ ନାମ କହିଥିବା ବେଳେ ତାହା ଫଳିଲା ବେଳକୁ କିଛି ଧାନ ୩ ମାସରେ ପାଚି ଥିବା ବେଳେ ଅନ୍ୟ କିଛି ୪ ମାସରେ ପାଚୁଛି । ଯଦ୍ୱାରା ଗୋଟିଏ କିଆରିରେ ଆଗରୁ ପାଚିଥିବା ଧାନ ଅମଳ ହୋଇପାରି ନଥାଏ । ଏହାକୁ ନେଇ ସିଧାସଳଖ ସଂପୃକ୍ତ ଅଞ୍ଚଳର ·ଷୀମାନେ ବିହନ ନିଗମର ଚରମ ଅବହେଳାକୁ ଦାୟୀ କରିବା ସ୍ୱାଭାବିକ ବୋଲି ମତ ପ୍ରକାଶ ପାଉଛି ।
ଅନ୍ୟ ପକ୍ଷରେ କିଛି ବିଲରେ ମଧ୍ୟ ଧାନ ଫଳିବା ପରେ କଲି ହୋଇ ଫାଟି ଯାଇଥାଏ । ଯାହାକି ଚାଉଳ ହେବା ଯୋଗ୍ୟ ହୋଇ ନଥାଏ । ଏଥର କିନ୍ତୁ ଏହି ସରକାରୀ ବିହନ ନେଇ ·ଷ କରିଥିବା ଜମିରେ ବାଳୁଙ୍ଗା ଫଳିଛି । ଯାହାକି ·ଷୀର ଶ୍ରମ ଓ ଅର୍ଥ ବ୍ୟୟକୁ କିପରି ଭରଣା କରାଯାଇ ପାରିବ ସେ ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ବିହନ ନିଗମ ଦ୍ୱାରା ଯୋଗାଇ ଦିଆଯାଉଥିବା ବିହନ, ସେବା ସମବାୟସମିତି ଜରିଆରେ ଯୋଗାଇ ଦିଆଯାଉଥିବା ବିହନ, ବିଶେଷ କରି ସେବା ସମବାୟସମିତି କିମ୍ବା ଜାତୀୟକରଣ ବ୍ୟାଙ୍କରୁ ଋଣ ନେଇ ·ଷ କରିଥିବା ·ଷୀଙ୍କ ମୁଣ୍ଡରେ ଚଡକ ପଡିଯାଇଛି । ସେମାନେ କିପରି ଋଣ ପରିଶୋଧ କରିବେ ତାହା ବର୍ତ୍ତମାନ ମୁଖ୍ୟ ସମସ୍ୟା ହୋଇଥିବା ମତୋ ପଞ୍ଚାୟତ ଚଷାଖଣ୍ଡ ଗ୍ରାମର ·ଷୀ ଲକ୍ଷ୍ମୀଧର ପାଣିଗ୍ରାହୀ କହିଛନ୍ତି । ସେହି ଗ୍ରାମର ଖଗେଶ୍ୱର ନାୟକ, ବନମାଳି ନାୟକ, ସୁବାସ ସାହୁ, ବସନ୍ତ ପଣ୍ଡା, ରଶ୍ମୀକାନ୍ତ ପଣ୍ଡା, ଉମାକାନ୍ତ ନାୟକ, ରତ୍ନାକର ପାଣିଗ୍ରାହୀ, ରବିନ୍ଦ୍ର କର, କାଳନ୍ଦି ପରିଡା, କୃଷ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ·ଷୀ ଏହି ସମସ୍ୟାରେ ଶିକାର ହୋଇଥିବା ବେଳେ ମଉସୁଧା, ପରମାନନ୍ଦପୁର ଗ୍ରାମର ବିଭୂତି ବାରିକ, ଗୋବିନ୍ଦ ବାରିକଙ୍କ ସମେତ ବହୁ ·ଷୀ ଉକ୍ତ ବିଷୟରେ ଲିଖିତ ଭାବେ କୃଷି ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନଥିବା ଅଭିଯୋଗ କରିଛନ୍ତି । ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ·ଷୀଙ୍କ କ୍ଷୟକ୍ଷତି ଭରଣା ଦିଗରେ ଆବଶ୍ୟକ ପଦକ୍ଷେପ ନନେଲେ ଏହା ଆଗାମୀ ଦିନରେ ·ଷୀ ଆନେ୍ଦାଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com