KUNTALA-&-HER-FAMILY---2018-PHOTO-TIHIDI

ଦୁର୍ଦ୍ଦଶାରେ ଅଙ୍ଗନୱାଡି କର୍ମୀ ଓ ପରିବାର

17

ମିଥ୍ୟା ରିପୋର୍ଟ: ଚାକିରି ହରାଇ
ତିହିଡ଼ି(ଆପ୍ର): ତିହିଡ଼ି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଉପୁରଦୁମୁକା-୧ ଅଙ୍ଗନୱାଡି କେନ୍ଦ୍ରର କର୍ମୀ କୁନ୍ତଳା ବେହେରା ରାଜନୈତିକ ଆକ୍ରୋଶର ଶିକାର ହୋଇ ବହିଷ୍କୃତ ହୋଇଛନ୍ତି । ରାଜନୈତିକ ଚାପରେ ପଡି ଓ ସିଡିପିଓଙ୍କ ମିଥ୍ୟା ରିପୋର୍ଟ ଆଧାରରେ ଉପ ଜିଲ୍ଲାପାଳ ବିନା କାରଣରେ ଚାକିରିରୁ ବହିଷ୍କାର କରିଥିବା କୁନ୍ତଳା ବେହେରା ଅଭିଯୋଗ କରିଛନ୍ତି । ଶ୍ରୀମତୀ ବେହେରା ନିୟମିତ ଓ ନିଷ୍ଠାର ସହିତ କେନ୍ଦ୍ର ପରିଚାଳନା କରି ଆସୁଥିବା ବେଳେ ଗାଁର ଜଣେ ଶିକ୍ଷକ ତଥା ଶାସକ ଦଳର ନେତା ଆକ୍ରୋଶ ରଖି ଓ ରାଜନୈତିକ ପ୍ରଭାବ ବଳରେ ତାଙ୍କୁ ବହିଷ୍କାର କରିବା ଲାଗି ବ୍ୟବସ୍ଥା କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଶ୍ରୀମତୀ ବେହେରା ଏବେ ସ୍ୱାମୀ ଓ ପିଲାଛୁଆଙ୍କୁ ନେଇ ଦୁଃଖଦୁର୍ଦ୍ଦଶାରେ କାଳ କାଟୁଥିବା ଜଣାଯାଇଛି । ପରିବାରର ଏକମାତ୍ର ରୋଜଗାରକ୍ଷମ କୁନ୍ତଳା ଏହି ଅଙ୍ଗନୱାଡି କେନ୍ଦ୍ରରେ କର୍ମୀଭାବେ କାର୍ଯ୍ୟକରି ସ୍ୱଳ୍ପ ଦରମାରେ ୪ଟି ପିଲା ଓ ସ୍ୱାମୀଙ୍କୁ ନେଇ କୌଣସି ପ୍ରକାରେ ଚଳିଯାଉଥିଲେ । ତେବେ ଗାଁରେ ଜଣେ ବ୍ୟକ୍ତି ତାଙ୍କ ଉପରେ ଦାଉ ସାଧିଥିଲେ । ଅତି ଅନ୍ୟାୟ ଭାବରେ ତାଙ୍କ ବିରୋଧରେ ବିଭିନ୍ନ ଷଡଯନ୍ତ୍ର ରଚନା କରାଯିବା ସହ ତାଙ୍କୁ ଶେଷରେ ବହିଷ୍କାର କରାଯାଇଥିଲା । ସେ କେନ୍ଦ୍ରରେ ଅଗଷ୍ଟ୨୦୧୭ରୁ କାର୍ଯ୍ୟ କରୁନଥିବା ତିହିଡି ସିଡିପିଓଙ୍କ ରିପୋର୍ଟ ଆଧାରରେ ଉପଜିଲ୍ଲାପାଳ ତାଙ୍କୁ କାରଣ ଦର୍ଶାଅ ନୋଟିସ (ନଂ୦୭/ ତା ୧୦/୦୧/୨୦୧୮) ଜାରି କରିଥିଲେ । ତେବେ କୁନ୍ତଳା ଚିଠିର ଉତ୍ତର ଦେଇଥିଲେ ମଧ୍ୟ ତାଙ୍କ କଥାକୁ ବିଚାରକୁ ନିଆନଯାଇ ତାଙ୍କୁ (ଚିଠି ନଂ ୧୩୭/ଏସଡବ୍ଲୁ୍ୟ ତା୬/୩/୨୦୧୮) ବହିଷ୍କାର କରାଯାଇଥିଲା ।
ପ୍ରକାଶ ଯେ କୁନ୍ତଳା ଦୀର୍ଘ ୨୩ ବର୍ଷଧରି ଅଙ୍ଗନୱାଡି କର୍ମୀଭାବେ ଏଠାରେ କାର୍ଯ୍ୟ କରୁଥିଲେ ମଧ୍ୟ ତାଙ୍କ ବିରୋଧରେ କିଛି ଅଭିଯୋଗ ନଥିଲା । ପ୍ରଥମେ ସେ କର୍ତ୍ତବ୍ୟରେ ଅବହେଳା କରୁଥିବାର ମିଥ୍ୟା ଆରୋପ ଲଗାଇ ତାଙ୍କ ଦରମା ବନ୍ଦ କରାଯିବା ଓ ଅଯଥାରେ ହଇରାଣ କରାଯିବା ନେଇ ସେ ଲିଖିତ ଭାବେ ଜିଲ୍ଲାପାଳଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏ ଅବଗତ କରାଇଥିଲେ । ପରେ ହଠାତ ତାଙ୍କ ବିରୋଧରେ କାର୍ଯ୍ୟ କରୁନଥିବା ଓ କେନ୍ଦ୍ରରେ ଅନୁପସ୍ଥିତ ରହୁଥିବା ଦର୍ଶାଇ ବହିଷ୍କାର କରାଯିବା ମୂଳରେ ରାଜନୈତିକ ଅଭିସନ୍ଧି ରହିଛି ବୋଲି ଶତାଧିକ ଗ୍ରାମବାସୀ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, କେନ୍ଦ୍ରର ପରିଦର୍ଶିକା ତାଙ୍କ ପରିଦର୍ଶନ ବିବରଣୀ (ତା୨୦/୧୧/୧୭)ରେ କର୍ମୀ କେନ୍ଦ୍ରରେ କାର୍ଯ୍ୟକରୁଥିବା ରିପୋର୍ଟ ଦେଇଥିଲେ ମଧ୍ୟ ଏହାକୁ ଅଣଦେଖା କରାଯାଇ ଚଳିତ ମାସରୁ ଦରମା ବନ୍ଦ ରଖା ଯିବାପରେ ବହିଷ୍କାର କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com