PADA-JATRA-NEWS-PHOTO

କେନ୍ଦ୍ର ସରକାର ଉପରେ ବର୍ଷିଲା ବିଜେଡି

12

ଉଦଳାରେ ଜନସମ୍ପର୍କ ପଦଯାତ୍ରା
ଉଦଳା,୯ ।୧୧(ଆପ୍ର): ଉଦଳାରେ ଶୁକ୍ରବାର ଦିନ ବିଜେଡି ପକ୍ଷରୁ ସ୍ଥାନୀୟ ନିର୍ବାଚନମଣ୍ଡଳୀ ନିମନ୍ତେ ଉଦଳା ଠାରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ କୁମାର ସାହୁ, ଜିଲ୍ଲା ବିଜେଡି ସଭାପତି ପ୍ରବୀଣ ଭଞ୍ଜଦେଓ, ବିଧାୟକ ସୁଦାମ ମାରାଣ୍ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍ ପ୍ରମୁଖ ଯୋଗ ଦେଇଥିଲେ । ବିଜେଡିର ଏହି ଜନସଂପର୍କ ପଦଯାତ୍ରା ଉଦଳା ରାଜୀବଗାନ୍ଧୀ ପଡିଆରୁ ବାହାରି ଉଦଳା ବଜାର ପରିକ୍ରମା କରିଥିଲା । ନିର୍ବାଚନମଣ୍ଡଳୀର କପ୍ତିପଦା, ଉଦଳ ଏବଂ ଗୋପବନ୍ଧୁନଗର ବ୍ଲକର ସମସ୍ତ ବିଜେଡି କର୍ମୀ ଏବଂ ନେତା ଏଥିରେ ସାମିଲ ହୋଇଥିଲେ । ଏହି ପଦଯାତ୍ରାରେ ୧୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବାବଦରେ ଏହି ପଦଯାତ୍ରା ସମୟରେ ସ୍ଲୋଗାନ ମାନ ଦିଆଯାଇଥିଲା । ଯାହାକି କପ୍ତିପଦା, ଗୋପବନ୍ଧୁନଗର ଏବଂ ଉଦଳା ବ୍ଲକ ବିଜେଡି ପକ୍ଷରୁ ମିଳିତ ଭାବେ ଏହି ପଦଯାତ୍ରା ଚାଲିଥିବା ବେଳେ ଏକ ବିଶାଳ ଶୋଭାଯାତ୍ରାରେ ଚତୁର୍ଦ୍ଦିଗରେ ରାଜ୍ୟ ସରକାରଙ୍କ ଗୁଣଗାନ ଶୁଣାଯାଇଥିଲା । ଏହା ପରେ ପଦଯାତ୍ରା ଉଦଳା ରାଜୀବଗାନ୍ଧୀ ପଡିଆ ଠାରେ ପହଞ୍ଚôବା ପରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ବିଜେଡିର ନେତା ଏବଂ କର୍ମୀମାନେ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବାବଦରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରିବା ସହିତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ବିଜେଡି ନେତାଗଣ । ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ କେନ୍ଦ୍ରର ଅବହେଳା, ଅହେତୁକ ତୈଳଦର ବୃଦ୍ଧି ଏବଂ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଭସôନା କରିଥିଲେ ବିଜେଡି ନେତା । ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଦେବାଶିଷ ମହାନ୍ତି, ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି, ଜୋନାଲ ଯୁବ ବିଜେଡି ସଭାପତି ସୁବ୍ରମଣ୍ୟମ ମହାନ୍ତି, ରାଜ୍ୟ ସଂପାଦକ କୋହିନୂର ଇସଲାମଙ୍କ ସମେତ ବିଜେଡିର ବହୁ ନେତା ଏବଂ କର୍ମୀ ଏଥିରେ ସାମିଲ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com