1---dasarathpur

୭୧୮ ପ୍ରକଳ୍ପ ଲାଗି ୧୫ କୋଟି ମଞ୍ଜୁର

6

ଦଶରଥପୁର, ରଘୁନାଥପୁରରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ
ଦଶରଥପୁର(ଆପ୍ର): ଝୁମ୍ପୁରୀ ବଜାରସ୍ଥିତ ସାଇ ପ୍ୟାଲେସ୍ଠାରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ସମିତିର ଜନପ୍ରତିନିଧି, ଜନସାଧାରଣ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସିଧାସଳଖ କଥାବାର୍ତ୍ତା କରିଥିଲେ । ଦଶରଥପୁର ବ୍ଲକ୍ର ୩୫ଟି ପଞ୍ଚାୟତ ଅଧୀନ ଗ୍ରାମବାସୀଙ୍କ ସହ କଥାବାର୍ତ୍ତା କରି ମୁଁ ଖୁବ୍ ଆନନ୍ଦିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
୩୫ଟି ପଞ୍ଚାୟତର ୪୮୦ଟି ପ୍ରକଳ୍ପ ପାଇଁ ୧୦ କୋଟି ୫୦ ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଥିଲେ ମୁଖ୍ୟମନ୍ତ୍ରୀ । ପ୍ରକଳ୍ପ ଗୁଡ଼ିକର ତୁରନ୍ତ କାର୍ଯ୍ୟକାରୀ କରାଯାଇ ନିର୍ଦ୍ଦାରିତ ସମୟ ମଧ୍ୟରେ ଶେଷ କରିବାକୁ ଉଚ୍ଚ ପଦସ୍ଥ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ରଞ୍ଜନ ଦାସ ଉଦ୍ଘାଟନ କରିଥିବା ବେଳେ ବ୍ଲକର ବିଜେଡି ସଭାପତି ସୁବାସ ଚନ୍ଦ୍ର ମହାନ୍ତିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ ସମେତ ଯାଜପୁର ସାଂସଦ ରୀତା ତରାଇ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକ ବ୍ରଜ ଗୋପାଳ ଆଚାର୍ଯ୍ୟ, ବିଡିଓ ନାରାୟଣ ଚନ୍ଦ୍ର ନାୟକ, ବ୍ଲକ୍ ଅଧ୍ୟକ୍ଷା ସୁଜାତା ସାହୁ, ଉପାଧ୍ୟକ୍ଷ ରଞ୍ଜନ କୁମାର ପୃଷ୍ଟି, ତହସିଲଦାର ଜ୍ୟୋତି ପ୍ରକାଶ ମହାନ୍ତି, ମଙ୍ଗଳପୁର ଥାନା ଅଧିକାରୀ ବାମଦେବ ନନ୍ଦ, ଏପିଓ ଅମ୍ରିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷା ତଥା ରାଜ୍ୟ ମହିଳା ମୋର୍ଚ୍ଚାର ଉପସଭାନେତ୍ରୀ ସଂଯୁକ୍ତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ତଥା ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ର, ଯାଜପୁର ବିଧାୟକଙ୍କ ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ, ଜିଲ୍ଲା ପରିଷଦ ସଭ୍ୟ ଆଦିକନ୍ଦ ସନ୍ଧିବିଗ୍ରହ, ଜିଲ୍ଲା ପରିଷଦ ସଭ୍ୟା ମଂଜୁଲତା ବେହେରା, ରଂଜିତା ରାଉତ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ମନୀଷ୍ ସାହୁଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ । ସେହିପରି ୩୫ଟି ପଞ୍ଚାୟତରୁ ଅଙ୍ଗନାୱାଡି କର୍ମୀ, ସହାୟିକା, ସ୍ୱୟଂସହାୟକ ଗୋଷ୍ଠୀର ସଭ୍ୟା, ବିଜୁ ଯୁବବାହିନୀର ସଭ୍ୟସଭ୍ୟାଙ୍କୁ ମିଶାଇ ୧୦ ହଜାରରୁ ଊଦ୍ଧ୍ୱର୍ ଜନସାଧାରଣ ଯୋଗ ଦେଇଥିଲେ ।
୨୩୮ ପ୍ରକଳ୍ପ ଲାଗି ୪କୋଟି ୫୦ଲକ୍ଷ ମଞ୍ଜୁର
ରଘୁନାଥପୁର: ଶୁକ୍ରବାର ବିରିଡି ବ୍ଲକ୍ର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ୨୨ମୌଜର ମଇଁନ୍ଦିପୁର ବୈଦ୍ୟନାଥ କ୍ରୀଡ଼ା ସଂସଦ ଖେଳପଡିଆରେ ଅନୁଷ୍ଠିତ ହୋଇଛି । ବ୍ଲକ୍ର ୨୩୮ ପ୍ରକଳ୍ପ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ସଚିବାଳୟଠାରେ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସିଧାସଳଖ ଜନସାଧାରଣଙ୍କ ସହ ବାର୍ତ୍ତାଳପ କରିଥିଲେ ।
ତିର୍ତ୍ତୋଲ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକ, ଜଗତସିଂହପୁର ଏମପି ଡା. କୁଳମଣି ସାମଲ, ଜିଲ୍ଲାପାଳ ଯାମିନୀ ଷଢଙ୍ଗୀ, ପିଡି ବିଶ୍ୱଜିତ ପ୍ରକାଶ ଦାସ, ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ, ଏବିଡିଓ ଗିରିଜା ପ୍ରସାଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ବିଧାୟିକା ମଲ୍ଲିକ ଏହି ସମାବେଶ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସନୀୟତା ଓ କାର୍ଯ୍ୟଦକ୍ଷତା ଯୋଗୁ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ବିରିଡି ବ୍ଲକ୍ର ଉପସ୍ଥିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟାସଭ୍ୟ ଓ ଜନସାଧାରଣଙ୍କୁ ଏ ଅର୍ଥ ତୁମ ପାଇଁ ଓ କାମ ତୁମେମାନେ ଠିକ କରିବ ବୋଲି ସମ୍ବୋଧନ କରିଥିଲେ । ୨୧ ଟି ପଞ୍ଚାୟତର ବହୁ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ଓ ଜନସାଧାରଣମାନେ ବଡ ପରଦାରେ ପ୍ରକଳ୍ପ ଲୋକାର୍ପଣ ସମାରୋହ ସିଧାପ୍ରସାରଣକୁ ଉପଭୋଗ କରିଥିଲେ ।
କାର୍ଯ୍ୟକ୍ରମରେ ବିରିଡ଼ି ବିଜୁ ଯୁବ ବାହିନୀର ସଭ୍ୟା ସଭ୍ୟମାନେ ସହଯୋଗ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ଲତା ଦାସ, ସଭ୍ୟ ପ୍ରତାପ ବେହେରା, ଜ୍ୟୋତି ଫେଡେରେସନ୍ର ସଭାନେତ୍ରୀ ସବିତା ଦାସ, ସମ୍ପାଦିକା ମମତା ଦାସ, ମହିଳା ସଭାନେତ୍ରୀ ମାହେଶ୍ୱତା ଜେନା, ମିତାଞ୍ଜଳୀ ଭୋଇ, ରାସ ବିହାରୀ ଦାସ, ବ୍ଲକ ବିଜେଡି ସଭାପତି ରବିନ୍ଦ୍ର ନାତ ରାଉଳ, ପୂର୍ବତନ ବିଜେଡି ବ୍ଲକ ସଭାପତି ବିଭୁଦତ୍ତ ସାହୁ, ଜିଲ୍ଲା ବିଜେଡି ସମ୍ପାଦକ ପବିତ୍ର ପଶାୟତ, ବରିଷ୍ଠ ନେତା ବିମ୍ବାଧର ଦାଶ, ବିଧାନ ଚନ୍ଦ୍ର ଜେନା, ପୁଷ୍ପ ପ୍ରକାଶ ପ୍ରଧାନ, ଅମିତ ରାଉଳଙ୍କ ସମେତ ଅନ୍ୟମାନେ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com