Photo-No

ଗାଁ ଲୋକଙ୍କ ସମସ୍ୟା ବୁଝିଲେ

4

ଦୁର୍ଗମ ଅଞ୍ଚଳରେ ରାଜ୍ୟ ଖାଦ୍ୟ କମିଶନର
କଙ୍କଡ଼ାହାଡ଼,୯ା୧୧(ଆପ୍ର): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍କୁ ଦିନିକିଆ ଗସ୍ତରେ ରାଜ୍ୟ ଖାଦ୍ୟ କମିଶନର ରଙ୍ଗଲାଲ ଜାମୁଡ଼ା ଆସି ବାଟ ଗାଁ ପଞ୍ଚାୟତର ତଣ୍ଡିମୁଣ୍ଡା କୋଠଘର ଠାରେ ଗ୍ରାମବାସୀଙ୍କ ସହ ଗାଁର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶିଶୁ ପ୍ରକଳ୍ପରେ କାର୍ଯ୍ୟକାରୀ ହେଉଥିବା ଛତୁଆ, ମହିଳାଙ୍କ ପାଇଁ କୃମିନାଶକ ବଟିକା, ଲୋ÷÷ହସାର ବଟିକା ଉପରେ ତର୍ଜମା କରି ଗାଁରେ ଥିବା ନଳକୂଅ ସମ୍ବନ୍ଧରେ ବିଭାଗୀୟ ଅଧିକାରୀ ଏବଂ ଗ୍ରାମବାସୀଙ୍କ ଠାରୁ ପଚାରି ବୁଝିଥିଲେ । ଜଙ୍ଗଲ ଜମି ପଟ୍ଟା, ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଲୋକଙ୍କୁ ପଚାରିବା ସହିତ ବିଧବା, ବାର୍ଦ୍ଧକ୍ୟ ଭତ୍ତା, ପ୍ରାଥମିକ ସ୍କୁଲ, ପ୍ରଧାନମନ୍ତ୍ରୀ ଆବାସ, ବିଦୁ୍ୟତ୍ କରଣ, ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନା ଉପରେ ଆଲୋଚନା କରି ବିଭାଗୀୟ ଅଧିକାରୀମାନଙ୍କୁ ଏହାର ତୁରନ୍ତ ସମାଧାନ ପାଇଁ ପରାମର୍ଶ ଦେଇଥିଲେ ।
ଗାଁର କନକ ବାରିକ, ଦୂର ବିଶ୍ୱାଳଙ୍କ ଠାରୁ ବିଧବା ଭତ୍ତା ଅଭିଯୋଗ ଗ୍ରହଣ କରି ସମାଧାନ କରିବାକୁ କହିଥିଲେ । ଏହାପରେ ମରୁଆବିଲ ପଞ୍ଚାୟତର ଦୁର୍ଗମ ଅଞ୍ଚଳ କଣ୍ଡାର ଗାଁ ବୁଲିଥିଲେ । ଏଠାରେ ଗାଁ ଲୋକଙ୍କ ସହ ରହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସୂଚନାଥାଉକି କଣ୍ଡାର ଗାଁରେ ଥିବା ବନପାଳ ଅଫିସ୍ରେ ମାଓବାଦୀମାନେ ୩ ଜଣ ବନକର୍ମଚାରୀଙ୍କୁ ଗୁଳିକରି ହତ୍ୟା କରିବା ପରେ ସେହିଦିନ ଠାରୁ କୌଣସି ପ୍ରଶାସନିକ ଅଧିକାରୀ ଏହି ଗାଁକୁ ଆସିନଥିଲେ । ଗାଁରେ କମିଶନରଙ୍କୁ ଦେଖି ଗ୍ରାମବାସୀ ବେଶ୍ ଖୁସି ଥିବା କହିଥିଲେ । ଗାଁ କୁ ସବୁଦିନିଆ ରାସ୍ତାନଥିବା ଗାଁ ଲୋକ କହିଥିଲେ । ଖାଦ୍ୟ କମିଶନରଙ୍କ ସହିତ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜଏଣ୍ଟ ସେକ୍ରେଟୋରୀ ଶିବାନୀ ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ହାଡ଼ିବନ୍ଧୁ ସେଠୀ, କଙ୍କଡ଼ାହାଡ଼ ବିଡିଓ ଦେବଦତ୍ତ ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର, ଶିଶୁ ପ୍ରକଳ୍ପ ଅଧିକାରୀ ପ୍ରତିଭା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com