ersama

ପଞ୍ଚପଲ୍ଲୀଗଡ଼ ରାସ୍ତା ମରଣଯନ୍ତା

20

ଏରସମା(ଆପ୍ର): ସ୍ଥାନୀୟ ବ୍ଲକର ଆରଡି ବିଭାଗ ଅଧୀନସ୍ଥ ପଞ୍ଚପଲ୍ଲୀଗଡ଼ ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ଉପରେ ଦୈନିକ ବ୍ଲକର ଗଡବିଷ୍ଣୁପୁର, ପଦ୍ମପୁର, ଗଡହରିଶପୁର, ନାରଦିଆ ପଞ୍ଚାୟତର ଲୋକେ ଯାତାୟାତ କରିଥାନ୍ତି । ଏହା ରାସ୍ତା ଦେଇ ଛାତ୍ରଛାତ୍ରୀ ଗଡ଼ବିଷ୍ଣୁପୁରସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ଓ ଗ୍ରାମେଶ୍ୱର ମହାବିଦ୍ୟାଳୟକୁ ଯାଇଥାନ୍ତି । ମାତ୍ର ଦୀର୍ଘଦିନ ହେବ ମରାମତି ଅଭାବରୁ ରାସ୍ତାର ବିଭିନ୍ନ ସ୍ଥାନ ଖାଲଖମାରେ ଭର୍ତ୍ତି ହୋଇଛି । ଫଳରେ ଯିବା ଆସିବା କରିବା ପାଇଁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆର୍ଡି ବିଭାଗ ପକ୍ଷରୁ ପଞ୍ଚପଲ୍ଲୀରୁ ଗଡ଼ବିଷ୍ଣୁପୁରକୁ ମରାମତି କରାନଯାଇ ଗଣେଶ୍ୱରପୁର ଯାଏଁ କରାଯାଇଛି । ତେବେ ଏହି ରାସ୍ତା ଉପରେ କଟକ, ଭୁବନେଶ୍ୱରରୁ ୪ଟି ବସ୍ ପ୍ରତ୍ୟହ ଯାତାୟାତ କରୁଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ଶିକାର ହୋଇଥାନ୍ତି । ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଥିବା ନଜିର ରହିଛି । ଏନେଇ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ତୁରନ୍ତ ରାସ୍ତା ମରାମତି କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନାରଦିଆ ସରପଞ୍ଚ ବେବି ଗୋଛାୟତ, ଗଡ଼ବିଷ୍ଣୁପୁର ସରପଞ୍ଚ ସୁଜାତା ବେହେରା ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com