BANSADA-THANA---2018-PHOTO-TIHIDI

ବିଡ଼ମ୍ବନା: ରକ୍ଷକ ସାଜୁଛନ୍ତି ଭକ୍ଷକ

15

ଏଥର ବନ୍ଦରରୁ ଚୋରା କୋଇଲା ଚାଲାଣ
ଧାମରା(ଆପ୍ର): ଧାମରାରେ ପୁଣି କୋଇଲା ମାଫିଆ ସକ୍ରିୟ । ଏବେ ରକ୍ଷକ ସାଜିଛନ୍ତି ଭକ୍ଷକ । ଏଥର ପୋର୍ଟ ବାହାରେ ରେଳ ଧାରଣାରେ ଲଗାଯାଇଥିବା ଆଙ୍କୁଡା ସାହାଯ୍ୟରେ ନୁହେଁ ଧାମରା ବନ୍ଦରରୁ ଟ୍ରକ୍ ଓ ହାଇୱା ଦ୍ୱାରା ମୁଖ୍ୟ ଫାଟକ ଦେଇ ବାହାରକୁ ଚାଲାଣ ହେଉଛି କୋଇଲା ।
ଦୁଇ ଦୁଇଟି ତନଖି ଫାଟକରେ ଜଗି ରହିଥିବା ସିକ୍ୟୁରିଟି ଅପିସରଙ୍କ ଆଖିରେ ଧୂଳି ଦେଇ କିମ୍ବା ଭୟ ଦେଖାଇ ପ୍ରତିଦିନ ଟ୍ରକ ଟ୍ରକ କୋଇଲା ବାହାରକୁ ଚାଲାଣ ହେଉଛି । ଗତ ବିଳମ୍ବିତ ରାତ୍ରରେ ଦୋସିଙ୍ଗା ପଞ୍ଚାୟତ ଓରାମାଳ ଗ୍ରାମର କିଛି ଲୋକଙ୍କ ହାତରେ ଏକ ହାଇୱା (ଓଆର-୨୨-ଏଫ-୭୨୫୫) ଧରାପଡ଼ିଥିଲା । ହାଇୱାର ମାଲିକ ହେଉଛନ୍ତି କଇଥଖୋଲା ଗ୍ରାମର ଜଣେ ବ୍ୟକ୍ତି । ଗ୍ରାମବାସୀଙ୍କ ଅଭିଯୋଗ ପରେ ବାଂଶଡା ଥାନାଧିକାରୀ ରାତି ପ୍ରାୟ ୨.୩୦ରେ କୋଇଲା ବୋଝେଇ ହାଇୱାକୁ ଥାନାକୁ ଆଣିଥିଲେ । ଏହାର ଚାଳକ ବିଜୟ ଗାୟନଙ୍କୁ ଗିରଫ କରିଥିବା ଜଣାଯାଇଛି । ପୟା ଅମାବାସ୍ୟା ପାଇଁ ସମସ୍ତେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହିଥିବା ବେଳେ ବନ୍ଦର ମଧ୍ୟରୁ ଏକ କୋଇଲା ବୋଝେଇ ହାଇୱା ଡିଆଇ ରୋଡ୍ ଦେଇ ଓରାମାଳ ଗ୍ରାମ ମଧ୍ୟରେ ପଶିଥିଲା । ଗ୍ରାମରାସ୍ତାରେ ଏହି ଗାଡି କୋଇଲା ଲୁଚାଇବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡିଥିଲା ।
ତେବେ ଏହି କୋଇଲା କାହା ଇଙ୍ଗିତରେ ପୋର୍ଟ ମଧ୍ୟରୁ ବାହାରକୁ ଆସିଥିଲା ? ଦୁଇ ଦୁଇଟି ତନଖି ଫାଟକ ଦେଇ କୋଇଲା ବାହାରକୁ ଆସୁଥିବା ବେଳେ ଫାଟକରେ ମୁତୟନ ସିକ୍ୟୁରିଟି ଗାଡ଼ିକୁ ତନଖି କରିଥିଲେ କି ନାହିଁ ? ଆଦି ବିଭିନ୍ନ ପ୍ରଶ୍ନ ଉଠୁଥିବା ବେଳେ ତଦନ୍ତ କଲେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଆଲୋଚନା ହେଉଛି । କିଛି ଦିନ ତଳେ ରେଳ ଧାରଣା ପାଶ୍ୱର୍ରେ ଥିବା ଇଲେଟ୍ରିକ ଖୁଣ୍ଟରୁ କୋଇଲା ମାଫିଆଙ୍କ ଦ୍ୱାରା ଲଗାଯାଇଥିବା ଆଙ୍କୁଡା ଉଚ୍ଛେଦ କରି ଜଣେ ପୋର୍ଟ ଅଫିସର ବାହାବା ନେଉଥିବା ବେଳେ ପ୍ରତିଦିନ ଟ୍ରକ ଟ୍ରକ କୋଇଲା ପୋର୍ଟ ମଧ୍ୟରୁ ବାହାରକୁ ଚାଲାଣ ହେଉଥିବାରୁ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାକୁ ବାକି ରହିଛି । ଶୁଣାଯାଏ ପୋର୍ଟ ମଧ୍ୟରୁ ଏହି କୋଇଲା ଚାଲାଣ ପ୍ରଛଦପଟ୍ଟରେ ଜଣେ ଟାଣୁଆ ଅଫିସରଙ୍କ ହାତ ଥିବା ବେଳେ ନିଜକୁ ନିଦେ୍ର୍ଦାଶ ସଜାଇ ସେ ଏହି କାରବାର ଦୀର୍ଘଦିନ ଧରି କରିଆସୁଛନ୍ତି । ତୁରନ୍ତ ଏହି ପ୍ରଚ୍ଛଦପଟ କୋଇଲା ମାଫିଆଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଶେଷ ଖବର ଅନୁଯାୟୀ, ଏନେଇ ବାଂଶଡା ଥାନାରେ ୨୧୬/୧୮ ବଳରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ।

ସେଆର କରନ୍ତୁ:



Powered by odothemes.com