2

ସର୍ଟସର୍କିଟ୍: ଜଳିଗଲା ୩୧ ବଖରା

15

ଭୁବନ(ଆପ୍ର): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତର କେନ୍ଦୁଢିପି ଗ୍ରାମରେ ଗୁରୁବାର ଭୋର ସମୟରେ ସଟର୍୍ସର୍କିଟ୍ ଯୋଗୁଁ ୨୧ଟି ପରିବାରର ୩୧ ବଖରା ଜଳିଯାଇଛି । ଘରେ ସମସ୍ତେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିିବାରୁ ଆସବାବପତ୍ର ବାହାରକୁ ଆଣିବା ସମ୍ଭବ ହୋଇ ପାରିନଥିଲା । ଫଳରେ ପିନ୍ଧା ବସନ ବ୍ୟତିତ ଧାନ, ଚାଉଳ, ଟଙ୍କା, ସୁନା ଇତ୍ୟାଦି ଜଳି ଯାଇଥିଲା । ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଗ୍ରାମର ରଞ୍ଜନ କୁମାର ହାତୀଙ୍କ ୨ ବଖରା, ଫୁଲ ସ୍ୱାଇଁଙ୍କର ୧ ବଖରା, କରୁଣା ସ୍ୱାଇଁଙ୍କର ୨ ବଖରା, ମାଧବ ସ୍ୱାଇଁଙ୍କ ୨ ବଖରା, ପ୍ରତିମା ସ୍ୱାଇଁଙ୍କ ୧ ବଖରା, ରବି ପରିଡାଙ୍କ ୧ ବଖରା, ଅଶୋକ ପରିଡାଙ୍କ ୨ ବଖରା, ଅନନ୍ତ ପରିଡାଙ୍କ ୧ ବଖରା, କନକ ହାତୀଙ୍କର ୨ ବଖରା, ଉତ୍ସବ ହାତୀଙ୍କର ୧ ବଖରା, ଚିତ୍ରକଳା ହାତୀଙ୍କର ୧ ବଖରା, ଦମୟନ୍ତୀ ପରିଡାଙ୍କ ୧ ବଖରା ଓ ସଦାନନ୍ଦ ପରିଡାଙ୍କ ୨ ବଖରା ପୋଡି ଯାଇଛି । ସେହିପରି ଏହି ବ୍ଲକ ଅନ୍ତର୍ଗତ ବାଲିବୋ ପଞ୍ଚାୟତର ବାଉଁଶକଣ ଗ୍ରାମରେ ହୃଷିକେଶ ତ୍ରିପାଠୀଙ୍କ ଘରେ ଅପରାହ୍ଣ ପ୍ରାୟ ୨ଟାରେ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଛି । ଭୁବନ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ । ହୃଷିକେଶ ଜଣେ ଭିନ୍ନକ୍ଷମ ହୋଇଥିବାରୁ ନିଆଁ କବଳରୁ କିଛିବି ବଞ୍ଚାଇ ପାରିନଥିଲେ ।

ସେଆର କରନ୍ତୁ:



Powered by odothemes.com