Municipality-Thika-Karmachari-Dharana-Photo

ପୌରପାଳିକା ଠିକାକର୍ମଚାରୀ ସଂଘ ପକ୍ଷରୁ ଗଣଧାରଣା

13

ବକେୟା ପ୍ରାପ୍ୟ, ଇପିଏଫ୍, ଇଏସ୍ଆଇ ଦାବି
ଭଦ୍ରକ,୮ା୧୧(ଆପ୍ର): ଆଜି ପୌରପାଳିକା କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଦେଇଥିଲେ ପୌରପାଳିକାରେ କାର୍ଯ୍ୟ କରୁଥିବା ସୁଇପର ଓ ମହିଳା ସଫେଇ କର୍ମଚାରୀ । ଏମାନଙ୍କ ସହିତ ଡ୍ରାଇଭର ଠିକା କର୍ମଚାରୀମାନେ ସହଯୋଗର ହାତ ବଢ଼ାଇଛନ୍ତି ।
ଏହି ଠିକାକର୍ମଚାରୀ ମୁଖ୍ୟ ଦାବି ହେଲା ବକେୟା ପ୍ରାପ୍ୟ, ଇପିଏଫ୍, ଇଏସ୍ଆଇ କର୍ମଚାରୀଙ୍କୁ ମିଳୁନାହିଁ । ଦୀର୍ଘ ୧୫ ବର୍ଷ ଏବଂ ତାହାଠାରୁ ଉଦ୍ଧ୍ୱର୍ ସମୟ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ଇପିଏଫ କଟା ଯାଇଥିଲେ ମଧ୍ୟ ସେ ବାବଦକୁ କାଗଜପତ୍ର ସେମାନଙ୍କୁ ଦିଆ ଯାଉ ନାହିଁ । ବର୍ଷ ବର୍ଷ ଧରି ଦରମା ବୃଦ୍ଧି କରାଯାଉ ନାହିଁ । ନିହାତି ଗରିବ ଶ୍ରେଣୀର ଲୋକ ହିସାବରେ ଯେଉଁମାନେ କି ଦରମା ପାଇଲେ ଜୀବନ ନିର୍ବାହ କରନ୍ତି, ପୂଜା ବଜାରରେ ସେମାନଙ୍କୁ ବକେୟା ପ୍ରାପ୍ୟ ମିଳିଲା ନାହିଁ । ଏ ନେଇ ଗତ ୧୬ ତାରିଖରେ କର୍ମଚାରୀମାନେ ଧାରଣାରେ ବସିଥିବା ବେଳେ ପୌର ନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ ତୁରନ୍ତ ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା । ମାତ୍ର ଇତିମଧ୍ୟରେ ୧୫ ଦିନରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ । କର୍ମଚାରୀମାନେ ଗତ ୧ ତାରିଖରେ ମୁଖ୍ୟମନ୍ତ୍ରୀ, ସଚିବ, ଜିଲ୍ଲାପାଳ, ଏସପି, ଜିଲ୍ଳା ସମାଜ ମଙ୍ଗଳ ଅଧିକାରୀ, ଭଦ୍ରକ ପୌର ନିର୍ବାହୀ ଅଧିକାରୀ ପ୍ରମୁଖଙ୍କୁ ଅବଗତ କରାଇଥିଲେ ମଧ୍ୟ ସେଥିରେ ବି କୌଣସି ସୁଫଳ ମିଳିନାହିଁ । ଯାହାଫଳରେ ଆଜିଠାରୁ କର୍ମଚାରୀମାନେ ଅନିର୍ତ୍ତିଷ୍ଟ ପର୍ଯ୍ୟନ୍ତ ଗଣ ଧାରଣାେରେ ବସିବା ନିଷ୍ପତ୍ତି ନେଇ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେତେ ଦିନ ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଂଘର ଉପଦେଷ୍ଟା ପୂର୍ବତନ ଉପାଧ୍ୟକ୍ଷ ଶରତ ପଢିଆରୀ, ପୂର୍ବତନ କାଉନସିଲର ଶୁଭଙ୍କର ମହାପାତ୍ର, ସେକ୍ ଗୁଲାମ ମହିଉତ୍ତିନ, ସେକ୍ ସମ୍ଦାନୀ, ରାଜେଶ ନାୟକ, ରଞ୍ଜନ ସ୍ୱାଇଁ, ପ୍ରଣୟ ଦାସ, ପ୍ରଭାତ ମହାନ୍ତି, ଅଶୋକ ମହାପାତ୍ରଙ୍କ ସହିତ ନଳିନୀ ମହାନ୍ତି, ବାପୁ ଧଳ, ସୋମନାଥ ସାହୁ, ଶ୍ୟାମସୁନ୍ଦର ନାୟକ, ହାଜୀ ଅନୱର ହୋସେନ ପ୍ରକାଶ କରିଛନ୍ତି । ଏହି ଧାରଣାରେ ଡ୍ରାଇଭର ଅନୱାର, ବାପୁନୀ ନାୟକ, ସଞ୍ଜୟ ନାୟକ, ମମତା ନାୟକ, ପପୁ ନାୟକ, ଜେସିବି ଅପରେଟର ସେକ୍ ରାଜା, ସେକ ଭାଲୁ, ସେକ୍ ରମ୍ଜାନ ପ୍ରମୁଖ ସାମିଲ ଥିଲେ ।

ସେଆର କରନ୍ତୁ:



Powered by odothemes.com