14-------

ପାରାଦୀପ ରିଫାଇନାରୀ ସମ୍ମୁଖରେ ବିଜେଡିର ବିକ୍ଷୋଭ

9

ପାରଦୀପ(ଆପ୍ର): ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ପି.ଏସ୍.ୟୁ ସମ୍ମୁଖରେ ବିକ୍ଷୋଭ ଓ ଧାରଣ ସହ ପ୍ରତିବାଦସଭା ପରିପ୍ରେକ୍ଷୀରେ ଗୁରୁବାର ଦିନ ରାଷ୍ଟ୍ରାୟତ ଉଦ୍ୟୋଗ ପାରଦୀପ ରିଫାଇନାରୀ ଇଣ୍ଡିଆନ କର୍ପୋରେସନ ଲିମିଟେଡ ବିରୋଧରେ ପ୍ରାୟ ୩ହଜାରରୁ ଊଦ୍ଧ୍ୱର୍ ଯୁବ ଓ ଛାତ୍ର ଏକ ବିରାଟ ମଟର ସାଇକେଲ ପଟୁଆରରେ ଆସି ରିଫାଇନାରୀ ଫାଟକ ସମ୍ମୁଖରେ ବିକ୍ଷୋଭ ଏବଂ ପ୍ରତିବାଦସଭା କରିଛନ୍ତି । ସଭାରେ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ସାମଲ, ମନ୍ତ୍ରୀ ପ୍ରତାପ ଜେନା, ଜଗତସିଂହପୁର ଡା. କୁଳମଣି ସାମଲ, ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରଦୀପ ବିଜେଡିର ସୁମନ୍ତ ବିଶ୍ୱାଳ, ଗୋବିନ୍ଦ ଚନ୍ଦ୍ର ଚରାଇ, ବାବୁଲି ପରିଡା, ସବିତା ମହାପାତ୍ର, ରାଜ୍ୟ ବିଜେଡି ମହିଳା ଶାଖାର ସାଧାରଣ ସମ୍ପାଦିକା ରୋଜାଲିନ ମହାପାତ୍ର ଓ ଶ୍ରମିକ ନେତା ଗୋଲେଖ ଚନ୍ଦ୍ର ନାୟକ ଯୋଗଦେଇ କେନ୍ଦ୍ର ସରକାରଙ୍କ ସମାଲୋଚନା କରିଥିଲେ । ପାରାଦୀପ ବନ୍ଦର ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି କ୍ଷେତ୍ରରେ ଓଡିଶା ତଥା ଆଞ୍ଚଳିକ ସ୍ତରରେ ସମାନୁପାତିକ ନିଯୁକ୍ତିର ସ୍ଥିତି ବଜାଇ ରଖିଛି । ପରବର୍ତ୍ତୀ ଅବସ୍ଥାରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ମଧ୍ୟ ବହୁ ମାତ୍ରାରେ ଓଡିଆଙ୍କୁ ନିଯୁକ୍ତି ଦେଇଛି । ମାତ୍ର ଏ କ୍ଷେତ୍ରରେ ରିଫାଇନାରୀ ଏକ ବ୍ୟତିକ୍ରମ ବୋଲି ବକ୍ତାମାନେ କହିଥିଲେ । ୨୦୦୦ ମସିହାରୁ ଶୁଭଦିଆହୋଇ ୨୦୧୫ ଫେବୃଆରୀ ୭ତାରିଖ ଦେଶ ଉଦେ୍ଦଶ୍ୟରେ ଲୋକାର୍ପଣ ହେବାଠାରୁ ଆଜି ପର୍ଯ୍ୟନ୍ତ ଓଡିଆ ନିଯୁକ୍ତି କ୍ଷେତ୍ରରେ ଉଦାସୀନତା ପ୍ରଦର୍ଶନ କରାଯାଇଛି ବୋଲ ଅଭିଯୋଗ କରାଯାଇଛି । ପାରଦୀପ ବିଧାୟକ ଡା.ଦାମୋଦର ରାଉତ କୌଣସି ସମସ୍ୟାର ସମାଧାନ ନକରି ସଲାସୁତୁରା କରି ସାମୁହିକ ସ୍ୱାର୍ଥକୁ ଜଳାଞ୍ଜଳି କରିଦେଉଛନ୍ତି ବୋଲି ନେତାମାନେ ସମାଲୋଚନା କରିଥିଲେ । ଏହି ସଭାକୁÿୁ ମିହିର ରଞ୍ଜନ ସାହୁ, ପ୍ରକାଶ ପରିଡା, ସଞ୍ଜୟ ବେହେରା, ଆଲୋକ ମହାପାତ୍ର, ଆଶିଷ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।

ସେଆର କରନ୍ତୁ:



Powered by odothemes.com