naxal

୪ ସିଆର୍ପିଏଫ୍ ଯବାନ ସହିଦ

19

ଛତିଶଗଡ଼ରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ
ମାଲକାନାଗିରି, ୨୭ା୧୦(ଆପ୍ର): ଛତିଶଗଡ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ତାଣ୍ଡବ ରଚିଛନ୍ତି । ବିଜାପୁୁରରେ ଏକ ଲ୍ୟାଣ୍ଡମାଇନ୍ ଯୋଗେ ବିସ୍ଫୋରଣ ଘଟାଇ ସୁରକ୍ଷା କର୍ମୀ ଯାଉଥିବା ଏକ ବୁଲେଟ୍ପ୍ରୁଫ୍ ଗାଡିକୁ ଉଡାଇଦେଇଛନ୍ତି । ଏହି ଘଟଣାରେ ୪ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡିଆ ଅଛନ୍ତି । ତାଙ୍କ ଘର କେନ୍ଦୁଝର ଜିଲ୍ଲାରେ । ଓଡିଆ ଯବାନ ବିଏନ୍ ବେହେରା(୪୩) ବୁଲେଟପ୍ରୁଫ୍ ଗାଡି ଚଲାଉଥିଲେ । ବିଜାପୁରରେ ରାସ୍ତା ଖୋଲିବାରେ ବାହାରିଥିବା ସିଆର୍ପିଏଫ୍ର ୧୬୮ ବାଟାଲିୟନର ଯବାନମାନେ ଆଜି ମାଓ ହିଂସାର ଶିକାର ହୋଇଛନ୍ତି । ମୁର୍ଦେଣ୍ଡାରୁ ଟିମାପୁର ଯାଉଥିବାବେଳେ ଦୁର୍ଗା ମନ୍ଦିର ପୋଲ ନିକଟରେ ପୂର୍ବରୁ ମାଓବାଦୀମାନେ ଯୋଜନାବଦ୍ଧଭାବେ ଲୁଚି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିବା ସହ ଅତର୍କୀତ ଗୁଳି ଚାଳନା କରିଥିଲେ । ଆକ୍ରମଣରେ ସହିଦ ହୋଇଥିବା ଯବାନମାନେ ହେଲେ ଏଏସ୍ଆଇ ମୀର୍ ମାଥୁର ରହମାନ୍ (ପଶ୍ଚିମବଙ୍ଗ), କନ୍ଷ୍ଟେବଲ୍ ସିଏଚ୍ ପ୍ରବୀଣ (ଆନ୍ଧ୍ର ପ୍ରଦେଶ), କନଷ୍ଟେବର ଶ୍ରୀନୁ କୁମାର (ଆନ୍ଧ୍ର ପ୍ରଦେଶ) । ଆହତମାନେ ହେଉଛନ୍ତି କନ୍ଷ୍ଟେବଲ ବାବୁ ରାଓ ସିଦେ୍ଧଶ୍ୱର ଓ ହାର୍ଦ୍ଦିକ ସୁରେଶ କୁମାର । ଡିଆଇଜି ପି. ସୁନ୍ଦରରାଜ କହିଛନ୍ତି ଯେ ଅଧିକ ଫୋର୍ସ ଘଟଣାସ୍ଥଳକୁ ପଠାଯାଇଛି । ପ୍ରଭାବିତ ଅଞ୍ଚଳରେ ନିର୍ବାଚନ କରିବା ଏକ ବଡ ଆହ୍ୱାନ । କିନ୍ତୁ ଯବାନମାନଙ୍କ ମନୋବଳ ଦୃଢ ଅଛି । ଶାନ୍ତିପୂର୍ଣ୍ଣଭାବେ ନିର୍ବାଚନ କରିବା ଲାଗି ଯବାନମାନେ ପ୍ରସ୍ତୁତ ଅଛନ୍ତି । ଯବାନଙ୍କ ଆଜି କେଉଁଠି ତ୍ରୁଟି ରହିଲା ଫୋର୍ସ ଫେରିଲେ ଜଣାପଡିବ । ଉକ୍ତ ଅଞ୍ଚଳରେ ମାଓବାଦୀମାନଙ୍କୁ ସାଧାରଣ ଲୋକଙ୍କ ସହାୟତା ମିଳୁଛି । ମାଓବାଦୀମାନେ ଗଣତନ୍ତ୍ର ଓ ଆଦିବାସୀ ବିରୋଧୀ ଅଟନ୍ତି । ଆଗାମୀ ଦିନରେ ଏହି ତ୍ରୁଟି ପ୍ରତି ସଚେତନ ରହିବୁ ବୋଲି ସେ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com