naraj-mohanadire-bhasi-asile-hati-(16)

୧ଠ ଘଣ୍ଟାପରେ କୂଳକୁ ଆସିଲେ

59

ମହାନଦୀରେ ଭାସିଯାଇଥିଲେ ହାତୀପଲ
କଟକ/ବାରଙ୍ଗ, ୧୫ା୧୦(ବୁ୍ୟରୋ): ମହାନୀଦର ପ୍ରଖର ସ୍ରୋତରେ ଭାସିଯାଇଥିବା ହାତୀ ପଲ ପ୍ରାୟ ୧୦ ଘଣ୍ଟା ପରେ କୂଳରେ ଲାଗିଛନ୍ତି । ରାତି ସୁଦ୍ଧା ସେମାନେ ଜଙ୍ଗଲ ମଧ୍ୟକୁ ଫେରିଯାଇଥିବା ସୂଚନା ମିଳିଛି ।
ଆଜି ସକାଳ ପ୍ରାୟ ୭ଟା ବେଳେ କଟକର ମୁଣ୍ଡଳୀ ନିକଟରେ ପ୍ରାୟ ୨୦ ପଟ ହାତୀ ମହାନଦୀ ପାର ହୋଇ ଆଠଗଡରୁ ଚନ୍ଦକା ଜଙ୍ଗଲ ଅଭିମୁଖେ ଯିବା ସମୟରେ ଭାସିଯାଇଥିଲେ । ମହାନଦୀର ପ୍ରଖର ସ୍ରୋତରେ ପହଁରି ନପାରି ହାତୀପଲ ତଳ ଆଡକୁ ଭାସିଯାଇଥିବାବେଳେ ୧୫ ପଟ ହାତୀ କୌଣସି ପ୍ରକାର କୂଳରେ ଲାଗିଥିଲେ । ଅବଶିଷ୍ଟ ୫ ହାତୀ ସୁଅ କାଟି ନପାରି କିଛିବାଟ ଠେଲି ହୋଇଯାଇଥିଲେ । ଅପରାହ୍ଣ ପ୍ରାୟ ସାଢେ ୫ଟା ବେଳେ ହାତୀଗୁଡିକୁ ଠାବ କରାଯାଇଥିଲା । ବନ ବିଭାଗ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ କରିସୁଦ୍ଧା ସେମାନଙ୍କୁ କୂଳକୁ ଆଣିପାରିନଥିଲେ । ତେବେ ସବୁ ହାତୀ ନରାଜସ୍ଥିତ କାଳୀମନ୍ଦିର ସାମଲସାହି ନିକଟରେ ଲାଗିଥିଲେ । ପରବର୍ତ୍ତୀ ସମୟରେ ଗୋଟିଏ ହାତୀ ଅନନ୍ତପୁରରେ ପହଁରି ପହଁରି ଲାଗିଥିବାବେଳେ ୩ଟି ନରାଜରେ ଓ ଆଉ ଗୋଟିଏ ହାତୀ ବ୍ରଜବିହାରୀପୁର ନିକଟସ୍ଥ ପଠାରେ ଲାଗିଥିଲା । ସନ୍ଧ୍ୟା ବେଳେ ୫ ହାତୀ ଆଠଗଡ ଜଙ୍ଗଲକୁ ଫେରିଥିଲେ । ଆଜି ରାତିରେ ପୁଣି ହାତୀ ପଲ ଚନ୍ଦକା ଯିବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ହାତୀ ପଲ ଭାସିଯାଉଥିବାବେଳେ ବନ ବିଭାଗ ପକ୍ଷରୁ ତଟବର୍ତ୍ତୀ ଗ୍ରାମଗୁଡିକୁ ସତର୍କ କାରଯାଇଥିଲା । ଦିନ ତମାମ ବନ ବିଭାଗ କର୍ମଚାରୀ ଓ ଅଫିସରମାନେ ହାତୀ ପଲ ଉପରେ ନଜର ରଖିଥିଲେ । ନଦୀକୂଳରେ ରହି ସେମାନଙ୍କ ଗତିପଥ ବଦଳାଇବା ପାଇଁ ନାନା କୌଶଳ ଅବଲମ୍ବନ କରିଥିଲେ । ଏହା ଦେଖିବା ଲାଗି ଉଭୟ ପାଶ୍ୱର୍ରେ ଜନସମାଗମ ହୋଇଥିଲା । ଆଠଗଡ ଓ ଡମପଡା ଅଭୟାରଣ୍ୟ ହାତୀ କରିଡର ହୋଇଥିବାରୁ ଉଭୟ ପଟୁ ନିୟମିତ ବ୍ୟବଧାନରେ ହାତୀ ପଲର ଯାତାୟତ ଲାଗିରହିଥାଏ ।

ସେଆର କରନ୍ତୁ:



Powered by odothemes.com