22-----------berhampur-bmc-pakhaya-ru-gajapatiku-sahayata

ଗଜପତି ବନ୍ୟା ପୀଡ଼ିତଙ୍କ ପାଇଁ ଗଲା ମହମବତୀ, ପାଣି, ଦିଆସିଲି

25

ବ୍ରହ୍ମପୁର(ବୁ୍ୟରୋ): ଗତ ତିନିଦିନ ଧରି ଗଜପତି ଜିଲ୍ଲାରେ ତିତ୍ଲୀ ଓ ତାହାର ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାରେ ଗଜପତି ଜିଲ୍ଲାର ୭ଟି ବ୍ଲକ୍ରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସେମାନଙ୍କୁ ରିଲିଫ୍ ପ୍ରଦାନରେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ତିନିଦିନ ଧରି ହଜାର ହଜାର ଖାଦ୍ୟ ପ୍ୟାକେଟ୍ ଗଜପତି ଜିଲ୍ଲା ପ୍ରଶାସନକୁ ନିଗମ ପକ୍ଷରୁ ହସ୍ତାନ୍ତର କରାଯାଇଥିବାବେଳେ ସୋମବାର ୭ଟି ବଡ଼, ଛୋଟ ଟ୍ରକ୍ ଓ ଚାରିଚକିଆ ଗାଡିରେ ୬ ଇଞ୍ଚିଆ ବଡ ମହମବତୀ ୧୮୧୨୦ ପିସ୍, ମଧ୍ୟମ ଧରଣର ମହମବତୀ ୨୫୫୬, ଛୋଟ ସାଇଜର ମହମବତୀ ୨୭୭୦, ଦିଆସିଲି ୫୩୭୯୦ଟି, ୭୦୦ ବସ୍ତା ପାଣି ଗଜପତି ପଠାଯାଇଛି । ଏହି ଗାଡ଼ିଗୁଡ଼ିକ ସୋମବାର ସଂଧ୍ୟାରେ ବ୍ରହ୍ମପୁର ମହାନଗର ନିଗମରୁ ବାହାରିଥିବା ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ସୂଚନା ଦେଇଛନ୍ତି ।
ସେପଟେ କମିଶନର ଶ୍ରୀ ରାଠୋର ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ପ୍ରଦାନରେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ତାଙ୍କ କାର୍ଯ୍ୟଶୈଳୀର ଉଦାହରଣ ଦେଉଥିବାବେଳେ ସୋସିଆଲ୍ ମିଡିଆ ଓ ଜିଲ୍ଲା ପ୍ରଶାସନର ନିଜସ୍ୱ ୱେବ୍ସାଇଟ୍ରେ ତାଙ୍କ ଫଟୋ ପୋଷ୍ଟ କରି ତାଙ୍କ କାର୍ଯ୍ୟକୁ ବିଭିନ୍ନ ମହଲରୁ ଭୂୟସୀ ପ୍ରଶଂସା କରାଯାଇଛି । ସେହିଭଳି ନିଗମ ପକ୍ଷରୁ ୧୮୦ଜଣ ସଫେଇ କର୍ମଚାରୀ ଓ ନିଗମର ୧୬ଟି ଟାଟା ଏସି ଗାଡିକୁ ଗଜପତି ପଠାଯାଇଛି । ସଫେଇ କର୍ମଚାରୀମାନେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରେ ସୃଷ୍ଟି ହୋଇଥିବା ଆବର୍ଜନାକୁ ସଫେଇ କରି ଫେରିବେ ବୋଲି କମିଶନର ସୂଚନା ଦେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସଫେଇରେ କର୍ମଚାରୀ ଅଭାବ ଦୃଷ୍ଟିରୁ ନଗର ଉନ୍ନୟନ ବିଭାଗ ସଚିବଙ୍କ ନିଦେ୍ର୍ଦଶପ୍ରକାରେ ଭୁବନେଶ୍ୱର ବିଏମ୍ସି ପକ୍ଷରୁ ୨୦ଟି ଟାଟା ଏସି ସହ ସଫେଇ କର୍ମଚାରୀ ବ୍ରହ୍ମପୁର ମହାନଗର ନିଗମକୁ ଆସି ସହରର ସଫେଇ କାର୍ଯ୍ୟରେ ସାମିଲ ହେବେ ବୋଲି କମିଶନର ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com