12-----------polosora-prasasana-ra-relief-pain-jarurikalina-baithak00

ବନ୍ୟା ପୀଡ଼ିତଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

31

ରିଲିଫ୍ ପାଇଁ ଜରୁରୀ ବୈଠକ
ପୋଲସରା (ଆପ୍ର) : ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳ ଭୟଙ୍କର ତିତ୍ଲି ବନ୍ୟା, ବାତ୍ୟାରେ କ୍ଷୟକ୍ଷତି ହୋଇଛି । କ୍ଷତିଗ୍ରସ୍ତ ପରିବାରକୁ ଚିହ୍ନଟ ସହିତ ଭାଙ୍ଗିଯାଇଥିବା ଘର ଓ ଧାନ·ଷର ପ୍ରକୃତ କ୍ଷୟକ୍ଷତି ଆକଳନ କରାଯାଇ ବନ୍ୟା ପୀଡ଼ିତମାନଙ୍କୁ ଆର୍ଥôକ ସାହାଯ୍ୟ ଓ ସହାୟତା ଉଦେ୍ଦଶ୍ୟରେ ପୋଲସରା ଏନ୍ଏସି ଗୃହରେ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।
ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀ ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ତହସିଲଦାର ଅଶୋକ କୁମାର ପ୍ରଧାନ ଓ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ, କୃଷି ଅଧିକାରୀ ଶିଶୁ ସମ୍ମନ୍ୱିତ ଅଧିନସ୍ଥ ସୁପର୍ଭାଇଜର୍ ଓ ଅଙ୍ଗନବାଡି କର୍ମୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରତ୍ୟେକଟି ବ୍ଲକର ପୀଡ଼ିତ ପରିବାରକୁ ଚିହ୍ନଟ କରି ରିଲିଫ୍ ଯୋଗାଇଦେବା ପାଇଁ ପ୍ରସ୍ତୁତି ଆରମ୍ଭ ନିମନ୍ତେ ପରାମର୍ଶ ଦେଇଥିଲେ । ଏହାକୁ ଗ୍ରହଣ କରି ପୋଲସରା ବିଡିଓ, ପୋଲସରା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ତହସିଲଦାର ଓ ଥାନା ଅଧିକାରୀଙ୍କ ମିଳିତ ତତ୍ତ୍ୱାବଧାନରେ ଏକ ଚାରି ଜଣିଆ କମିଟି ଗଠନ କରାଯାଇଛି । ଉକ୍ତ କମିଟିର ମୁଖ୍ୟ ନୋଡାଲ୍ ଅଫିସର, ଆର୍ଆଇ, ଶିକ୍ଷକ ଓ ଅଙ୍ଗନାୱାଡି କର୍ମୀଙ୍କୁ ନେଇ ଏହି କମିଟି ଗଠିତ କରାଯାଇ ପ୍ରତ୍ୟେକ ପଞ୍ଚାୟତର ହିତାଧିକାରୀଙ୍କୁ ଭେଟି ପ୍ରକୃତ କ୍ଷୟକ୍ଷତି ଆକଳନ କରିବେ ଓ ସର୍ଭେ ରିପୋର୍ଟ ଦେବେ । ଯୁଦ୍ଧକାଳୀନ ଭିତ୍ତିରେ ୩ ଦିନ ମଧ୍ୟରେ ହିତାଧିକାରୀଙ୍କୁ ଚିହ୍ନଟ କରି ସମସ୍ତ ପଞ୍ଚାୟତରେ କାର୍ଯ୍ୟ ସମ୍ପାଦନ କରିବାକୁ ବିଡିଓ ନିଦେ୍ର୍ଦଶ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com