photo-4

ଡଙ୍କାରୀ ପାହାଡ଼ରେ ୧୪୪ ଧାରା

38

ଜାରକା/ଗଡ଼ମଧୁପୁର(ଆପ୍ର): ରାଜସ୍ୱ ଫାଙ୍କି ପାଇଁ ସାରା ରାଜ୍ୟରେ ଚର୍ଚ୍ଚିତ ଥିବା ଡଙ୍କାରୀ କଳାପଥର ଖାଦାନରେ ଜାରି ହୋଇଛି ୧୪୪ ଧାରା । ଆଜି ସକାଳ ୮ଟାରେ ଯାଜପୁର ଜିଲା ପ୍ରଶାସନର ଏକ ସ୍ୱତନ୍ତ୍ର ପ୍ରଶାସନିକ ଦଳ ଡଙ୍କାରୀ ଅଞ୍ଚଳରେ ଚଢ଼ଉ କରି ଦୀର୍ଘଦିନ ବେଆଇନ ଭାବରେ ଚାଲିଥିବା କଳାପଥର ସୈରାତ(ଖାଦାନ)ରେ ୧୪୪ଧାରା ଜାରି କରିଛି । ଖାଦାନକୁ ସଂଯୋଗ କରୁଥିବା ରାସ୍ତାକୁ ଜେସିବ ମେସିନ ଦ୍ୱାରା ତାଡ଼ି ଦିଆଯିବା ସହ ବିଦୁ୍ୟତ ଖୁଣ୍ଟ ଗୁଡ଼ିକୁ ଭାଙ୍ଗି ଦିଆଯାଇଛି । ରାଜ୍ୟ ଜଙ୍ଗଲ ପରିବେଶ ବିଭାଗ ନିଦେ୍ର୍ଦଶକ ତଥା ପରିବେଶ ସ୍ୱତନ୍ତ ସଚ୍ଚିବଙ୍କ ଚିଠି ନଂ୨୭୧୮୪ / ଏଫ.ଆଣ୍ଡ ଇ ତାରିଖ୧୨/୧୦/୨୦୧୮ରେ ପରିବେଶ ମଞ୍ଜୁରୀ ନଥିବା କାରଣରୁ ଡଙ୍କାରୀର ୬/୧୧, ୬,୧/୧୪,୨ନଂ କ୍ୱାରୀକୁ ତୁରନ୍ତ ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯିବା ପରେ ଏପରି ପଦକ୍ଷେପ ନିଆଯାଇଛି ।
ସୂଚନା ଯୋଗ୍ୟ ଦୀର୍ଘଦିନ ହେଲେ ଡଙ୍କାରୀ କଳାପଥର ଖାଦାନରେ ପଥର ମାଫିଆମାନେ ବେଆଇନ କବ୍ଜା କରି ଏ ଅଞ୍ଚଳରେ କଳାପଥର ସୌଦାଗର ପାଲଟିଛନ୍ତି । ବିନା ପରିବେଶ ମଞ୍ଜୁରୀ, ବେଗର ଲିଜରେ ଦୈନିକ ଲକ୍ଷ ଲକ୍ଷ ଟନ କଳାପଥର ଲୁଟ ପଛରେ ସ୍ଥାନୀୟ ପ୍ରଶାସନ ଓ ରାଜନେତାଙ୍କର ପ୍ରଚ୍ଛନ୍ନ ହାତ ଥିବା ଅଭିଯୋଗ କରି ସମାଜସେବୀ ସବେଶ୍ୱର ବେହୁରା ନେସେନାଲ ଗ୍ରୀନ୍ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ । ଏନ୍ଜିଟି ଓ ରାଜ୍ୟପାଳ ଗଣେଶୀଲାଲ ଘଟଣାର ହସ୍ତକ୍ଷେପ କରି ତୁରନ୍ତ ଏହାର ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଫଳରେ ୫/୧୦ରେ ଏନଜିଟିଙ୍କ ନିଦେ୍ର୍ଦଶରେ ସିଆର୍ର ଏକ ସ୍ୱତନ୍ତ୍ର ଟିମ ଉକ୍ତ ଅଞ୍ଚଳ ଗ୍ରସ୍ତ କରି ନିଜର ଅସନ୍ତୋଷ ବ୍ୟକ୍ତ କରି ଫେରିଯାଇଥିଲେ । ତୁରନ୍ତ ଏହି ବେଆଇନ ଖଣିକୁ ବନ୍ଦ ପାଇଁ ନିଦେ୍ର୍ଦଶ ଦେଇଥିବା ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସ ସୂଚନା ଦେଇଥିଲେ । ସେହି ଆଧାରରେ ଆଜି ଉକ୍ତ ଖଣି ଗୁଡ଼ିକ ଉପରେ ୧୪୪ଧାରା ଜାରି କରାଯିବା ସହ ନାଲି ପତକା ଲଗାଯାଇଛି । କ୍ୱରୀ ନଂ ୬/୧୧ମହେନ୍ଦ୍ର ସ୍ୱାଇଂ ଓ କ୍ୱରୀ ନଂ ୬ ସୁବାଷ ଜେନା, କ୍ୱାରୀ ନଂ ୧/୧୪ଜ୍ୟୋସ୍ନା ଜେନା, କ୍ୱାରୀ ନଂ୨ ସୁବାଷ ଜେନା, ୩,୪ ଓ୫ ନଂ କ୍ୱାରୀରେ ୧୪୪ଧାରା ଜାରି କରାଯାଇଛି ।

ସେଆର କରନ୍ତୁ:



Powered by odothemes.com