cmmmm

ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ: ମୁଖ୍ୟମନ୍ତ୍ରୀ

43

ଭୁବନେଶ୍ୱର,୧୧ା୧୦(ବୁ୍ୟରୋ): ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ତିତିଲି’ର ମୁକାବିଲାରେ ପ୍ରଶାସନିକ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛି ଯେ, ସାମୁଦି୍ରକ ଘୂର୍ଣ୍ଣିଝଡ଼ ‘ତିତଲି’ ଆଜି ସକାଳ ୪.୩୦ରୁ ୫.୩୦ ମଧ୍ୟରେ ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିଛି । ଗତକାଲି ସୁଦ୍ଧା ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳରୁ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ୧୧୧୨ଟି ରିଲିଫ୍ କ୍ୟାମ୍ପରେ ସୁରକ୍ଷିତ ରଖାଯାଇ ରିଲିଫ୍ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଯୋଗୁ କେହି ମୃତୁ୍ୟମୁଖରେ ପଡ଼ିଥିବାର ସୂଚନା ନାହିଁ । ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ତିତିଲି’ ଓଡ଼ିଶା ମଧ୍ୟଦେଇ ପଶ୍ଚିମବଙ୍ଗ ଆଡ଼କୁ ଯିବାର ସମ୍ଭାବନା ଥିବାରୁ ପରିସ୍ଥିତି ଉପରେ ନଜର ରଖାଯିବା ସହିତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ ।
ପରିସ୍ଥିତି ଉପରେ ନଜର ରଖି ପର୍ଯ୍ୟାପ୍ତ ପରିମାଣରେ ରିଲିଫ୍ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଅନ୍ୟାନ୍ୟ ଜିଲ୍ଲା ଅପେକ୍ଷା ଗଜପତି ଜିଲ୍ଲା ଅପେକ୍ଷାକୃତ ଅଧିକ ପ୍ରଭାବିତ ହୋଇଛି । ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦୁ୍ୟତ ସରବରାହ, ପାନୀୟ ଜଳଯୋଗାଣ ଓ ସଡ଼କ ଯୋଗାଯୋଗ ଆଦି ଜରୁରୀ ସେବାକାର୍ଯ୍ୟକୁ ତୁରନ୍ତ ପୁନଃସ୍ଥାପିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି ଜିଲ୍ଲାପାଳମାନେ ଫସଲ ଓ ଘରଭଙ୍ଗା ଆଦି କ୍ଷତିଗୁଡ଼ିକୁ ଯଥାଶୀଘ୍ର ଆକଳନ କରି ରିପୋର୍ଟ ଦେବାପାଇଁ ନିଦେ୍ର୍ଦଶ ଦିଆଯାଇଛି ।
ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ତିତିଲି’ର ମୁକାବିଲା ପାଇଁ ୧୩ଟି ଏନ୍ଡିଆର୍ଏଫ୍ ସହିତ ଓଡ଼୍ରାଫ୍ ବାହିନୀଙ୍କୁ ପ୍ରଭାବିତ ଜିଲ୍ଲାମାନଙ୍କରେ ମୁତୟନ କରାଯାଇଛି । ଗଜପତି ଜିଲ୍ଲା ପାଇଁ ଆଉ ୨ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି । ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ମଧ୍ୟ ମୁତୟନ କରାଯାଇଛି । ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସ୍ୱତନ୍ତ୍ର ରିଲିଫ୍ କମିଶନର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ଏବଂ ପାଣିପାଗ ବିଭାଗର ନିଦେ୍ର୍ଦଶକ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com