11-10-2018=4

ସଚିବାଳୟରେ ପ୍ରାମାଣିକ ଚଳଚ୍ଚିତ୍ରର ପ୍ରିମିୟର

33

ଶହୀଦ ବାଜି ରାଉତଙ୍କ ଶ୍ରାଦ୍ଧ ଦିବସ
ଭୁବନେଶ୍ୱର: ଶହୀଦ ବାଜିରାଉତଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ଆଜି ସଚିବାଳୟରେ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ୨୫ ମିନିଟ୍ର ଏହି ପ୍ରାମାଣିକ ଚଳଚ୍ଚିତ୍ରରେ ଶହୀଦ ବାଜିରାଉତଙ୍କ ସାହସ ଓ ଦେଶଭକ୍ତିର ସଫଳ ଉପସ୍ଥାପନା କରାଯାଇଛି । ଆମର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମର ମୂଲ୍ୟବୋଧରେ ବିକାଶ ନିମନ୍ତେ ଏହି ଚଳଚ୍ଚିତ୍ରକୁ ବିଭିନ୍ନ ବିଦ୍ୟାଳୟରେ ପ୍ରଦର୍ଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଶହୀଦ ବାଜିରାଉତ ପ୍ରାମାଣିକ ଚଳଚ୍ଚିତ୍ରର ପ୍ରଯୋଜକ ସତ୍ୟବ୍ରତ ରଥ ଓ ନିଦେ୍ର୍ଦଶକ ଚିନ୍ମୟ ଦାସଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ଅକ୍ଟୋବର ୧୧, ୧୯୩୮ରେ ବାଜି ରାଉତ ପ୍ରଜାମଣ୍ଡଳ ଆନେ୍ଦାଳନରେ ସାମିଲ ହୋଇ ବ୍ରିଟିଶର ଗୁଳିମାଡରେ ମାତ୍ର ୧୨ ବର୍ଷ ବୟସରେ ଶହୀଦ ହୋଇଥିଲେ । ଗୁରୁବାର ତାଙ୍କର ଶହୀଦ ଦିବସ ଅବସରରେ ଜୟଦେବ ଭବନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବ ।

ସେଆର କରନ୍ତୁ:



Powered by odothemes.com