AMA-GAON-AMA-BIKASH,-JHUMPURA-(2)

୫ କୋଟି ୪୦ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁର

40

ଆମ ଗାଁ ଆମ ବିକାଶ
ଝୁମ୍ପୁରା,୧୧ ।୧୦(ଆପ୍ର): ଝୁମ୍ପୁରା ବ୍ଲକ ନିକଟସ୍ଥ ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଛି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ । ଝୁମ୍ପୁରା ବିଡିଓ ଜୟଶ୍ରୀ ବେଉରାଙ୍କ ଅଧ୍ୟକ୍ଷତାରେ ଏବଂ ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ହୃଷିକେଶ ନାଏକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୬୮ ଗୋଟି ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ମୋଟ ୫ କୋଟି ୪୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ନେଇ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫନେସ୍ ମାଧ୍ୟମରେ ଘୋଷଣା କରିଛନ୍ତି ।
କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରୀ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ସଦର ବିଧାୟକ ଅଭିରାମ ନାଏକ, ଜିଲ୍ଲାପାଳ ଆଶିଷ ଠାକରେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର, ଉପଜିଲ୍ଲାପାଳ ପାରୁଲ ପଟୱାରୀ, ଅତିରିକ୍ତ ତହସିଲଦାର ମିତାଲି ମଧୁଛନ୍ଦା ପାତ୍ର , ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ମୀନା ମାଝୀ, କେନ୍ଦୁଝର ସମବାୟ ସମିତି ସଭାପତି କାନନବିହାରୀ ପହି, ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର ପ୍ରମୁଖ ମୁଖ୍ୟ ଅତିଧିରୂପେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ମୁଖ୍ୟମନ୍ତ୍ରୀ ପରଦାକୁ ଆସି ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଥିଲେ ଏବଂ ଯଥାଶୀଘ୍ର ସେଗୁଡିର କାର୍ଯ୍ୟ ସମ୍ପାଦନ ନିମନ୍ତେ ଉପଯୁକ୍ତ ପଦକ୍ଷେପ ନେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସମାବେଶରେ ଝୁମ୍ପୁରା ବ୍ଲକ ଅଧକ୍ଷ୍ୟ ସୁଶାନ୍ତ କୁମାର ନାଏକ, ଉପାଧ୍ୟକ୍ଷା ସୁବାସିନି ବାରିକ, ଜିଲ୍ଲା ବିଜେଡି ଯୁବ ସଭାପତି ସୌମ୍ୟ ଶଙ୍କର ଚକ୍ର, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଅଲେଖ ସିଂ, ଜିଲ୍ଲା ବିଜେଡି ସଂଖାଲଘୁ ସେଲ ସଭାପତି ନେଶାର ହାୟତ, ବିଜେଡି ଜିଲ୍ଲା ସଂପାଦକ ବିପିନ ବିହାରୀ ଆପଟ୍ଟ, ଝୁମ୍ପୁରା ବ୍ଲକ ବିଜେଡି ଯୁବ ସଭାପତି ରଞ୍ଜନ ବେହେରା, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଦାମୋଦର ବେହେରା, ଯୁବ ନେତା ଇଂ ବିନୋଦ ବିହାରୀ ନାଏକ, ଜିଲ୍ଲା ବିଜେଡି ସମ୍ପାଦକ ମହେନ୍ଦ୍ର ସାହୁ, ସଦର ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ପାଇକରାୟ, ଝୁମ୍ପୁରା ବ୍ଲକ ବିଜେଡି ପର୍ଯ୍ୟବେକ୍ଷକ ରଶ୍ମିରଞ୍ଜନ ଚୌଧୁରୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ସଦସ୍ୟ ବାବୁରାମ ନାଏକ, ପାଟଣା ବିଧାୟକ ପ୍ରତିନିଧି ଶୁସାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବ୍ଲକର ବହୁ ସରପଂଚଙ୍କ ସହିତ ସମିତି ସଭ୍ୟ/ସଭ୍ୟା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଅନେକ ପୂର୍ବତନ ସରପଞ୍ଚ ମଧ୍ୟ ଉପସ୍ଥିତ ରହିଥିଲେ । ବିଜୁ ଯୁବ ବାହିନୀ ସଂଯୋଜକ ବିଶ୍ୱ ଲକ୍ଷ୍ମୀ ନାୟକଙ୍କ ନେତୃତ୍ୱରେ ବ୍ଲକର ୨୨ଟି ପଂଚାୟତର ବିଜୁ ଯୁବ ବାହିନୀ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଝୁମ୍ପୁରା ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବନେ୍ଦାବସ୍ତ କରାଯାଇଥିଲା । ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com