ଦିଗ ବଦଳାଇଲା ତିତ୍ଲି: ଏରସମାବାସୀ ଆଶ୍ୱସ୍ତ

14

ବାଲିକୁଦା,(ଆପ୍ର): ଅକ୍ଟୋବର ମାସ ଅଠାକାଠିରେ ପକାଉଛି ଉପକୂଳବାସୀଙ୍କୁ । ୧୮ବର୍ଷ ତଳର ଡର ଉଙ୍କି ମାରିଛି ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ ବାସୀଙ୍କୁ । ସାମୁଦ୍ରିକ ଝଡବାତ୍ୟା ତିତ୍ଲିକୁ ନେଇ ଲୋକେ ଆତଙ୍କିତ ଥିବା ବେଳେ ଦିଗ ବଦଳାଇଲା ଖବରରେ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଟଳିଲାଛି । ଏନେଇ ଜଗତସିଂହପୁର ଜିଲ୍ଲାବାସୀ ଆଶ୍ୱସ୍ତ ହୋଇଛନ୍ତି । ବିଶେଷ କରି ସମୁଦ୍ର ଉପକୂଳ ଅଞ୍ଚଳ ବାସୀଙ୍କ ମନରୁ ବାତ୍ୟା ଭୟ ଯିବା ପରେ ସ୍ୱାଭାବିକ ହୋଇଛି ସ୍ଥିତି । ତିତଲି ସ୍ଥଳ ଭାଗ ଛୁଇଁବା ପରେ ସମୁଦ୍ର ଅଶାନ୍ତ ରହିବାଳ ସହ ଶିଆଲି ପର୍ଯ୍ୟଟନସ୍ଥଳୀ ପାଖରେ ବଡ ବଡ ଲହରୀ ଦେଖିବାକୁ ମିଳିଛି । ଏରସମା ବ୍ଲକର ବିଶେଷ ଭାବରେ ପ୍ରଭାବିତ ହେବା ଆଶଙ୍କା ଥିବା ଗଡ ହରିଶପୁର ପଦ୍ମପୁର, ଗୋଡା, ଗଡବିଶନପୁର, ଆମ୍ବିକି, ଜପା, କୁକୋଠୀ, ଭିତର ଅନ୍ଧାରୀ, ବାଲିତୁଠ ଓ ଗଡ କୁଜଙ୍ଗ ପ୍ରଭୃତି ସମୁଦ୍ର କୁଳିଆ ପଞ୍ଚାୟତର ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଥିବା ଲୋକେ ନିଜର ଘରକୁ ଫେରିଯାଇଥିବା ଦେଖିବାକୁ ମିଳିଛି । ଗଡକୁଜଙ୍ଗ ପଞ୍ଚାୟତର ପୋଲାଙ୍ଗ ଭୂୟାଁପାଳ ଗ୍ରାମର ସ୍ଥାନାନ୍ତରିତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦିଆ ଯାଇଥିଲା । ବାଲିକୁଦା-ଏରସମା ପ୍ରଶାନ୍ତ ମୁଦୁଲିଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି ପ୍ରଶାସନିକ କର୍ମଚାରୀ ସ୍ୱେଚ୍ଛାସେବୀ ବାତ୍ୟା ଆତଙ୍କିତ ଲୋକଙ୍କୁ ସହାୟତା ଯୋଗାଇ ଦେଇଥିଲେ । ଗୁରୁବାର ସକାଳଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପାଗ ଭଲଥିବା ବେଳେ ଅପରାହ୍ନ ୪ଟା ଠାରୁ ପାଗ କୋହଲା ରହିଛି । ତିତଲିର ଗତି ବଦଳିବା ପରେ କେବଳ ବର୍ଷାର ଭୟ ରହିଛି ।
ସେହିପରି ଏରସମା ବ୍ଲକର ପୋଖରିଆପଡା ପଞ୍ଚାୟତର ରବିନ୍ଦ୍ର ନାୟକଙ୍କ ପରିବାର ବୁଧବାର ରାତିରେ ପରିବାର ଘରେ ଥିବା ବେଳେ ତିତଲିର ପ୍ରଭାବରେ ବିଳମ୍ବିତ ରାତ୍ରିରେ ଚାଳ ଘର ଉଡିଯିବା ସହିତ ମାଟି କାନ୍ଥ ପଡି ଯାଇଥିଲା । ଫଳରେ ରବିନ୍ଦ୍ରଙ୍କ ପନôୀ କବିତାଙ୍କ ଉପରେ କାନ୍ଥ ପଡି ଯାଇଥିଲା ବେଳେ ଅଳ୍ପକେ ରବିନ୍ଦ୍ର ଓ ପିଲାମାନେ ବର୍ତ୍ତି ଯାଇଥିଲେ । କବିତା ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକଙ୍କ ଦ୍ୱାରା ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇ ପାଖ ପଡୋଶୀଙ୍କ ଘରେ ପରିବାର ସହ ଆଶ୍ରୟ ନେଇଛନ୍ତି । ଘଟଣାରୁ ପ୍ରକାଶ ଯେ ବାତ୍ୟା ତିତଲି ପ୍ରଭାବରେ ଏହି ଅଂଚଳର କିଛି ପରିମାଣରେ ଗଛ ଭାଙ୍ଗି ପଡିବା ସହିତ ବିଦୁ୍ୟତ ଖୁଣ୍ଟ ଭାଙ୍ଗି ପଡିବା ଓ ଗ୍ରାମର ବିଦୁ୍ୟତ ସବ୍ଷ୍ଟେସନ ନଇଁ ପଡିବା ଦେଖିବାକୁ ମିଳିଛି । କ୍ଷତିଗ୍ରସ୍ଥ ପରିବାର ରବିନ୍ଦ୍ରଙ୍କୁ ପ୍ରଶାସନ ତରଫରୁ ସରକାରୀ ସାହାଯ୍ୟ ଯୋଗାଇ ଦେଇଥିବା ଖବର ନେବାରେ ଜଣାପଡିଛି ।




Powered by odothemes.com