rasta-roka

ବାଲିଆପାଳ-ବସ୍ତା ମୁଖ୍ୟରାସ୍ତା ପାଞ୍ଚଘଣ୍ଟା ଅବରୋଧ

35

ଡାକ୍ତର ପଦବୀ ପୂରଣ ଦାବି
ବାଲିଆପାଳ,୧୧ ।୧୦(ଆପ୍ର): ବାଲିଆପାଳ ବ୍ଲକର ତିନି ଲକ୍ଷରୁ ଊଦ୍ଧ୍ୱର୍ ଜନସାଧାରଣ ସ୍ୱାସ୍ଥ୍ୟସେବା ପାଇବା ପାଇଁ ନିର୍ଭର କରୁଥିବା ଏକମାତ୍ର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ଅଚଳାବସ୍ଥା ପୂରଣ ଦାବିରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ଦୀର୍ଘ ପାଞ୍ଚଘଣ୍ଟାଧରି ବାଲିଆପାଳକୁ ବସ୍ ଚଳାଚଳ ତଥା ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ।
ସୂଚନା ମୂତାବକ ବାଲିଆପାଳ ବ୍ଲକରେ ସ୍ୱାସ୍ଥ୍ୟସେବା ଯୋଗଇବା ପାଇଁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରତାପପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ଜାମକୁଣ୍ଡା, ପ୍ରତାପପୁର, ବୋଲଂ, ଲଙ୍ଗଳେଶ୍ୱର, ଶ୍ରୀରାମପୁର, ଘଣ୍ଟୁଆଠାରେ ଉପସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଠଜଣ, ପ୍ରତାପପୁରରେ ପାଞ୍ଚଜଣ ଏବଂ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏଁ ଡାକ୍ତର ରହିବାର ଥିଲାବେଳେ କେବଳ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୁଇରୁ ତିନିଜଣ ଡାକ୍ତରକୁ ଛାଡିଦେଳେ ଅନ୍ୟ କୌଣସି ସ୍ଥାନରେ ଡାକ୍ତର ନାହାନ୍ତି । ଫଳରେ ଲୋକେ ରୋଗୀସେବା ପାଇଁ ଏକମାତ୍ର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି । ମାତ୍ର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତରମାନେ ରୋଗୀଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇବା ବଦଳରେ ପାଳିକରି ଡିଉଟି କରୁଛନ୍ତି । ଫଳରେ ରୋଗୀମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ରୋଗୀ ସେବା ପାଇବା ପାଇଁ ସେମାନେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରି ନାନା ଖର୍ଚ୍ଚାନ୍ତ ହେଉଛନ୍ତି ।
ଏହି ରାସ୍ତା ରୋକରେ ଗଣଚେତନା ମଞ୍ଚ, ଆମ୍ବେଦକର ବିଚାର ମଞ୍ଚ, ଦଳିତ ଚାଷୀ ଏକତା ମଞ୍ଚ ର କର୍ମକର୍ତ୍ତାମାନେ ସକାଳ ୬ଟାରୁ ବାଲିଆପାଳ-ବସ୍ତା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜନ ନାୟକ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ଅଜୟ କୁମାର ସାହୁ, ଚାଷୀ ଏକତା ମଞ୍ଚର ଆବାହକ ଅରୁଣ ଜେନା ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ଥିଲେ । ବାଲିଆପାଳର ଭାରପ୍ରାପ୍ତ ତହସିଲଦାର ତଥା ବିଡିଓ ମିନତୀ ଜଗଦେବ, ଅତିରିକ୍ତ ତହସିଲଦାର ନମିତା ଧଳ, ବସ୍ତା ଏସଡିପିଓ ରଞ୍ଜିତ ପୃଷ୍ଟି, ଆଇଆଇସି ପାସ୍କାଲ ଏକ୍କା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଆନେ୍ଦାଳନକାରୀଙ୍କ ପକ୍ଷରୁ ଅତିରିକ୍ତ ତହସିଲଦାର ଶ୍ରୀମତୀ ଧଳଙ୍କୁ ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଜିଲ୍ଲାପାଳ ଖୁବଶୀଘ୍ର ଏହି ଦାବି ପୂରଣ ପାଇଁ ପଦେକ୍ଷପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ଅତିରିକ୍ତ ତହସିଲଦାର କହିବା ପରେ ସକାଳ ୧୧ଟାରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ସୂଚନାଅଧିକାର ସଂଘର ସଭାପତି ଅନୂଜ କୁମାର ମହାପାତ୍ର,କୁଶଧ୍ୱଜ ଜେନା, ବେଣୁଧର ଜେନା, ଶରତ କୁମାର ପାତ୍ର, ଗୋପୀନାଥ ଗଙ୍ଗାଇ, ଚିତ୍ତରଞ୍ଜନ ଜେନା, ଅକ୍ଷୟ ଦାସ, ହରେକୃଷ୍ଣ ତ୍ରୀପାଠୀ, ରବୀନ୍ଦ୍ର ରଣା, ସନ୍ୟାସୀ ବେହେରା, ହେମନ୍ତ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ । ତେବେ ପୋଲିସ ଆ ନେ୍ଦାଳନକାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଥାନାକୁ ଉଠାଇନେଇ ପରେ ଛାଡ଼ିଦେଇଥିବା ଜଣାଯାଇଛି ।

ସେଆର କରନ୍ତୁ:



Powered by odothemes.com