NAYAGARH-(1)

ମିଳିଲାନି ମୌଳିକ ସୁବିଧା

35

ସ୍ୱାଧୀନତାର ସାତ ଦଶନ୍ଧି ବିତିଲା
ନୟାଗଡ଼ (ଆପ୍ର): ନୟାଗଡ଼ ଜିଲ୍ଲା ସଦର ମହକୁମା ନିକଟରେ ଏମିତି ଗାଁ ରହିଛି ଯେଉଁଠାରେ କି ବିକାଶର ପାଦ ପଡ଼ିିନାହିଁ । ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଏସବୁ ଗାଁ ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ବିଦୁ୍ୟତ୍ଠାରୁ ବହୁ ଦୂରରେ ରହିଛି । ସଦରମହକୁମାରୁ ୩୦ କିମି ଦୁରରେ ରହିଛି ନୁଆଗାଁ ବ୍ଲକ କାପ୍ତାପଲ୍ଲି ପଞ୍ଚାୟତର ଭଣ୍ଡାରିବାରି ଓ ଡେଙ୍ଗାବାରି ଗ୍ରାମ । ଏହି ଦୁଇ ଗ୍ରାମର ଅଧିକାଂଶ ହେଉଛନ୍ତି ଜନ ଜାତି ସଂପ୍ରଦାୟର । ଗ୍ରାମବାସୀ ଚାଷବାସ ସହିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ଯାପନ କରନ୍ତି । ସରଳତା ଓ ଶିକ୍ଷା ଅଭାବରୁ ସରକାରୀ ସୁବିଧା ମିନେି । ଏପରିକି ଇନ୍ଦିରା ଆବାସ ମଧ୍ୟ ପାଇନାହନ୍ତି ।
ବଣ ପାହାଡ ଘେରା ଏହି ଗ୍ରାମକୁ ରାସ୍ତା ନଥିବାରୁ ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚôତ ହୋଇଥାନ୍ତି । ମୁଖ୍ୟ ସମସ୍ୟା ହେଉଛି ରାସ୍ତା, ଗମନାଗମନ ସୁବିିଧା ନଥିବାରୁ ସ୍କୁଲ ବନ୍ଦ ହୋଇଛି । ଅସୁସ୍ଥ ହେଲେ ପ୍ରାୟ ୫କିମି ଖଟିଆରେ ବୁହା ହୋଇ ଯିବା ପରେ ଆମ୍ବୁଲାନ୍ସ ସେବା ମିଳେ । ଭାଗ୍ୟ ଅନୁକୂଳ ଥିଲେ ରୋଗୀର ଜୀବନ ବଞ୍ଚେ । ଗର୍ଭବତୀ ଡାକ୍ତରଖାନାରେ ପହଞ୍ଚôବା ପୂର୍ବରୁ ରାସ୍ତାରେ ପ୍ରସବ କରିଥିବା ନଜିର ରହିଛି । ସାମାନ୍ୟ ବର୍ଷା ହେଲେ ଏହି ଗ୍ରାମ ବିଚ୍ଛିନ୍ନ ହୋଇପଡ଼େ । ବିଦୁ୍ୟତ ସଂଯୋଗ ନଥିବାରୁ ପିଲାମାନେ ଡିବିରି ଆଲୁଅରେ ପାଠ ପଢ଼ନ୍ତି । ଗ୍ରାମରେ ଥିବା ସ୍କୁଲ ବନ୍ଦ ହୋଇଯିବାରୁ ପିଲାମାନେ ଜଙ୍ଗଲ ଭିତରେ ୧୦କିମି ଚାଲି ଚାଲି ଅନ୍ୟଗ୍ରାମକୁ ପଢିବାକୁ ଯାଇଥାନ୍ତି । ଜଙ୍ଗଲରେ ଜୀବନ ପ୍ରତି ବିପଦ ଥିବାରୁ ଅନେକ ପିଲା ପାଠପଢ଼ା ଅଧାରୁ ଛାଡ଼ିଥାନ୍ତି । ଗମନାଗମନର ଅସୁବିଧା ହେତୁ ଲୋକେ ଠିକ୍ ସମୟରେ ରାସନ ସାମଗ୍ରୀ ପାଇପାରନ୍ତିନି । ରାସନ ଲାଗି ସେମାନଙ୍କୁ ଗୋଟାଏ ଦିନ ପଡିଆ ହୋଇ ଯିବାକୁ ପଡ଼ିଥାଏ । ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁୁଣନ୍ତି ନାହିଁ ।
ନିର୍ବାଚନ ଆସିଲେ ନେତାଙ୍କ ପାଦ ପଡ଼େ ଓ ଭୋଟ ସରିଲେ ସେମାନେ ଚିହ୍ନନ୍ତି ନାହିଁ । ଗୁହାରି କଲେ ମଧ୍ୟ ୁଶୁଣି ନଶୁଣିବା ପରି ଆଚରଣ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଯଦି ଆଗାମୀ ଦିନରେ ଉପରୋକ୍ତ ମୌଳିକ ସମସ୍ୟାର ସମାଧାନ କରାନଯାଏ ତେବେ ଭୋଟ ଦେବାରୁ ବିରତ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।




Powered by odothemes.com