MEDICAL-COLLEGE---2018-PHOTO-TIHIDI

ଚାନ୍ଦବାଲିରେ ବିକ୍ଷୋଭ, ଶୋଭାଯାତ୍ରା ଓ ରାଲି

26

ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ
ଚାନ୍ଦବାଲି, ୨୨ା୯(ଆପ୍ର): ଭଦ୍ରକ ଜିଲ୍ଲାର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ଜୋରଦାର ଆରମ୍ଭ କରାଯାଇଥିବା ବେଳେ ଏହାକୁ ଏକ ଆନେ୍ଦାଳନର ରୂପ ଦିଆଯାଇ ଜିଲାର ସମସ୍ତ ବ୍ଳକରେ ସଚେତନତା ଉଦେ୍ଦଶ୍ୟରେ ପ୍ରଚାର ପ୍ରସାର ଚାଲୁ ରହିଛି । ଏଥିନେଇ ଆଜି ଚାନ୍ଦବାଲି ବ୍ଲକରେ ଶତାଧିକ ଲୋକ ମା’ କାଳୀ ମନ୍ଦିର ପରିସରରୁ ସଚେତନତା ରାଲିି କରି ଚାନ୍ଦବାଲି ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ୧୫ ଦିନ ମଧ୍ୟରେ ଯଦି ସରକାର ଭଦ୍ରକର ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିକୁ ଗ୍ରହଣ ନକରିନ୍ତି ତେବେ ଆନେ୍ଦାଳନକୁ ଜୋରଦାର କରାଯିବ ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।
ଏହି ଶୋଭାଯାତ୍ରାରେ ଆବାହକ ସଂଗ୍ରାମ ଆଚାର୍ଯ୍ୟଙ୍କ ନେତୃତ୍ୱରେ ସୁଧୀର ମହାନ୍ତି, ନୁରୁମହମ୍ମଦ ଇସମାଇଲ, ହରିହର ମାଇତି, ପୂର୍ଣ୍ଣଚନ୍ଦ୍ର ପାଣି, କାହ୍ନୁ ବେହେରା, ବ୍ରଜ ମହାନ୍ତି, ଅମୂଲ୍ୟ ରାଉତ, ଅଭିମନୁ୍ୟ ଖୁଣ୍ଟିଆ, କମଳାକାନ୍ତ ରାଉତ, ସନ୍ତୋଷ ବାରିକ ପ୍ରମୁଖ ନେତୃତ୍ୱ ନେଇଥିଲେ । ତିହିଡ଼ି, ବାସୁଦେବପୁର, ଭଦ୍ରକ, ଭଣ୍ଡାରୀପୋଖରୀ ଆଦି ବ୍ଲକର ବୁଦ୍ଧିଜୀବୀଙ୍କ ସହ ଚାନ୍ଦବାଲିର ସମସ୍ତ ଦଳର ରାଜନେତା ଏବଂ ଶତାଧିକ ଜନସାଧାରଣ ଆଜିର ଶୋଭାଯାତ୍ରାରେ ସାମିଲ ହୋଇ ସ୍ଥାନୀୟ ତହସିଲଦାର ଙ୍କୁ ନିଜର ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com