2

୧୯ ଘଣ୍ଟା ଅନ୍ଧାରରେ ୱାର୍ଡବାସୀ

11

ଢେଙ୍କାନାଳ,୨୨ା୯(ଆପ୍ର): ଢେଙ୍କାନାଳ ସହରର ୧୦ ନଂ ୱାର୍ଡର କିଛି ଅଞ୍ଚଳ ଶୁକ୍ରବାର ସନ୍ଧ୍ୟା ୬ ଟା ଠାରୁ ଶନିବାର ସନ୍ଧ୍ୟା ପର୍ଯନ୍ତ ଦୀର୍ଘ ୧୯ ଘଣ୍ଟା ଅନ୍ଧାରରେ ବିତେଇଛନ୍ତି । ଗତ ଶୁକ୍ରବାର ସନ୍ଧ୍ୟାରେ ଅତ୍ୟଧିକ ବର୍ଷାରେ ଦକ୍ଷିଣକାଳୀରେ ଥିବା ପଙ୍କଜିନ୍ ଲେନ୍ ଠାରେ ସେସୁ ବିଭାଗର ୨୫୦ କେଭି ଭୋଲ୍ଟର ସ୍ଥାପିତ ହୋଇଥିବା ଏକ ଟ୍ରାନ୍ସଫର୍ମର ହଠାତ୍ ଓଲଟି ପଡ଼ିବାରୁ ଏହିଭଳି ଅଘଟଣ ଘଟିଥିଲା ।
ପ୍ରକାଶଥାଉକି ଉକ୍ତ ଅଞ୍ଚଳରେ ଦୀର୍ଘଦିନ ହେଲା ଲୋ ଭୋଲ୍ଟେଜ୍ର ଅଭିଯୋଗ ହୋଇ ଆସୁଥିଲା । ତାକୁ ସୁଧାରିବାକୁ ଯାଇ ସେସୁ ବିଭାଗ ତରଫରୁ ନୂତନ ଭାବେ ବିଜୁ ଜ୍ୟୋତି ଯୋଜନାରେ ୨୫୦ ଭୋଲ୍ଟର ଏକ ଟ୍ରାନ୍ସଫର୍ମର ଠିକାଦାର ମାଧ୍ୟମରେ ସ୍ଥାପିତ କରାଯାଇଥିଲା । ମାତ୍ର ଯେଉଁ ପିଣ୍ଡି ଠାରେ ଟ୍ରାନ୍ସଫର୍ମରକୁ ରଖା ଯାଇଥିଲା ତାହାର କାର୍ଯ୍ୟ ପୁରା ନିମ୍ନମାନର ହୋଇଥିଲା । ଉକ୍ତ ଟ୍ରାନ୍ସଫର୍ମକୁ ଲାଗି ନିକଟରେ ଥିବା ଏକ ପୋଖରୀ ଠାରୁ ପାଣି ଓଭର ଫ୍ଲୋ ହୋଇ ସେହି ପିଣ୍ଡି ନିକଟ ଦେଇ ବୋହିଯାଏ । ଯାହାଫଳରେ ପିଣ୍ଡିର ମୂଳ ଅଂଶ ସଂପୂର୍ଣ୍ଣ ଧୋଇ ହୋଇଯିବା ଫଳରେ ଚାଳିତ ଟ୍ରାନ୍ସଫର୍ମରଟି ହଠାତ୍ ଓଲଟି ପଡ଼ିଥିଲା । ନିକଟରେ ଲୋକଙ୍କର ଘର ଲାଗି ରହିଥିଲେ ମଧ୍ୟ କାହାର କିଛି ଅଘଟଣ ଘଟିନଥିଲା । ଶନିବାର ସକାଳେ ସେସୁ ବିଭାଗର କର୍ମଚାରୀ ଏକ ଅସ୍ଥାୟୀ ଭାବରେ ପିଣ୍ଡି ନିର୍ମାଣ କରି ଟ୍ରାନ୍ସଫର୍ମରକୁ ସେଠାରେ ରଖି ବିଦୁ୍ୟତ୍ ସରବରାହ କରିଥିଲେ । ଦୀର୍ଘ ୧୯ ଘଣ୍ଟା ଉକ୍ତ ଅଞ୍ଚଳବାସୀ ବିଦୁ୍ୟତ୍ ଅଭାବରେ ନାନା ଅସୁବିଧାର ସମ୍ମୁଖୀନର ହୋଇଥିଲେ । ଏ ସଂକ୍ରାନ୍ତରେ ସେସୁର ଜେଇ କୁହନ୍ତି ଯେ ଏକ ସୁଦୃଢ଼ ଓ ସ୍ଥାୟୀ ପିଣ୍ଡି ନିମନ୍ତେ ଲିଖିତ ଭାବେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି । ଯାହାକି ଅତି ନିକଟରେ କାର୍ଯ୍ୟକାରୀ ହେବବୋଲି ସେ ଜଣାଇଛନ୍ତି ।




Powered by odothemes.com