cyclone

ବାତ୍ୟା ଡାୟେ: ପ୍ରବଳ ବର୍ଷିବ

157

ଭୁବନେଶ୍ୱର, ୨୦ା୯(ବୁ୍ୟରୋ): ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷିବ । ପବନର ବେଗ ୮୦ କମିି ଯାଏ ବୃଦ୍ଧି ପାଇବ । ବାତ୍ୟା ସେତେଟା ବଡ଼ ନହେଲେ ମଧ୍ୟ କିଛି ସ୍ଥାନରେ କ୍ଷୟକ୍ଷତି ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ଯାଏ ସମସ୍ତ ବିଭାଗ ସଜାଗ ରହିବା ସହ ପୁରୀ ଓ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିଦେ୍ର୍ଦଶ ଦେଇଛନ୍ତି ।
ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍୍ ଡିପ୍ରେସନ୍( ଭୀଷଣ ଅବପାତ) ରୂପ ନେଇଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୨୩ କିମି ବେଗରେ ଗତି କରୁଛି । ଗୁରୁବାର ସନ୍ଧ୍ୟା ୫.୩୦ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳ ଆନ୍ଧ୍ରପ୍ରଦେଶ ଉପକୂଳର ପୂର୍ବ ଦିଗର କଳିଙ୍ଗପାଟଣମ୍ରୁ ୧୭୦ କିମି ଏବଂ ଓଡ଼ିଶାର ଦକ୍ଷିଣ-ପୂର୍ବ ଗୋପାଳପୁର ଠାରୁ ୧୩୦ କିମି ଦୂରରେ ରହିଛି । ଏହା ଅଧିକ ଘନୀଭୂତ ହୋଇ ବ୍ୟାତରେ ପରିଣତ ହୋଇଛି । ଏହି ସମୟରେ ପବନ ଘଣ୍ଟାପ୍ରତି ୬୦-୭୦ କିମିରୁ ବଢ଼ି ୮୦କିମି ବେଗରେ ପର୍ଯ୍ୟନ୍ତ ରହିବ । ଗୁରୁବାର ବିଳମ୍ବିତ ରାତିରେ ଏହା କଳିଙ୍ଗପାଟଣମ୍-ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁଛି । ତେଣୁ ରାଜ୍ୟର ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଜିଲ୍ଲା ସମେତ ଉପକୂଳବର୍ତ୍ତୀ ଅଞ୍ଚଳର ବହୁ ସ୍ଥାନ ପ୍ରଭାବିତ ହେବ । ଏହି ବାତ୍ୟାର ନାମ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଘୋଷଣା କରାଯାଇନଥିବା ବେଳେ ସ୍କାଏ ମେଟ୍ ତରଫରୁ ଏହା ନାଁ ‘ଡାୟେ’ ରଖାଯାଇଥିବା ଜଣାପଡ଼ିଛି ।
ବାତ୍ୟା ଖବର ଶୁଣି ଉପକୂଳବର୍ତ୍ତୀ ଅଞ୍ଚଳର ବହୁ ଲୋକ ଭୟଭୀତ ହୋଇଯାଇଛନ୍ତି । ଡିପ୍ ଡିପ୍ରେସନ୍ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଆସନ୍ତାକାଲି ‘ଡାୟେ’ ପ୍ରଭାବରେ ଉପକୂଳରେ ବର୍ଷାର ପରିମାଣ ହା୍ରସ ପାଇଲେ ସୁଦ୍ଧା କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭବାନା ରହିଛି । ଶୁକ୍ରବାର ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ସକାଳ ସଢ଼େ ୮ଟାରୁ ସନ୍ଧ୍ୟା ୫.୩୦ ମଧ୍ୟରେ ବାଲେଶ୍ୱରରେ ୭୭ ମିମି, ଅନୁଗୁଳରେ ୪୪ ମିମି, ଚାନ୍ଦବାଲିରେ ୪୦ ମିମି, କେନ୍ଦୁଝରରେ ୩୬ ମିମି, ପୁରୀରେ ୩୧ ମିମି, ଗୋପାଳପୁରରେ ୨୫ ମିମି , ଭୁବନେଶ୍ୱରରେ ୨୨ ମିମି, ପାରାଦୀପରେ ୨୨ ମିମି ଓ କଟକରେ ୨୧ ମିମି ବର୍ଷା ହୋଇଥିବା ଜଣାପଡ଼ିଛି ।

ସେଆର କରନ୍ତୁ:



Powered by odothemes.com