20-9-2018=3

ଚାଷୀଙ୍କ ଲାଗି ପ୍ରତିବଦ୍ଧତା ସହ କାର୍ଯ୍ୟ କରୁଛୁ

63

ଭୁବନେଶ୍ୱର, ୨୦ା୯(ବୁ୍ୟରୋ): ଚାଷୀଙ୍କ ସୁଖ ଦୁଃଖରେ ସବୁବେଳେ ସାଥିରେ ଅଛି । ରାଜ୍ୟର ବିଭିନ୍ନ ଅଞ୍ଚଳର ଚାଷୀ ଭାଇଭଉଣୀଙ୍କ ସମସ୍ୟା ମଧ୍ୟ ଶୁଣୁଛି । ଚାଷୀଙ୍କ କଲ୍ୟାଣ ପାଇଁ ଆମେ ପ୍ରତିବଦ୍ଧତା ସହ କାମ କରୁଛୁ ଏବଂ ଆଗକୁ ମଧ୍ୟ କରିଚାଲିବୁ ବୋଲି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କହିଛନ୍ତି ।
ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ମାର୍ଗରେ ଥିବା କୃଷି ଭବନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ଘାଟନ କରି କହିଛନ୍ତି ଯେ ଏହି କୃଷି ଭବନ ଚାଷୀ ଭାଇଭଉଣୀଙ୍କ ନିଜ ଭବନ । ଗୋଟିଏ ଛାତ ତଳେ ଏହି ଭବନରୁ ଚାଷୀମାନେ ସବୁ ସେବା ପାଇପାରିବେ । କୃଷି ଭବନ ସେମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି । କୃଷି ବିଭାଗ ଚାଷୀମାନଙ୍କୁ ଅଧିକ ଦକ୍ଷତାର ସହ ସେବା ଯୋଗଇାବରେ ସଫଳ ହେବ । ୨୦୦୦ ମସିହାରେ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ । ସେତେବେଳେ ଖ୍ୟାଦ୍ୟ ନିରାପତ୍ତା ପାଇଁ ପଞ୍ଜାବ ଓ ହରିୟାନାରୁ ଟ୍ରେନ୍ ର୍ୟାକ୍ ଜରିଆରେ ଓଡ଼ିଶାକୁ ଖାଦ୍ୟଶସ୍ୟ ଆସୁଥିଲା । କିନ୍ତୁ ଆଜି ବହୁତ ପରିବର୍ତ୍ତନ ଆସିଛି । ଚାଷୀ ଭାଇଭଉଣୀଙ୍କ ପରିଶ୍ରମ ଆଜି ରାଜ୍ୟ ପାଇଁ ସୁନାମ ଆଣିଛି । ସେଥିପାଇଁ ଓଡ଼ିଶାକୁ ଚାରି ଥର କୃଷି କର୍ମଣ ପୁରସ୍କାର ମିଳିଛି । ଓଡ଼ିଶା ଏବେ ସାରା ଦେଶକୁ ଖାଦ୍ୟ ଯୋଗାଉଛି । ଦେଶର ସାଧରଣ ବଣ୍ଟନ ବ୍ୟବସ୍ଥାରେ ସର୍ବବୃହତ ସହଯୋଗୀ ତୃତୀୟ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହୋଇଛି । ଚାଷୀମାନେ ଆଗକୁ ମଧ୍ୟ ନୂଆ ନୂଆ ଜ୍ଞାନକୌଶଳ ବ୍ୟବହାର କରି ଆହୁରି ସୁନାମ ଅର୍ଜନ କରିବେ । ୨୦୧୧ରେ ଓଡ଼ିଶା ପ୍ରଥମ ଥର ପାଇଁ କୃଷି କର୍ମଣ ପୁରସ୍କାର ପାଇଥିଲା । ପରେ କୃଷି ମନ୍ତ୍ରୀ ଓ ସଚିବ ସଚିବାଳୟରେ ଭେଟିବା ସହ ଓଡ଼ିଶାକୁ ମିଳିଥିବା ପୁରସ୍କାର ମୋତେ ସମର୍ପିତ କରିଥିଲେ । ସେତେବେଳେ ପୁରସ୍କାର ରାଶି ୨ କୋଟି ଟଙ୍କା ଥିଲା । ଏହି ପୁରସ୍କାର ରାଶିକୁ ଚାଷୀଙ୍କ ନିମନ୍ତେ ଖର୍ଚ୍ଚ କରିବି ବୋଲି ସେ ନିଷ୍ପତ୍ତି ନେଇଥିଲେ । ପୁରସ୍କାର ଟଙ୍କା ଭାବେ ମୋଟ ୧୭ କୋଟି ଟଙ୍କା ଓଡ଼ିଶା ପାଇଥିଲା । ଏହିସବୁ ଟଙ୍କା କୃଷି ଭବନରେ ହିଁ ବିନିଯୋଗ କରାଯାଇଛି । କୃଷି ଭବନରେ ଗୋଟିଏ ଗୋଟିଏ ଇଟା ଚାଷୀ ଭାଇଭଉଣୀଙ୍କ ସଫଳତାର କଥା କହୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହି ଅବସରରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ କୃଷି ଭବନର ଡିଜାଇନ୍ ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ ପ୍ରସ୍ତୁତ ହୋଇଛି । କୃଷି ସମ୍ପର୍କିତ ଲୋକକଥା ଉପରେ ଆଧାରିତ । ଏହି ଭବନରେ କାରିଗରୀ ଶତାଧିକ କଉଶଳୀ ହାତରେ ଏକ ଜୀବନ୍ତ ପରିସ୍ଫୁଟନ । କୃଷି ଭବନରେ ବ୍ୟବହୃତ ଭିନ୍ନ ଭିନ୍ନ ରଙ୍ଗର ଇଟା ରାଜ୍ୟର ବିଭିନ୍ନ ଅଞ୍ଚଳର ମୃତ୍ତିକା ବିବିଧତାର ପ୍ରତୀକ । ଭବନର ଅଧିକାଂଶ ଭାଗ ପ୍ରାକୃତିକ ଉପାୟରେ ଶୀତତାପ ନିୟନ୍ତ୍ରିତ ଯାହା ଶକ୍ତି ସଞ୍ଚୟରେ ସୟାହକ ହେବ ବୋଲି ଶ୍ରୀ ମହାରଥୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦତ୍ୟ ପ୍ରସାଦ ପାଢ଼ୀ, କୃଷି ସଚିବ ସୌରଭ ଗର୍ଗ, କୃଷି ନିଦେ୍ର୍ଦଶକ ଏମ୍ ମୁଥୁ କୁମାର ଏବଂ ଅନ୍ୟାନ୍ୟ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com