GP-LEVEL-BHIMA-BHOI-BHINNA-KSHYAMA-SAMARTHYA-SIBIRA-AT-NILOK-5

ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କହି ଫେରାଇଦେଲେ

74

ପଞ୍ଚାୟତସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ବନ୍ତ,୨୦ ।୯(ଆପ୍ର): ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପଞ୍ଚାୟତସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅବ୍ୟବସ୍ଥା କାରଣରୁ ବହୁ ଭିନ୍ନକ୍ଷମଙ୍କୁ ଶିବିରରୁ ଫେରିଯିବାର ଦେଖାଯାଇଥିଲା ।
ପ୍ରକାଶ ଯେ ବନ୍ତ ବ୍ଳକ ପ୍ରଶାସନ ପକ୍ଷରୁ ଗତ କିଛି ଦିନ ପୂର୍ବେ ବନ୍ତ ବ୍ଳକର ୧୫ ଓ ୧୬ ନଂ. ଜୋନ୍ରେ ଥିବା ୧୩ଟି ପଞ୍ଚାୟତ ପାଇଁ ନିଳୋକ ଆଦର୍ଶ ବିଦ୍ୟାଳୟ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ କରିବା ନେଇ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଗୁରବାର ଲଘୁଚାପ ବର୍ଷା ସତ୍ତ୍ୱେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଭିନ୍ନକ୍ଷମମାନେ ବର୍ଷାରେ ଭିଜି ଗାଡି ଭଡା କରି ଶିବିରସ୍ଥଳରେ ପହଞ୍ଚô ଥିଲେ । ଏଥିନେଇ ଗୋଟିଏ ଦିନ ପୂର୍ବରୁ ବ୍ଲକ ପ୍ରଶାସନ ନିଳୋକ ଆଦର୍ଶ ବିଦ୍ୟାଳୟ ପରିସରରେ ଟେଣ୍ଟର ବ୍ୟବସ୍ଥା କରିଥିଲା । ଏହି ଶିବିରରେ ଜିଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା । ଏହି କାର୍ଯ୍ୟକ୍ରମ ସକାଳ ୯ଟାରେ ଆରମ୍ଭ ହେବାକୁ ଥିବା ବେଳେ ବର୍ଷା ଯୋଗୁ ଦିନ ୧୧ଟାରେ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର କୌଣସି ଅଧି୍କାରୀ ଏଥିରେ ଯୋଗଦେଇ ପାରିନଥିଲେ । ଫଳରେ ବିଡିଓ ରେବେକା ବିଲୁଂଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ଓ ତହସିଲଦାର ଫକୀରଚରଣ ପରିଡା ଉକ୍ତ ଶିବିରରେ ଯୋଗ ଦେଇଥିଲେ ମଧ୍ୟ ଶିବିର ଉଦ୍ଘାଟନ ହୋଇପାରିନଥିଲା । ଏହି ଶିବିରରେ କେବଳ ୧୫ ଓ ୧୬ ନଂ.ଜୋନ୍ ଅଧୀନ ବିଭିନ୍ନ ପଞ୍ଚାୟତର ଭିିନ୍ନକ୍ଷମ ଯୋଗ ଦେବାକୁ ଥିବା ବେଳେ ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ୧୪ ନଂ. ଜୋନ୍ରେ ଥିବା ବିିଭିନ୍ନ ପଞ୍ଚାୟତର ଭିନ୍ନକ୍ଷମ ବ୍ୟକ୍ତିମାନେ ବର୍ଷାରେ ଭିଜି ଯୋଗ ଦେଇଥିଲେ ମଧ୍ୟ ସେମାନଙ୍କୁ ଫେରାଇ ଦିଆଯାଇଥିଲା । ପରୀକ୍ଷା ପାଇଁ କୌଣସି ଉପକରଣ ନଥିବାରୁ ବହୁ ଭିନ୍ନକ୍ଷମ ଫେରିଯାଇଥିଲେ । ଏହି ଶିବିର ଆୟୋଜନ ହୋଇଥିବା ଟେଣ୍ଟରେ ନହୋଇ ବିଦ୍ୟାଳୟ ବାରଣ୍ଡାରେ ହୋଇଥିବାରୁ ବହୁ ହିତାଧିକାରୀ ଭିଡରେ ଅଣନିଶ୍ୱାସୀ ହୋଇପଡିଥିଲେ । ସେହିପରି ଶିବିରାର୍ଥୀ ମାନଙ୍କ ପାଇଁ ଖାଦ୍ୟପାନୀୟର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଆୟୋଜକଙ୍କ ଅବହେଳା ଯୋଗୁଁ ବହୁ ଲୋକ ନଖାଇ ଫେରି ଯାଇଥିବାର ଦେଖାଯାଇଥିଲା । ରାଜ୍ୟରେ ପ୍ରଥମ କରି ୧୮ବର୍ଷରୁ ଉଦ୍ଧ୍ୱର୍ ଭିନ୍ନକ୍ଷମ ମାନଙ୍କ ପାଇଁ ଭୋଟର ତାଲିକା କକ୍ଷ ଖୋଲା ଯାଇଥିବା ବେଳେ ଏଥିରେ ୧୩ ଜଣ ନାମ ପଞ୍ଜୀକୃତ କରିଥିଲେ । ତେବେ ପ୍ରଶାସନିକ ଅବହେଳା ଯୋଗୁ ଆଜିର ଶିବିରରେ ନାନାଦି ସମସ୍ୟା ଦେଖାଯାଇଥିବା କଥା ଚର୍ଚ୍ଚାର ବିଷୟ ହୋଇଛି ।

ସେଆର କରନ୍ତୁ:



Powered by odothemes.com