15--------Bharan-School--Photo-4

ବିପଦପୂର୍ଣ୍ଣ ଅବସ୍ଥାରେ ପାଠପଢା

28

ବରୀ (ଆପ୍ର): ସର୍ବଶିକ୍ଷା ଅଭିଯାନ ଯୋଜନାରେ ସଭିଏଁ ପଢିବେ ସଭିଏଁ ବଢିବେ ସ୍ଲୋଗାନ୍ ଦିଆଯାଉଥିବା ବେଳେ ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟାକ ଗୃହ ନଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି ପାଠପଢା । ବରୀ ବ୍ଲକ୍ ଭଅଁରା ପଞ୍ଚାୟତ ସଙ୍ଗଗଦେଇପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ହେଉଛି ଏହାର ଜୀବନ୍ତ ଉଦାହରଣ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୨ଜଣ ଶିକ୍ଷକ ପଢାଉଥିବାବେଳେ ୭୭ଜଣ ଛାତ୍ରଛାତ୍ରୀ ବିପଦପୂର୍ଣ୍ଣ ଅବସ୍ଥାରେ ପାଠ ପଢୁଛନ୍ତି । ୩ଟି ଆଜବେଷ୍ଟ ଘର ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ କ୍ଷତିିଗ୍ରସ୍ତ ହୋଇଥିବାବେଳେ ଆଉ ଗୋଟିଏ କୋଠରୀରେ ବର୍ଷା ଦିନରେ ପାଣି ଜମୁଛି । ଗୃହ ଗୁଡ଼ିକର କବାଟ ଝରକା ମଧ୍ୟ ଭାଙ୍ଗି ଗଲାଣି । ଫଳରେ ସରୀସୃପମାନେ ବିଦ୍ୟାଳୟ ଭିତରୁ ପଶିଆସୁଛନ୍ତି । ବିଦ୍ୟାଳୟର ଏପରି ଅବସ୍ଥା ବିଷୟରେ ବିଇଓ, ଡିପିସିଙ୍କୁ ଲିଖିତ ଭାବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।




Powered by odothemes.com