1c

ହାତୀ ଉଜାଡ଼ିଲେ ୨ଠ ଏକର ଫସଲ

62

ଢେଙ୍କାନାଳ,୨୦ା୯(ଆପ୍ର): ଢେଙ୍କାନାଳ ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ୍ ଗଦାଶିଳା ସେକ୍ସନ୍ ଅନ୍ତର୍ଗତ ଚାଇଁପୁର ଓ ସାଇବିରି ଗ୍ରାମରେ ୨୦ ଏକର ଧାନ ଫସଲ ହାତୀପଲ ଉଜାଡ଼ିଥିବା ଜଣାପଡ଼ିଛି । ହାତୀ ଉପଦ୍ରବକୁ ନେଇ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବେ ବୋଲି ଚାଷୀଙ୍କଠାରୁ ପ୍ରକାଶ । ସୂଚନାଯୋଗ୍ୟ ବୁଧବାର ସନ୍ଧ୍ୟାରେ ଏକ ହାତୀପଲ ଚାଇଁପୁର ନିକଟରେ ୫୫ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଝରଣ ନିକଟରେ ଥିବା ଜମିରେ ଧାନ ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରିଥିବା ଜଣାପଡ଼ିଛି । ସେହିପରି ଏହି ୩୫ଟି ହାତୀ ସାଇଁବିରି ଗ୍ରାମର ଜମିରେ ପ୍ରବେଶ କରି ୨୦ ଏକର ଧାନ ଫସଲ ସହିତ ବାଦାମ ଫସଲ ନଷ୍ଟ କରିଥିବାର ଜଣାପଡ଼ିଛି । ଏହି ହାତୀ ପଲ ସାଇଁବିରି ଗ୍ରାମର ବେଣୁଧର ରାଉତଙ୍କ ୨ ଏକର, ସରୋଜ ସାହୁଙ୍କ ୨ ଏକର, ଚନ୍ଦ୍ରମଣି ସାହୁଙ୍କ ୨ ଏକର, ଇନ୍ଦ୍ରମଣି ସାହୁଙ୍କ ୨ ଏକର, ଧନେଶ୍ୱର ରାଉଳଙ୍କ ୧ ଏକର, ଜଗନ୍ନାଥ ସାହୁଙ୍କ ୧ ଏକର, ପ୍ରଭାକର ବେହେରାଙ୍କ ୧ ଏକର, ଉମାକାନ୍ତ ରାଉତଙ୍କ ୧ ଏକର ଧାନ ଫସଲ ଦଳ ଚକଟି ନଷ୍ଟ କରିସେଇଛନ୍ତି । ଧାନ ଗଛରେ ଥୋଡ଼ ଆସିଥିବା ସମୟ ହୋଇଥିବା ବେଳେ ଖାଇବା ସହିତ ତା’ ଉପରେ ଶୋଇବା ଯୋଗୁ ସମ୍ପୁର୍ଣ୍ଣ ଭାବରେ ନଷ୍ଟ କରିଦେଇଛନ୍ତି । ଏହି ଜମିରୁ କେଣ୍ଡାଏ ଧାନ ମିଳିବା ମଧ୍ୟ କଷ୍ଟ କର । ସେହିପରି ଏହି ହାତୀ ପଲ ବାଦାମ ଫସଲ ମଧ୍ୟ ନଷ୍ଟ କରିଛନ୍ତି । ବନ ବିଭାଗ ତରଫରୁ ତଦନ୍ତ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି । ସେହିପରି ଶଙ୍କରପ୍ରତାପପୁର ଗ୍ରାମର ଶରତ ସାହୁ, କୃଷ୍ଣଚନ୍ଦ୍ର ସାହୁ ଓ ସରୋଜ ସାହୁଙ୍କ ଧାନ ଫସଲ ଖାଇଥିବା ଜଣାପଡ଼ିଛି । ଉପଦ୍ରବ ଚଳାଇଥିବା ଦନ୍ତା ହାତୀ ଧାନ ଫସଲ ଖାଇବା ସହିତ ଦମୟନ୍ତୀ ପ୍ରଧାନ ଓ ଗାଣ୍ଡୁ ପ୍ରଧାନଙ୍କ ଘର ଭାଙ୍ଗି ଦେଇଛନ୍ତି । ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ବଢ଼ି ଚାଲିଥିବା ବେଳେ ଏହାର ସ୍ଥାୟୀ ସାମାଧାନ ପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବେ ବୋଲି ଚେତାବନୀ ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com