puri-chula

ଖତ ଖାଉଛି ଶବଦାହ ଚୁଲା

29

ପୁରୀ(ବୁ୍ୟରୋ): ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଜାତୀୟ ଗ୍ରୀନ୍ ଟ୍ରିବୁ୍ୟନାଲ୍ଙ୍କ ନିଦେ୍ର୍ଦଶ କ୍ରମେ ସ୍ୱର୍ଗଦ୍ୱାରରେ ଅତ୍ୟାଧୁନିକ ବିଦୁ୍ୟତ୍ ଚାଳିତ ଶବଦାହ ଚୁଲା ବ୍ୟବସ୍ଥା କରାଯାଇଥିଲା । ମାତ୍ର ସ୍ଥାନୀୟ ପୌରପାଳିକାର ଅବହେଳା ଯୋଗୁଁ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶବଦାହ ଚୁଲା ଖତ ଖାଉଛି । ୫ ବର୍ଷ ପୂର୍ବେ ନିର୍ମିତ ଏହି ଚୁଲାରେ ବର୍ତ୍ତମାନ ସୁଦ୍ଧା ୫୦ଟି ବି ଶବଦାହ ହୋଇନାହିଁ । ସମ୍ପୃକ୍ତ ଚୁଲାରେ ଏକକାଳୀନ ସାତଟି ଶବଦାହର ବ୍ୟବସ୍ଥା ହୋଇଛି । ବିଭିନ୍ନ କାରଣରୁ ବାହାରେ ପ୍ରତିକୂଳ ପରିସ୍ଥିତିରେ ଶବଦାହ କରାଯାଉଛି । ଖରା, ବର୍ଷାରେ ଶବଦାହ ବେଳେ ଅସୁବିଧା ହେଉଥିଲେ ବି ପ୍ରତିକାର ପ୍ରତି ପ୍ରଶାସନ ତତ୍ପରତା ପ୍ରକାଶ କରୁନି । ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଓ ପର୍ଯ୍ୟଟକ ହନ୍ତସନ୍ତ ହେଉଛନ୍ତି ।
ଦିନକୁ ଦିନ ଶବଦାହ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପରିବେଶ ଉପରେ ଏହାର ସିଧାସଳଖ ପ୍ରଭାବ ପଡୁଛି । ଶବ ଦାହବେଳେ ବାହାରୁ ଥିବା ଧୂଆଁ ଯୋଗୁ ସ୍ଥାନୀୟ ଅଞ୍ଚଳର ଲେଶକେ ମାରାତ୍ମକ ରୋଗରେ ଶିକାର ହେଉଛନ୍ତି । ଏନେଇ ସ୍ଥାନୀୟ ବାସିନ୍ଦା ଏକତ୍ରିତ ହୋଇ ପ୍ରଶାସନ ଓ ପରେ ଜାତୀୟ ଗ୍ରୀନ୍ ଟ୍ରିବୁ୍ୟନାଲରେ ଅଭିଯୋଗ କରିଥିଲେ । ଟ୍ରିବୁ୍ୟନାଲ ନିଦେ୍ର୍ଦଶରେ ଜିଲ୍ଲା ପ୍ରଶାସନ ଓ ପୌରପାଳିକା ମିଳିତ ଭାବେ ରିପୋର୍ଟ ଦାଖଲ କରିଥିଲେ ।
ଅତ୍ୟାଧୁନିକ ଶବଦାହ ଚୁଲାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଓ ପୌରପ୍ରଶାସନକୁ ନିଦେ୍ର୍ଦଶ ଦେଇଥିଲେ । ନିଦେ୍ର୍ଦଶ ଅନୁଯାୟୀ ପୌରପାଳିକା ୭୦ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତମାନର ବିଦୁ୍ୟତ୍ ଚୁଲା ନିର୍ମାଣ କରିଥିଲା । ମାତ୍ର ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଅବହେଳା ଯୋଗୁ ଶବଦାହ ଚୁଲା ଏବେ ଖତ ଖାଉଛି । ଯଦ୍ଦ୍ୱାରା ଖୋଲାରେ ଶବଦାହ କରାଯିବା ସହିତ ଧୂଆଁ ସହିତ ଦୁର୍ଗନ୍ଧ ହୋଇ ଚଳିବା କଷ୍ଟକର ହୋଇ ପଡ଼ିଛି ।
ଏ ସମ୍ପର୍କରେ ସ୍ଥାନୀୟ ବ୍ୟବସାୟୀ ସୀତାରାମ ଦତ୍ତ କୁହନ୍ତି, ସ୍ୱର୍ଗଦ୍ୱାର ନିକଟରେ ଦୀର୍ଘ ଦିନ ହେଲା ଦୋକାନ କରିଛି । ମାତ୍ର ଏଠାରେ ଶବଦାହରୁ ଏତେ ଧୂଅାଁ ବାହାରି ଦୁର୍ଗନ୍ଧ ହେଉଛି ଯେ, ଦୋକାନରେ ବସିବା ସମ୍ଭବ ହେଉନାହିଁ । ଏହା ଉପରେ ସରକାର ଓ ପ୍ରଶାସନ ଦୃଷ୍ଟି ଦେଲେ ଲୋକେ ସଂକ୍ରାମକ ରୋଗରୁ ରକ୍ଷା ପାଇପାରନ୍ତେ । ଅନ୍ୟପକ୍ଷରେ ଚୁଲା ଅଚଳ ହେବାରେ ସ୍ଥାନୀୟ ପ୍ରଶାସନ ଓ ରାଜନେତାଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଏମାନଙ୍କ ସ୍ୱାର୍ଥ ପାଇଁ ଜନସାଧାରଣ ରୋଗରେ ପଡ଼ୁଛନ୍ତି ।




Powered by odothemes.com