block-grant-teachers-padajatra,-kjr

ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ଆନେ୍ଦାଳନ, ରାଲି ଓ ପଦଯାତ୍ରା

52

ତେଲକୋଇ,୨୦ା୯(ଆପ୍ର): ତେଲକୋଇ ବ୍ଲକ ଅଧିନରେ ଥିବା ତିନୋଟି କଲେଜ ଓ ୧୫ଟି ହାଇସ୍କୁଲ୍ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ପଞ୍ଚାୟତରେ ଆନେ୍ଦାଳନ ଜାରି ରହିଛି । ଗତ ମଙ୍ଗଳବାର ତେଲକୋଇ, ଓରିଆ, ସଲେଇକେନା,ଜଗମୋହନପୁର, ବିଂଜବାହାଳ, ଛାମୁଣ୍ଡା, ଦୋବଲାପାଳ, ଦେଉଳଡିହା, କରଦାଙ୍ଗୀ ପଞ୍ଚାୟତ ମୁଖ୍ୟାଳୟରେ ସଭା କରି ସରକାରଙ୍କ କାଳକ୍ଷେପଣ ନୀତିକୁ ସମାଲୋଚନା କରିଥିଲେ । ୨ଶହରୁ ଊଦ୍ଧ୍ୱର୍ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ, କର୍ମଚାରୀ ସାମିଲ ହୋଇଛନ୍ତି । ଦୀର୍ଘ ୩୫ଦିନ ହେବ ବ୍ଲକ ଗ୍ରାଣ୍ଟ ଶିକ୍ଷକଙ୍କ ଆନେ୍ଦାଳନ ଜାରୀ ରହିଥିବା ବେଳେ ପାଠପଢାରେ ୭ଶହରୁ ଅଧିକ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ଥ ହୋଇଛନ୍ତି । ତେବେ ସଂଯୋଜକ ଚିତରଞ୍ଜନ ପଟ୍ଟନାୟକ ବିଧାନ ସଭା ଘେରାଓ କରିଛୁ ବୋଲି କହିଥିବା ବେଳେ ଅଧ୍ୟାପକ ପାଣ୍ଡବ ଚରଣ ସାହୁ ଆଗାମୀ ୨/୩ ବର୍ଷରେ ବହୁ ଅଧ୍ୟାପକ ଅବସର ନେବେ ବୋଲି କହିଛନ୍ତି ।
କେନ୍ଦୁଝର: ଭୁବନେଶ୍ୱର ଠାରେ ଦୀର୍ଘ ୩୫ ଦିନ ଧରି ବିଭିନ୍ନ ଦାବି ପୁରଣ ପାଇଁ ଧାରଣାରେ ବସିଥିବା ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ଏବେ ବ୍ଲକ ଓ ପଞ୍ଚାୟତ ସ୍ତରରେ ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ପଦଯାତ୍ରା ଆରମ୍ଭ କରିଛନ୍ତି । ଏହି ପ୍ରରିପ୍ରେକ୍ଷୀରେ ବୁଧବାର ବାଂଶପାଳ ବ୍ଲକରେ ଶୁଆକାଟୀ, ବାଂଶପାଳ, କୁମୁଣ୍ଡି, କରମଙ୍ଗି, କାଞ୍ଜିପାଣି, ବାୟାକୁମୁଟି ଆଦି ସ୍ଥାନ ମାନଙ୍କରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଶିକ୍ଷକ, ଅଧ୍ୟାପକ ଓ ମିଳିତ କର୍ମଚାରୀ ସଂଘର ସଦସ୍ୟମାନେ ଘରକୁ ଘର ବୁଲି ପଦଯାତ୍ରା କରିବା ସହ ସ୍ଥାନୀୟ ବୁଦ୍ଧିଜୀବି ମାନଙ୍କ ସହ ଆଲୋଚନା କରି ଗଣଧାରଣା ଓ ଆନେ୍ଦାଳନ ସମ୍ବନ୍ଧରେ ଲୋକଙ୍କ ସଚେତନ କରାଇଥିଲେ । ଦୀର୍ଘ ଦିନ ଧରି ୬୬୨ ଓ ୪୮୮ ବର୍ଗର କଲେଜ ଅନ୍ୟାନ୍ୟ ବ୍ଲକ୍ଗ୍ରାଣ୍ଟ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଏହାକୁ ନେଇ ଅଭିଭାବକ ମାନେ ଚିନ୍ତାଗ୍ରସ୍ତ ହେଉଥିବା ଜଣାପଡିଛି । ସରକାରୀ ସ୍ତରରେ ଉପସ୍ଥାପିତ ଦାବି ଗୁଡିକ ସରକାର ମାନିନେବା ସହ ତୁରନ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ପାଠ୍ୟଦାନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଇଛି । ଏହି ପଦଯାତ୍ରା ସମୟରେ ଅଧ୍ୟାପକ ଶରତ ଭଞ୍ଜ, ସତ୍ୟନାରାୟର ସାହୁ, ରଘୁନାଥ ବେହେରା, ନାରାୟଣ ସାହୁ, ବିପିନ ବିହାରୀ ସାହୁ, ଧୃତରାଷ୍ଟ୍ର ସାହୁ, ଅଜୟ ସାହୁ, ମୋହନ ସାହୁ, ତୁଳସୀ ମହାନ୍ତ, ନିରଞ୍ଜନ ସାହୁ, ସଂଗ୍ରାମ ବେହେରା ପ୍ରମୁଖ ନେତୃତ୍ୱରେ ଶତାଧିକ ସଦସ୍ୟ ସାମିଲ ହୋଇଥିଲେ ।
ଯୋଡା: ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ପାଇଁ ବୁଧବାର ବିଲେଇପଦା, ଅଁଶେଇକଳା, କୋଦଗାଡିଆ ଗ୍ରାମପଞ୍ଚାୟତରେ ଜନସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ ତଥା ଚାକିରି ସର୍ତ୍ତାବଳି ସହ ପୂର୍ଣ୍ଣ ଅନୁଦାନ ପ୍ରଦାନ, ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ୭ମ ବେତନ କମିଶନ ଲାଗୁ କରିବା ଆଦି ୬ଦଫା ଦାବିର ପାତରଅନ୍ତର ବିରୁଦ୍ଧରେ ସ୍ଲୋଗାନ ଦେଇ ଜନସାଧାରଣ ତଥା ଅଭିଭାବକ ମାନଙ୍କ ଗୋଚରାର୍ଥେ ସଚେତନ କରିଛନ୍ତି । କାର୍ଯ୍ୟକ୍ରମରେ ଯୋଡା, ଝୁମ୍ପୁରା ଓ ଚମ୍ପୁଆ ବ୍ଲକର ଶତାଧିକ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଯୋଗ ଦେଇଥିଲେ । ପଦଯାତ୍ରାରେ ୪ଶହ ୮୮ ବର୍ଗ କଲେଜର ଶିକ୍ଷକ କର୍ମଚାରୀ ଅରୁଣ ମିଶ୍ର, ପବିତ୍ର ମୋହନ କର, ବିଭୁତି ଭୂଷଣ ମହାନ୍ତି, ଓଷ୍ଟାର ଶିକ୍ଷର ନେତା ମନୋରଞ୍ଜ ମହାନ୍ତ, ମନମଥ ମହାନ୍ତ, କମଳାକାନ୍ତ ମହାନ୍ତ, ୬୬୨ ବର୍ଗର ଶିକ୍ଷକ ନେତା ଚତୁର୍ଭୁଜ ମହାନ୍ତ, ଜୟନ୍ତ କୁମାର ମହାନ୍ତ, ରବିନ୍ଦ୍ରନାଥ ଗିରି ଉପସ୍ଥିତ ଥିଲେ ।
ଆନନ୍ଦପୁର: ବୁଧବାର ଆନନ୍ଦପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବାଇକ୍ ରାଲି ଓ ପଦଯାତ୍ରା ଅନୁଷ୍ଠିତ ହୋଇ ଜନ ସଚେତନତା ସୃଷ୍ଟି କରାଯାଇଛି । ଯୋଗ୍ୟ ବିବେଚିତ ସମସ୍ତ ସ୍କୁଲ ଓ କଲେଜକୁ ତୁରନ୍ତ ଆନୁଦାନ ପ୍ରଦାନ, ବ୍ଲକ୍ ଗ୍ରାଣ୍ଟ ଉଚ୍ଛେଦ ସହ ·କିରୀ ସର୍ତ୍ତାବଳି ପ୍ରଦାନ ଅଦି ବିଭିନ୍ନ ଦାବି ଗୁଡିକ ପୁରଣ ପାଇଁ ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବି ଦିବସ ଦିନ ଭୁବନେଶ୍ୱରରେ ବିଶାଳ ସମାବେଶ ଅନୁଷ୍ଠିତ ହେବା ସହ ବ୍ଲକ ସମ୍ମୁଖରେ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦାବି ଗୁଡିକ ପୁରଣ ନିମନ୍ତେ ମିଳିତମଞ୍ଚ ଓ ସରକାରଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ସତ୍ୱେ ଦାବି ପୁରଣ ଦିଗରେ ପଦକ୍ଷେପ ଗ୍ରହଣ କରୁନଥିବାରୁ ବୁଧବାର ଆନନ୍ଦପୁର ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତରେ ଥିବା ବ୍ଲକ ଗ୍ରାଣ୍ଟ ସ୍କୁଲ କଲେଜର ଶିକ୍ଷକ ଅଧ୍ୟାପକ କର୍ମ·ରୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବାଇକ୍ ରାଲି ଓ ପଦଯାତ୍ରା କରିଥିଲେ । ବେଲବାହାଳି, ବାଇଲୋ, ତରତରା, କାଠକଟା, କଂଟିପାଳ, ଶାଳବଣି, ବାଉଁଶଗଡ, କୋଡପଡା ପ୍ରଭୃତି ପଂ·ୟତ ପରିକ୍ରମା କରିବା ସହିତ ଆନନ୍ଦପୁର ପୌରପରିଷଦ ପଦ୍ମପୁର ଗ୍ରାମ ପରିକ୍ରମା କରାଯାଇଥିଲା । ଏଥିରେ ପଡୋଶୀ ଘସିପୁରା ଓ ହାଟଡିହୀ ବ୍ଲକର ଶିକ୍ଷକ, ଅଧ୍ୟାପକ ଓ କର୍ମ·ରୀ ସାମିଲ ହୋଇଥିଲେ । ସଂଯୋଜକ ପ୍ରଦୀପ ହଜାରୀଙ୍କ ସଂଯୋଜନାରେ ଅଧ୍ୟାପକ ଅଲେଖ ନାୟକ, ନିରାକାର ମିଶ୍ର, କାର୍ତ୍ତିକ ସାହୁ, ଶିକ୍ଷକ ଡମ୍ବରୁଧର ସାମଲ, ସୁଶାନ୍ତ ପତି, ରଞ୍ଜନ ଜେନା, ବିଷ୍ଣୁ ଚରଣ ସାମଲ, ପ୍ରଦୀପ ମିଶ୍ର, ସୁରେନ୍ଦ୍ର ପାତ୍ର, ଶିକ୍ଷୟତ୍ରୀ ମନ୍ଦାକିନୀ ବେହେରା, କଳ୍ପନା ବରାଳ, ପୁଷ୍ପମଞ୍ଜରୀ କର, କମଳା ପଣ୍ଡା, କବିତା ଆ·ର୍ଯ୍ୟ, ସୌଦାମିନୀ କର, ଜାନକୀ ରଣା ସହାୟତା କରିଥିଲେ ।
ପାଟଣା: ଓଡିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଛେଦ ପାଇଁ ଗତ ବୁଧବାର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ସହ ଓଡିଶା ସ୍କୁଲ କଲେଜ ଅଧ୍ୟାପକ ଶିକ୍ଷକ କର୍ମ·ରୀ ମିଳିତମଞ୍ଚ ପକ୍ଷରୁ ଜନସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ୍ ଗ୍ରାଣ୍ଟ୍ ଉଚ୍ଛେଦ ତଥା ଚାକିରି ସର୍ତ୍ତାବଳି ସହ ପୂର୍ଣ୍ଣ ଅନୁଦାନ ପ୍ରଦାନ, ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ପ୍ରଦାନ, ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ୭ମ ବେତନ କମିଶନ ଲାଗୁ କରିବା ଆଦି ଅନେକ ଦାବି ପୂରଣ ନେଇ ସ୍ଲୋଗାନ ଦେଇ ଜନସାଧାରଣ ତଥା ଅଭିଭାବକଙ୍କ ଗୋଚରାର୍ଥେ ସଚେତନ କରିଛନ୍ତି । ପଦଯାତ୍ରା ସଚେତନ କାର୍ଯ୍ୟକ୍ରମରେ ପାଟଣାରୁ ବାହାରି ଏରେଣ୍ଡେଇ, ଡୁମୁରିଆ, ପଲାରଘାଟି, ଚିନାମାଳିପଶି, ମୁଷାଖୋରୀ, ସରାସକୋଳା ବ୍ଲକର ଶତାଧିକ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଯୋଗଦେଇଥିଲେ । ସେହିପରି ଚମ୍ପୁଆ ବ୍ଲକ ଓ ଯୋଡା ବ୍ଲକରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ସଭାପତି ଯୁଧିଷ୍ଟିର ମହାନ୍ତ, ଅଧ୍ୟାପକ କୃଷ୍ଣଚନ୍ଦ୍ର ପଣ୍ଡା, ହଳଧର ସାହୁ, ବ୍ରଜେନ୍ଦ୍ର ପତି, ସୁରେଶ ଚନ୍ଦ୍ର ମହାନ୍ତ, ଚିନ୍ମୟ ମିଶ୍ର, ଶ୍ରୀନିବାସ ଶତପଥୀ, ସୁଧାଂସୁ ଶେଖର ସାହୁ, ସନାତନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com