SWASTY-SEBA-MANA,-JHUMPURA-(2)

ବସନ୍ତପୁର ରେଣ୍ଠାସାହିକୁ ସ୍ୱାସ୍ଥ୍ୟ ସେବା ମନା

65

ଝୁମ୍ପୁରା,୨୦ା୯(ଆପ୍ର): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅର୍ନ୍ତଗତ ବସନ୍ତପୁର ପଞ୍ଚାୟତର ରେଣ୍ଠାସାହିକୁ ସ୍ୱାସ୍ଥ୍ୟସେବା ମନା । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଅଙ୍ଗନୱାଡି କର୍ମୀ କିମ୍ବା ଆଶା ମା’ ଆଶୁ ନାହାଁନ୍ତି କି ଆମର ପିଲାଛୁଆ କଥା ବୁଝୁନାହାନ୍ତି । ସରକାରଙ୍କ କୌଣସି ସ୍ୱାସ୍ଥ୍ୟ ସେବା ଆମ୍ଭମାନକୁ ମିଳୁନାହିଁ କିମ୍ବା ଆମ୍ଭମାନଙ୍କ କେହି କହୁ ନାହାନ୍ତି ବୋଲି ସାହିର ବୁଧୁରାମ ମୁଣ୍ଡା, ଛଉ ମୁଣ୍ଡା, ସୁନିଆ ମୁଣ୍ଡା, ଯାତ୍ରୀ ମୁଣ୍ଡା, ଗୋପାଳ ମୁଣ୍ଡା ପ୍ରମୁଖ ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଯାତ୍ରୀ ମୁଣ୍ଡା (୩୫ବର୍ଷ) ସ୍ୱାମୀ ଛଉମୁଣ୍ଡ (୪୦ବର୍ଷ) କହନ୍ତି ଯେ, ଯାତ୍ରୀ ମୁଣ୍ଡା ୪ଟି ସନ୍ତାନର ମା’ । ସଚେତନତା ଅଭାବରୁ ଯାତ୍ରୀ ମୁଣ୍ଡା ପୁଣି ୮ ମାସର ଗର୍ଭବତୀ ଅଛନ୍ତି । ସ ଗର୍ଭବତୀ ହେବାର ୮ମାସ ହେବ ତାଙ୍କ ନିକଟକୁ ବର୍ତ୍ତମାନ ସୁଧା ଆଶା ମା’, ଅଙ୍ଗନୱାଡି କର୍ମୀ କିମ୍ବା ଏଏନ୍ଏମ୍ କେହିହେଲେ ପହଞ୍ଚି ନାହାନ୍ତି କିମ୍ବା ତାଙ୍କୁ କୌଣସି ପ୍ରକାରର ଔଷଧ ଦିଆଯାଇ ନାହିଁ । ଏ ଅବସ୍ଥାରେ ଯାତ୍ରୀ ମୁଣ୍ଡାକୁ ଜ୍ୱର ଓ ଧଣ୍ଡା ହୋଇଥିବା ପ୍ରକାଶ କରିଛନ୍ତି । ସେହିପରି ବସ୍ତିର ଶନିବାରୀ ମୁଣ୍ଡା, ସୁକାନ୍ତୀ ମୁଣ୍ଡା, ରଇବାରୀ ମୁଣ୍ଡା ଆଦି ମମତା ଯୋଜନା ଏବଂ ପ୍ରସୂତୀ ସମୟରେ ମିଳୁଥିବା ଅର୍ଥରାଶିରୁ ମଧ୍ୟ ସେମାନେ ବଞ୍ଚିତ । ମା’ ଓ ଶିଶୁ ସୁରକ୍ଷିତ ରହିବା ପାଇଁ ସରକାର କେତେ କ’ଣ ଯୋଜନା କରୁଥିବା ବେଳେ ରେଣ୍ଠାସାହିକୁ ଯୋଜନା ପହଞ୍ଚିବା ପାଇଁ ବାଟବଣା ହୋଇ ଯାଇଛି ।
ସୂଚନା ଯୋଗ୍ୟ ଯେ, ବସନ୍ତପୁର ପଞ୍ଚାୟତର ରେଣ୍ଠାସାହିରେ ୪୦ ଆଦିବାସୀ ପରିବାର ବସବାସ କରନ୍ତି । ସାହିର ଚାରି ପାଶ୍ୱର୍ରେ ପାହାଡ଼ ଓ ବଣ ଜଙ୍ଗଲ ଘେରି ରହିଛି । ସେମାନଙ୍କ ମୁଖ୍ୟ ଜୀବିକା ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି । ଜଙ୍ଗଲି ଫୁଲ, ଫଳ ମୂଳ, କାଠି ପତ୍ର, କାଠ ସଂଗ୍ରହ କରିବା ସେମାନଙ୍କ ନିତିଦିନିଆ କାମ । ଜ୍ୱର, କାଶ, ଦେହ ଅସୁସ୍ଥ କିମ୍ବା ପିଲାଜନ୍ମ ପାଇଁ ଗୁଣିଗାରିଡି, ଝଡାଫୁଙ୍କା କରୁଥିବା ଗୁଣିଆ ସେମାନଙ୍କ ମୁଖ୍ୟ । ଆଜିକା ଦିନରେ ମଧ୍ୟ ଗୁଣିଆ ଦ୍ୱାରା ଛେଳି, କୁକୁଡା ପୂଜା କରାଯାଉଛି ବୋଲି ସେମାନେ କହନ୍ତି । ଏନେଇ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷ ଡା. ବିଜନ ମାହାଲୀଙ୍କୁ ପଚାରିବାରୁ କହିଲେ ମୋ ପାଖକୁ ତ ଅଭିଯୋଗ ଆସିନାହିଁ, ମୁଁ ଦେଖୁଛି କ’ଣ ହୋଇ ପାରିବ ବୋଲି କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com