JILLA-CONGRESS--RAFEL-DRURNITI-PHOTO

ରାଫେଲ୍ ଦୁର୍ନୀତିର ପର୍ଦ୍ଦାଫାସ୍: ୧ ଲକ୍ଷ ୭୨ ହଜାର କୋଟିର ଘୋଟାଲା

25

ଭଦ୍ରକ,୧୯ ।୯(ଆପ୍ର): କେନ୍ଦ୍ର ସରକାରଙ୍କ ରାଫେଲ ଯୁଦ୍ଧବିମାନ କିଣାରେ ମହାଘୋଟାଲା ହୋଇଛି । ଯାହାକି ଶତାଦ୍ଦୀର ସବୁଠାରୁ ବଡ଼ ଦୁର୍ନୀତି । ଏବେ ଏହାର ଫର୍ଦ୍ଦାଫାସ୍ ହୋଇଛି । ରାଫେଲ ଯୁଦ୍ଧ ବିମାନ କିଣାରେ ୧ଲକ୍ଷ ୭୨ହଜାର କୋଟି ଟଙ୍କାର ଘୋଟାଲାରେ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତି ଥିବାର ଅଭିଯୋଗ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସତ୍ୟପ୍ରକାଶ ନାୟକ ।
ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ପିସିସିର ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଥିଲେ, ୟୁପିଏ ସରକାର ସମୟରେ ୨୦୧୨ ମସିହାରେ ୧୨୬ ରାଫେଲ ବିମାନ ପାଇଁ ଆନ୍ତର୍ଜାତିକ ଟେଣ୍ଡର କରାଯାଇଥିଲା । ତତ୍ ସମୟରେ ପ୍ରତ୍ୟେକ ବିମାନର ମୂଲ୍ୟ ପାଇଁ ୫୨୬.୧୦କୋଟି ଟଙ୍କା ରହିଥିବା ବେଳେ ଫ୍ରାନ୍ସରୁ ୧୮ଟି ବିମାନ ଅଣାଯିବା ଓ ଅବଶିଷ୍ଟ ୧୦୮ଟି ବିମାନ ଭାରତରେ ରାଷ୍ଟ୍ରାୟତ ଉଦ୍ୟୋଗ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଟ୍ ବା ହାଲ ନିର୍ମାଣ କରାଯିବ । ଏବଂ ଏଥିପାଇଁ ଫ୍ରାନ୍ସର ପ୍ରଯୁକ୍ତି କୌଶଳ ବିନିଯୋଗ କରାଯିବାର ଲକ୍ଷ୍ୟ ରଖାଯାଇଥିଲା । ୨୦୧୫ ଏପ୍ରିଲ୍ ୧୦ତାରିଖରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସରୁ ୩୬ଟି ରାଫେଲ ବିମାନ କିଣିବାକୁ ଘୋଷଣା କରିଥିଲେ । ପ୍ରତି ବିମାନର ମୂଲ୍ୟ ୧୬୭୦.୭୦ କୋଟି ଟଙ୍କା ମୂଲ୍ୟରେ ୩୬ଟି ବିମାନର ମୋଟ ମୂଲ୍ୟ ୬୦.୧୪୫ କୋଟି ଟଙ୍କା । ଏଠାରେ ସୂଚନାଯୋଗ୍ୟ ଯଦି ୟୁପିଏ ସରକାର ସମୟରେ ଚୁକ୍ତିନାମା ହୋଇଥିବା ପ୍ରତିବିମାନର ମୂଲ୍ୟ ୫୨୬.୧୦କୋଟି ଟଙ୍କା ହୁଏ ଏହି ଆଧାରରେ ୩୬ବିମାନର ମୋଟ ମୂଲ୍ୟ ୧୮.୯୪୦କୋଟିଟଙ୍କା ହେବ । ରାଜକୋଷରୁ କାହିଁକି ୪୧.୨୦୫ କୋଟି ଟଙ୍କା ଅଧିକ ଖର୍ଚ୍ଚ କରାଯାଉଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ । ଭାରତୀୟ ବାୟୁସେନା ପାଇଁ ୧୨୬ଟି ବିମାନ ଆବଶ୍ୟକ ବେଳେ କେନ୍ଦ୍ର ସରକାର କାହିଁକି ୩୬ ବିମାନ କିଣିବାକୁ ହ୍ରାସ କଲେ । ୩୬ଟି ରାଫେଲ ବିମାନ ୨୦୧୯- ୨୦୨୨ରେ ସମସ୍ତ ବିମାନ ପହଞ୍ଚôବ । ଯାହାକି ଦେଶର ସୁରକ୍ଷା ପାଇଁ ଅନ୍ତରାୟ ସୃଷ୍ଟି କରୁଛି । ସେହିପରି ପ୍ରତିରକ୍ଷା କ୍ରୟ ପଦ୍ଧତିରେ ଉଲ୍ଲଂଘନ ଓ ସିସିଏସ୍କୁ ଅଣଦେଖା କରାଯାଇଛି । ଏହି ରାଫେଲ କିଣା ଦୁର୍ନୀତିରେ ଓଡ଼ିଶାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ଼ ସୁନାବେଡ଼ାରେ ଥିବା ମିଗ୍ ବିମାନ ୩୬କୋଟି ଟଙ୍କାର କାର୍ଯ୍ୟଚୁକ୍ତିକୁ ଛଡାଇ ନିଆଗଲା ବୋଲି ରାଫେଲ ୍ଦୁର୍ନୀତି ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସାମ୍ବାଦିକମାନଙ୍କୁ ଅବଗତ କରିଛନ୍ତି ।
ଉକ୍ତ ସମ୍ମିଳନିରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ଦାସ ସଭାପତିତ୍ୱ କରିଥିଲେ । ଉକ୍ତ ସମ୍ମିଳନିରେ ଜିଲ୍ଲା କାର୍ଯ୍ୟକାରି ସଭାପତି ନଳିନୀକାନ୍ତ ମହାନ୍ତ, ପୁର୍ବତନ ବିଧାୟକ ନରେନ ପଲେଇ, ନିର୍ବାଚନ ମଣ୍ଡଳିର ନେତା ସୁବ୍ରତ ଦାସ, ହୁଦାନନ୍ଦ ସେଠୀ,ପିସିସି ସମ୍ପାଦକ ଦେବୃତ ମହାନ୍ତି, ସତ୍ୟାନନ୍ଦ ରାଉତ, ଜ୍ୟୋତିପ୍ରକାଶ ମହାନ୍ତି, ସେକ୍ ଗୋଲାମ ମୟୁଦିନ୍, ମନୋଜ ବିଶ୍ୱାଳ, ଜିଲ୍ଲା ମିଡିଆ ସେଲ୍ ଅଧ୍ୟକ୍ଷ ଅତିଶ କୁମାର ଦାସ, ବରିଷ୍ଠ ନେତା ନାରାୟଣ ପାଢ,ଆଶିଷ ରାଉତ, ଶିବ ପ୍ରସାଦ ମାହାନ୍ତି,ଅନନ୍ତ ପଣ୍ଡା,ସରୋଜ ଦାସ,ରଜନୀ କାନ୍ତ ଚନ୍ଦ, ନରନାରାୟଣ ଯେନା, ଅତୁଲ୍ୟ ନାୟକ, ଦେବବ୍ରତ ମହାନ୍ତି, ରାଜକିଶୋର ସ୍ୱାଇଁ, ଶଶିଭୁଷଣ ବାରିକ,ଭକ୍ତ ରଞନ ପଟ୍ଟନାୟକ,ବିଭୁତି ପଣ୍ଡା,ସୁବାସ ସନ୍ଦିବିଗ୍ରହ, ପ୍ରଭାତ ବାରିକ,ଟାଉନ୍ ଓ ବ୍ଲକ ସଭାପତି ଅବଦୁଲ ମୋଖିତ ଖାଁ, ପ୍ରଫୁଲ ସାମଲ, ଯୁବ ସଭାପତି ପ୍ରଦିମ୍ନ ଦାସ, ଜିଲ୍ଲା ସଂଖ୍ୟାଲଘୁ ସଭାପତି ସେକ ସମଦାନି, ସେବାଦଳ ମୁଖ୍ୟ ସେକ ନଇମ, ମହିଳା ସଭାପତି ସବିତା ଚନ୍ଦ ଛାତ୍ର ସଭାପତି ବଳରାମ ରାଉତ (ଚିଲିକା) ରାଜୁ ପ୍ରଧାନ, ତାମେଶ ପରିଡା, ଅନ୍ତ ମହାପାତ୍ର, ବିଜୟ ନାୟକ ଓ କଂଗ୍ରେସର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।




Powered by odothemes.com