2

୨୪ଠ ଛାତ୍ରୀଙ୍କୁ ଆତ୍ମରକ୍ଷା ତାଲିମ୍

42

କାମାକ୍ଷାନଗର,୧୮ା୯(ଆପ୍ର): ସ୍ଥାନୀୟ ମଠକରଗୋଳା କଲେଜ୍ ପରିସରରେ ଛାତ୍ରୀମାନଙ୍କର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଯୁବ ଓ କ୍ରୀଡ଼ା ବିଭାଗ ଦ୍ୱାରା ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରକୁ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ରଶ୍ମୀ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରଫେସର ଚିତ୍ତରଞ୍ଜନ ଦାଶଙ୍କ ସଭାପତିତ୍ୱରେ ବିଭାଗୀୟ ସଂଯୋଜକ ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ଛାତ୍ରୀଙ୍କ ଆତ୍ମରକ୍ଷା ପ୍ରଶିକ୍ଷଣର ଆବଶ୍ୟକତା ଓ ଏହାର ଉପଯୋଗିତା ତଥା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ । ମୁଖ୍ୟବକ୍ତା ଭାବେ ଆତ୍ମରକ୍ଷା ତାଲିମ୍ ଜିଲ୍ଲା ସଂଯୋଜକ ପ୍ରଫେସର ଶାରଦା ପ୍ରସନ୍ନ ପତି ତାଲିମ୍କୁ କାର୍ଯ୍ୟରେ ପ୍ରୟୋଗ କରିବା ପାଇଁ ଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ପ୍ରଫେସର ରଂଜିତ କୁମାର ପ୍ରଧାନ ଏବଂ ମଠକରଗୋଳା ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଡଃ. କୈଳାସ ଚନ୍ଦ୍ର ଦାସ ସାହସିକତା, ନିର୍ଭୀକତା ଓ ଆତ୍ମ ସଚେତନତା ଆତ୍ମରକ୍ଷା ପାଇଁ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ଅଧ୍ୟକ୍ଷ ପ୍ରଫେସର ଦାଶ ଏହି ଆତ୍ମରକ୍ଷା ତାଲିମ୍ରେ ମଠକରଗୋଳା ମହାବିଦ୍ୟାଳୟ ଢେଙ୍କାନାଳ ଜିଲ୍ଲାରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବୋଲି ସୂଚନା ଦେଇଥିଲେ । ଶିବିରରେ ୨୪୦ ଛାତ୍ରୀ ଦୁଇଟି ପର୍ଯ୍ୟାୟରେ ତାଲିମ୍ ନେବାର କାର୍ଯ୍ୟକ୍ରମ ରହିଛି । ଅଧ୍ୟାପିକା ସ୍ୱପ୍ନିତା ରାଉତ, ପ୍ରତିଭା ମଞ୍ଜରୀ ଦାଶ, ଶ୍ରୀଲେଖା ରାୟ, ଦିପ୍ତୀମୟୀ ସାହୁ, ସୌମିତ୍ରୀ ପଣ୍ଡା, ଶ୍ରଦ୍ଧାଞ୍ଜଳି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ନୀଳମଣି ସାହୁ, ବାସୁଦେବ ଖୁଣ୍ଟିଆ ପ୍ରମୁଖ ସହାୟତା କରିଥିଲେ । ଶେଷରେ ଅଧ୍ୟାପିକା ଅର୍ଚ୍ଚିତା ମହାମାନସିଂ ଧନ୍ୟବାଦ ଅର୍ପଣ କରିଥିଲେ । ମାଷ୍ଟର ଟ୍ରେନର ବ୍ଲୁଇସ୍ ଶ୍ୟାମା ଓ ଉର୍ବବୀ ମହାଳିକ ଛାତ୍ରୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com