OMC--Labour-Strike-at-Suakati

ମଜୁରି ପ୍ରଦାନ ଦାବିରେ ଶ୍ରମିକଙ୍କ ଧାରଣା

12

କେନ୍ଦୁଝର,୧୮ା୯(ଆପ୍ର): ଓଡ଼ିଶା ଖଣି ନିଗମ, ଗନ୍ଧମାର୍ଦ୍ଦନ ଖଣିର ଠିକା ସଂସ୍ଥା ଡେକୋର କାର୍ଯ୍ୟରତ କର୍ମଚାରୀଙ୍କୁ ବର୍ଷା ଦିନ ଯୋଗୁ ଦେଢମାସ ହେଲା କାମ ବନ୍ଦ କରିଦିଆ ଯାଇଥିଲା । ସେପ୍ଟେମ୍ବର ୧୬ରୁ ପୁନଃ କାର୍ଯ୍ୟ ଆରମ୍ଭ ହେବା ପାଇଁ ନୋଟିସ ଦିଆଯାଇଥିଲା । ମାତ୍ର ଅକ୍ଟୋବର ୧କୁ କାର୍ଯ୍ୟାରମ୍ଭ ତାରିଖ ବଦଳାଇବାରୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଖଣିରେ କର୍ମଚାରୀଙ୍କୁ ହାଜିରୀ କରିବା ଏବଂ କାମ କରିବାର ସୁଯୋଗ ନମିଳିବାରୁ ବାଧ୍ୟ ହୋଇ ସମସ୍ତ କର୍ମଚାରୀ ଖଣି ନିଗମ କାର୍ଯ୍ୟାଳୟ, ଶୁଆକାଟୀ ଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ । ତେବେ ଅପରାହ୍ନ ୩ଘଟିକା ସମୟରେ ଠିକା କମ୍ପାନୀ କର୍ତ୍ତୃପକ୍ଷ ଏବଂ ଶ୍ରମିକ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇ ୨୦ରୁ କାର୍ଯ୍ୟଆରମ୍ଭ ହେବାର ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣାରେ ୟୁନିୟନ୍ର ସାଧାରଣ ସଂପାଦକ ମହେଶ୍ୱର ରାଉତ, ସଂପାଦକ ବୃନ୍ଦାବନ ପାତ୍ର, ସଂପାଦକ ଶ୍ରୀହରୀ ଘଣା, ଉପସଭାପତି ଖଗେଶ୍ୱର ମହାନ୍ତ, ବିରଞ୍ଚି ଦେହୁରୀ, ମାର୍କଣ୍ଡ ଦେହୁରୀ ନେତୃତ୍ୱ ନେଇଥିଲେ ।




Powered by odothemes.com