KADUA-PACHA-PACHA,-jhumpura

ଯାତାୟାତରେ ହିନସ୍ତା ୱାର୍ଡବାସୀ

9

ରାସ୍ତା ଖାଲଖମା ସାଙ୍ଗକୁ କାଦୁଅ ପଚପଚ
ଝୁମ୍ପୁରା,୧୮ା୯(ଆପ୍ର): ଝୁମ୍ପୁରା ବ୍ଲକ, ମଲଦା ଗ୍ରାମ ପଞ୍ଚାୟତର କାଶିଆ ଗ୍ରାମ । ଆଦିବାସୀ ଅଧ୍ୟୁଷିତ ଏହି କାଶିଆ ଗ୍ରାମରେ ପଞ୍ଚାୟତର ୪ଟି ୱାର୍ଡ ରହିଥିବା ବେଳେ, ଲୋକ ସଂଖ୍ୟା ୧୩ ଶହରୁ ଊଦ୍ଧ୍ୱର୍ କାଶିଆ ଗ୍ରାମର ୬ନଂ ୱାର୍ଡ ଏବଂ ୭ନଂ ୱାର୍ଡ ରାସ୍ତା ଦୀର୍ଘ ବର୍ଷ ହେବ ଶୋଚନୀୟ ହୋଇପଡିଛି । ଖାଲଖମା ଯୋଗୁ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହେଉଥିବା ବେଳେ, ବର୍ଷା ଦିନରେ ରାସ୍ତାର ଖାଲ ଗୁଡିକରେ ପାଣି ଭରି ରହୁଥିବାରୁ, ୱାର୍ଡବାସୀ ହିନସ୍ତା ହେଉଛନ୍ତି । ରାସ୍ତା ମରାମତି ପାଇଁ ୱାର୍ଡବାସୀ ଶରତ ମୁଣ୍ଡା, ଚକ୍ର ମୁଣ୍ଡା, ତ୍ରିଲୋଚନ ମୁଣ୍ଡା, ବଳରାମ ମୁଣ୍ଡା, ମାଜୁରା ମୁଣ୍ଡା, କନକ ମୁଣ୍ଡା, ମାନ୍ଦାରୀ ମୁଣ୍ଡା, ଯମୁନା ମୁଣ୍ଡା ପ୍ରମୁଖ ପଞ୍ଚାୟତ କାର୍ଯ୍ୟାଳୟରେ ବାରମ୍ବାର ଅଭିଯୋଗ କରିଥିବା କହିଛନ୍ତି, ହେଲେ ରାସ୍ତା ମରାମତି ହୋଇ ପାରୁନାହିଁ । ୱାର୍ଡ ରାସ୍ତା ମରାମତି ନେଇ ୱାର୍ଡ ବାସିନ୍ଦାଙ୍କ ଅଭିଯୋଗ ସମ୍ପର୍କରେ ପଚାରିବାରୁ ମଲଦା ସରପଞ୍ଚ ଦୀପିକା ନାଏକ କହିଲେ, ରାସ୍ତା ମରାମତି ପାଇଁ ପ୍ରସ୍ତାବ ଦିଆଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ ବେହେରା ମଧ୍ୟ ଅନୁରୁପ ମନ୍ତବ୍ୟ ଦେଇଥିଲେ ।




Powered by odothemes.com