nuakhai

ଧାର୍ଯ୍ୟ ସମୟରେ ମା’ଙ୍କୁ ଲାଗିହେଲା ନବାନ୍ନ

14

ନୂଆଁଖାଇ ଲାଗି ଉତ୍ସବମୁଖର ପଶ୍ଚିମ ଓଡ଼ିଶା
ସମ୍ବଲପୁର, ୧୪ ।୯(ବୁ୍ୟରୋ): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନିର୍ଦ୍ଧାରିତ ସମୟ ଅନୁସାରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କୁ ନବାନ୍ନ୍ନ ଲାଗି କରାଯାଇଛି । ପୂର୍ବାହ୍ନ ୮ଟା୧୦ ମିନିଟ୍ରୁ ୮ଟା ୪୦ ମିନିଟ୍ ମଧ୍ୟରେ ମା’ ସମଲେଶ୍ୱରୀଙ୍କୁ ନବାନ୍ନ୍ନ ଲାଗି ହେବା ନେଇ ଲଗ୍ନ ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ଘରେ ଘରେ ପିଠାପଣାର ମହକ । କୃଷକମାନେ ସକାଳୁ ସକାଳୁ ନୂଆଲୁଗା ପିନ୍ଧି ନିଜ କ୍ଷେତ୍ରରେ ପୂଜାର୍ଚ୍ଚନା କରିଛନ୍ତି । ଚାଷ ଜମିରେ କ୍ଷୀର ଢ଼ାଳି ପୂଜାର୍ଚ୍ଚନା କରିଥିଲେ । ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଭକ୍ତମାନଙ୍କ ଲମ୍ବା ଧାଡ଼ି ଲାଗିଥିବାର ଦେଖିବାକୁ ମିଳିଥିଲା ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୁକ୍ଳପକ୍ଷ ପଞ୍ଚମୀ ବା ଋଷୀ ପଞ୍ଚମୀରେ ପାଳିତ ହେଉଛି ନୂଅାଁଖାଇ । ପ୍ରଥମେ ପଶ୍ଚିମ ଓଡ଼ିଶାର ଆରାଧ୍ୟା ମା’ ସମଲେଶ୍ୱରୀ, ମା’ ପାଟେଣେଶ୍ୱରୀ, ମା’ ମାଣିକେଶ୍ୱରୀ ଓ ମା’ ସୁରେଶ୍ୱରୀଙ୍କ ନିକଟରେ ନବାହ୍ନ ଲାଗି କରାଯାଇଥିଲା । ନୂଆ ଶସ୍ୟରେ ପ୍ରସ୍ତୁତ ଭୋଗକୁ ମା’ଙ୍କ ନିକଟରେ ପ୍ରଥମେ ନୈବେଦ୍ୟ କରାଯିବା ପରେ ଆନନ୍ଦ ଉଲ୍ଲାସର ସହ ନୂଆଁଖାଇ ପାଳନ କରାଯାଇଥିଲା । ପୂଜା ଭୋଗକୁ ସମସ୍ତେ ଏକାଠି ବସି ଖାଇଥିଲେ । ସନ୍ଧ୍ୟାରେ ସାହି ବସ୍ତିରେ ଆରମ୍ଭ ହୋଇଥିଲା ସାଂସ୍କୃତିକ ମହୋତ୍ସବ । ନାଚ ଗୀତରେ ମାତି ଯାଇଥିଲେ ସ୍ଥାନୀୟ ଅଧିବାସୀ । ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ ଓ ସୁବର୍ଣ୍ଣପୁରରେ ନୂଆଁଖାଇ ପାଇଁ ମହୋତ୍ସବ କରାଯାଇଥିଲା ।
ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ ଓ ଅନେକ ମନ୍ତ୍ରୀ ନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ ଭାଷାରେ ପଶ୍ଚିମ ଓଡ଼ିଶାର ଲୋକଙ୍କୁ ନୂଅାଁଖାଇ ଜୁହାର କରିବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅନୁରୂପଭାବେ ନୂଅାଁଖାଇର ଶୁଭେଚ୍ଛା ଜଣାଇଛନ୍ତି ।




Powered by odothemes.com