puri-medical

ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଘେରିଲେ ରୋଗୀଙ୍କ ସମ୍ପର୍କୀୟ

15

ଜିଲ୍ଲା ଚିକିତ୍ସାଳୟର ପିଛା ଛାଡୁନି ଚିକିତ୍ସା ଅବହେଳା
ପୁରୀ(ବୁ୍ୟରୋ): ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସା ଅବହେଳାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛି । ହେଲେ ଉକ୍ତ ଘଟଣାର ସମାଧାନ ପାଇଁ ଆନେ୍ଦାଳନ ସମୟରେ ପ୍ରତିଶୁ୍ରତି ମିଳିଥାଏ । ଏପରି ଘଟଣା ଆଗକୁ କେବେ ଘଟିବ ନାହିଁ । ହେଲେ ପରେ ସେହି ପ୍ରତିଶୁ୍ରତିକୁ ଭୁଲିଯାଆନ୍ତି ବରିଷ୍ଠ ଅଧିକାରୀ । ଫଳରେ ପୁଣି କିଛି ଦିନ ପରେ ସେହି ଘଟଣା ଦେଖିବାକୁ ମିଳିଥାଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । କିନ୍ତୁ ଏହାର ସ୍ଥାୟୀ ସମାଧାନ ପାଇଁ କାହାରି ଆନ୍ତରିକତା ନଥିବା ଆଲୋଚନା ହେଉଛି । ଯାହା ଫଳରେ ସବୁବେଳେ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥାଏ । ମାତ୍ର ଏହା ପୂର୍ବରୁ ଅନେକ ଥର ମେଡିକାଲ ପରିସର ରଣକ୍ଷେତ୍ର ପାଲଟିଥିଲେ ବି ପ୍ରଶାସନ, ଡାକ୍ତର ବା ସିଡିଏମଓଙ୍କ ଚେତା ପଶିନାହିଁ । ତେଣୁ ଏପରି ଘଟଣା ବାରମ୍ବାର ଘଟୁଛି । ଯାହାର ପ୍ରତିଫଳନ ଦେଖିବାକୁ ମିଳିଛି ଶୁକ୍ରବାର ମୁଖ୍ୟ ଚିକିତ୍ସାଳୟରେ । ଚିକିତ୍ସା ଅବହେଳାରୁ ଜଣେ ଶିଶୁ ମୁତୁ୍ୟବରଣ କରିଥିବା ନେଇ ଅଭିଯୋଗ ଆଣି ସଂପୃକ୍ତ ପରିବାର ଲୋକେ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଖବର ପାଇ ସିଡିଏମ୍ଓ ଭାସ୍କର ସାମନ୍ତରାଏ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଲୋକଙ୍କ ସହିତ ଆଲୋଚନା କରି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୁ୍ରତି ଦେବାପରେ ଉତ୍ତ୍ୟକ୍ତ ଲୋକେ ଧାରଣାରୁ ଉଠିଥିଲେ । ଅଭିଯୋଗକାରୀଙ୍କ କହିବାନୁଯାୟୀ, ପ୍ରସୂତି ୱାର୍ଡରେ ଡୁ୍ୟଟିରେ ଥିବା ଡାକ୍ତର ୱାର୍ଡରେ ନବୁଲି କେବଳ ତାଙ୍କ ରୁମ୍ରେ ବସି ରହୁଛନ୍ତି । ୱାର୍ଡ ନବୁଲିବାରୁ ଶିଶୁର ମୁତୁ୍ୟ ହୋଇଛି । ଏନେଇ ଡାକ୍ତରଙ୍କ ନିକଟରେ ଗୁହାରୀ କଲେ ମଧ୍ୟ ସେ ୱାର୍ଡକୁ ଆସୁନାହାନ୍ତି । ତତ୍ ସହିତ ପରିମଳ ଓ ସ୍ୱଚ୍ଛତା ପାଇଁ କୋଟି କୋଟ ଟଙ୍କା ଆସୁଥିଲେ ସୁଦ୍ଧା ତାହା ବାସ୍ତବରେ କାର୍ଯ୍ୟ ହେଉନି । କେତେଜଣ ଠିକାଦାର ମିଳିତ ଭାବେ ଅଧିକାରୀଙ୍କ ସହିତ ହାତ ମିଶାଇ ଟଙ୍କା ଲୁଟ୍ କରୁଥିବା ଅଭିଯୋଗ କରିଛନ୍ତି । ହେଲେ ତାହା ବାସ୍ତବରେ କେକେ ସଫଳ ହେଉଛି ତାହା ଦେଖିବାକୁ କେହିନାହିଁ । ଉକ୍ତ ଘଟଣା ଉପରେ ଦୃଷ୍ଟି ଦିଆଯିବ ବୋଲି ସିଡିଏମ୍ଓ ସୂଚନା ଦେଇଛନ୍ତି ।




Powered by odothemes.com