BE-AINE-PATHARA-CHHALAN-BANA-BIVAGA-NIRABDRASA--VADRASAHI

ଆଖିବୁଜିଛି ବନବିଭାଗ

42

ସଂରକ୍ଷିତ ଜଙ୍ଗଲରୁ ମେଟାଲ୍ ଚାଲାଣ
ବଡ଼ବିଲ(ଆପ୍ର): ସରକାରୀ ଆଇନକାନୁନ୍ ଥିବା ସତ୍ତ୍ୱେ ପଥର ମାଫିଆ ସଂରକ୍ଷିତ ଜଙ୍ଗଲରୁ କୋଟି କୋଟି ଟଙ୍କାର ମେଟାଲ ପଥର ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି । ଏହା ପଛରେ ବିଭାଗୀୟ କର୍ମଚାରୀଙ୍କ ସାହାଯ୍ୟ ଓ ସହାନୁଭୂତି ଥିବା ଏବେ ସହରରେ ଚର୍ଚ୍ଚା ବିଷୟ ପାଲଟିଛି ।
ବଡ଼ବିଲ ବନାଞ୍ଚଳ ସଂରକ୍ଷିତ ଜଙ୍ଗଲ ତଥା ବଡବିଲ ତହସିଲ ଅନ୍ତର୍ଗତ ବଲାଣୀ ପଞ୍ଚାୟତର ଗୋମଲେଇ ଗ୍ରାମର ପଥର ପାହାଡରୁ ବେଆଇନ ପଥର ଚାଲାଣ ବେଳେ ବଲାଣୀ ପୁଲିସ ଦ୍ୱାରା ଟ୍ରାକ୍ଟର ସହ ପଥର ଜବତ ହୋଇଛି । ଜବତ ଟ୍ରାକ୍ଟର(ଓଆର୦୯-୨୪୧୯)କୁ ନେଇ ପୁଲିସ ଅଧିକ ତଦନ୍ତ ଚଳାଉଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ଗୋମଲେଇ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଥିବା ଏକ ପଥର ଖାଦାନର ଲିଜ୍ ଅବଧି ସମାପ୍ତି ହୋଇସାରିଛି । ମାତ୍ର ବର୍ତ୍ତମାନ ଲିଜ୍ ନେଇଥିବା ସମ୍ପୃକ୍ତ ପଥର ବ୍ୟବସାୟୀ ବନବିଭାଗକୁ ହାତକରି ବ୍ୟବସାୟ ଜାରି ରଖିଥିବା ଜଣାଯାଇଛି । ଫଳରେ ଗୋଟିଏ ପଟେ ଚୋରା କାରବାର ଚାଲିଥିବା ବେଳେ ଅନ୍ୟପଟେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଛନ୍ତି । ତେଣୁ ଏହି ପଥରଖଣିକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com