Photo-4

ଶ୍ରୀହୀନ ହେଉଛି ଚଣ୍ଡିଖୋଲର ଚଣ୍ଡିମନ୍ଦିର

10

ବଡ଼ଚଣା(ଆପ୍ର): ଯାଜପୁର ଜିଲ୍ଲାର ପ୍ରମୁଖ ଦୈବୀ ପୀଠ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରସିଦ୍ଧ ଲାଭ କରିଥିବା ଚଣ୍ଡିଖୋଲର ଚଣ୍ଡିମନ୍ଦିର ଏବେ ତାର ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି । ଫଳରେ ଦିନକୁ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗୁଛି ।
ପର୍ଯ୍ୟଟକଙ୍କ ରହିବା ପାଇଁ ପାନ୍ଥଶାଳା ରହିଥିବା ବେଳେ ରକ୍ଷଣା ବେକ୍ଷଣା ଅଭାବରୁ ଘର ଗୁଡିକର କାନ୍ଥଫାଟି ଆଁ କଲାଣି ତ, ଆଉ କେତେକ ଘରର ଛାତ ଫାଟି ପାଣି ଗଳୁଛି । ପର୍ଯ୍ୟଟକଙ୍କ ପାଇଁ ଚଣ୍ଡିମନ୍ଦିରରେ ରହିଥିବା ପାତି ମାଙ୍କଡ଼ ଆକୃଷ୍ଟ କରୁଥିବା ବେଳେ ଖାଦ୍ୟ ଅଭାବରୁ ଏହି ମାଙ୍କଡ଼ଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇଲାଣି । ଯେଉଁ ପାତିମାଙ୍କଡ଼ ପାଇଁ ଚଣ୍ଡି ମନ୍ଦିର ପ୍ରସିଦ୍ଧ ଲାଭ କରିଥିଲା । ତାହା ଏବେ ହରାଇବାକୁ ବସିଲାଣି ।
ଲୋକଲୋଚନ ଅନୁସାରେ ବାବା ଭୈରବାନନ୍ଦ ବ୍ରହ୍ମ·ରୀଙ୍କ ଦ୍ୱାରା ଚଣ୍ଡିମନ୍ଦିର ନିର୍ମାଣ କରାଯାଇଥିଲା । ମନ୍ଦିରର ପୂଜାପାଠ ଓ ରକ୍ଷଣା ବେକ୍ଷଣ ନିମନ୍ତେ ସେ ଏକ ଟ୍ରଷ୍ଟ ଗଠନ କରିଥିଲେ । ବାବାଙ୍କ ଦେହାନ୍ତ ପରେ ଟ୍ରଷ୍ଟ ହିଁ ମନ୍ଦିରର ଦୈନଦିନ କାର୍ଯ୍ୟକୁ ସୁରୁଖୁରୁରେ ତୁଲାଉଥିଲା ବେଳେ ଗତକିଛି ବର୍ଷ ହେବ କିଛି ବ୍ୟକ୍ତି ବିଶେଷ ଟ୍ରଷ୍ଟକୁ ଭାଙ୍ଗି ଏକ ନୂତନ ଟ୍ରଷ୍ଟ ଗଢିବା ଫଳରେ ବିବାଦ ଦେଖାଦେଇ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ହାଇକୋର୍ଟଙ୍କ ନିଦେ୍ର୍ଦଶ କ୍ରମେ ଦେବୋତ୍ତର ବିଭାଗ ମନ୍ଦିରର ରକ୍ଷଣା ବେକ୍ଷଣା ନିଜ ହାତକୁ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ଦେବୋତ୍ତର ବିଭାଗ କେବଳ ଥରୁଟିଏ ମନ୍ଦିର ପରିଦର୍ଶନରେ ଆସି ନିଜର ଦାୟିତ୍ୱ ଭୁଲି ଯାଇଛି । ଫଳରେ ମନ୍ଦିରର ରକ୍ଷଣା ବେକ୍ଷଣା ସଠିକ ଭାବରେ ହୋଇପାରୁନି । ମନ୍ଦିର ବେଢା ଚର୍ତ୍ତୁପାଶ୍ୱର୍ରେ ପଡିଥିବା ପଥର ଗୁଡିକରେ ଶିଉଳି ଲାଗି ଖସଡା ହେବାରୁ ଯାତ୍ରୀମାନେ ଛୋଟବଡ଼ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ କୁତ୍ରିମ ଜଳାଶୟ ଖନନ କରାଯାଇ ତାରଜାଲି ଦ୍ୱାରା ଆବଧ କରାଯାଇ ମୂର୍ତ୍ତି ସ୍ଥାପନା କରାଯାଇଥିଲା । ଏହା ସହ ଜଳରେ ବିଭିନ୍ନ ପ୍ରକାର ମାଛ ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଥିଲା । ରକ୍ଷଣା ବେକ୍ଷଣା ଅଭାବରୁ ତାରଜାଲି ଭାଙ୍ଗିରୁଜି ଯିବାରୁ ଜଳାଶୟଟି ସଂପୂର୍ଣ୍ଣ ପରିତ୍ୟକ୍ତ ହୋଇପଡ଼ିଲାଣି । ଚର୍ତ୍ତୁପାଶ୍ୱର୍ର ପରିମଳ ବ୍ୟବସ୍ଥା ସଂପୁର୍ଣ୍ଣ ଭାବରେ ଭୁଶୁଡି ପଡ଼ିଛି ।
ପୀଠଟି ପର୍ଯ୍ୟଟନର ମାନ୍ୟତା ପାଇଥିଲା ବେଳେ ଦେବୋତ୍ତର ବିଭାଗର ଉଦାସିନତାରୁ ଦିନ ଦିନକୁ ମନ୍ଦିର ତାର ସୌନ୍ଦର୍ଯ୍ୟ ହରାଉଛି । ଆଗାମୀ କିଛି ମାସ ପରେ ଶୀତ ଋିତୁର ଆଗମନ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ପର୍ଯ୍ୟଟକ ଏଠାକୁ ଆସିବାର ଆଶଙ୍କା ଥିବାରୁ ଏଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।




Powered by odothemes.com