WhatsApp-Image-2018-09-14-at-18.11.45-(1)

ମହାସମାବେଶ ସଫଳ କରିବା ପାଇଁ ଆହ୍ୱାନ

23

ଜିଲ୍ଲା ଅଙ୍ଗନୱାଡି ସଂଘ ବୈଠକ
ବାଲେଶ୍ୱର,୧୪ ।୯(ଆପ୍ର): କେନ୍ଦ୍ରରେ ମୋଦି ସରକାର ଆଇଡିଏସ୍ ଯୋଜନାକୁ ଘରୋଇକରଣ କରିବାପାଇଁ ଉଦ୍ୟମ ଚଳାଉଥିବା ଚକ୍ରାନ୍ତକୁ ବିରୋଧ କରି “ଆଇସିଡିଏସ୍ ବଞ୍ଚାଅ- ମୋଦି ସରକାର ହଟାଅ” ଆହ୍ୱାନରେ ଆସନ୍ତା ୧୮ ତାରିଖ ଦିନ ଭୁବନେଶ୍ୱରଠାରେ ଏଆଇଟିୟୁସି ମହାସମାବେଶକୁ ସଫଳ କରିବା ପାଇଁ ବାଲେଶ୍ୱର ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ସଂଘ ନିଷ୍ପତ୍ତି ଗ୍ରହଣ କରିଛି ।
ଶୁକ୍ରବାର ଅପରାହ୍ନରେ ବରିଷ୍ଠ ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା କମିଟି ବୈଠକରେ ଏହି ଆହ୍ୱାନ ଦିଆଯାଇଛି । ଜିଲ୍ଲା ସଂପାଦିକା ଗୌରୀ ଦାସ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଗୁରୁଦାୟିତ୍ୱ ଓ ସେହି ତୁଳନାରେ ମାସିକ ପ୍ରାପ୍ୟ ସଂପର୍କରେ ତୁଳନାତ୍ମକ ବିବରଣୀ ଉପସ୍ଥାପିତ କରିଥିଲେ । ପ୍ରଧାନମନ୍ତ୍ରୀ ଅଙ୍ଗନୱାଡ଼ି କର୍ମୀମାନଙ୍କ ପାଇଁ ଘୋଷଣା କରିଥିବା ମାସିକ ୧୫୦୦ଟଙ୍କା ସମୁଦ୍ରକୁ ଶଙ୍ଖେ ସଦୃଶ ବୋଲି ଶ୍ରୀମତୀ ଦାସ କହିଥିଲେ । ଆଇ.ସି.ଡି.ଏସ୍. ଯୋଜନା ଏକ କେନ୍ଦ୍ରୀୟ ଯୋଜନା ହୋଇଥିଲେ ମଧ୍ୟ ଏ ବାବଦରେ ବଜେଟରେ ଗତ ଚାରିବର୍ଷ ଧରି କେନ୍ଦ୍ର ସରକାର ଆବଶ୍ୟକୀୟ ଅର୍ଥ ବରାଦ କରୁନାହାନ୍ତି । ଫଳରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ଅବସର ପରେ ପେନ୍ସନ୍ ମାସିକ ସର୍ବନିମ୍ନ ୧୮ ହଜାର ଟଙ୍କା ବେତନ, ପଦୋନ୍ନତି ପ୍ରଭୃତି ଦାବିକୁ ଅଦ୍ୟାବଧି ପୂରଣ ହୋଇପାରୁନାହିଁ । ଆର୍ଥିକ ଅନାଟନର ହିତାଧିକାରୀମାନଙ୍କୁ ଉପଯୁକ୍ତ ଓ ଉନ୍ନତମାନର ସେବା ଯୋଗାଇ ଦିଆଯାଇପାରୁନାହିଁ । କେନ୍ଦ୍ରରେ ମୋଦି ସରକାର ଆସିବାପରେ ପେଟ୍ରୋଲ୍, ଡିଜେଲ୍, ଜାଳେଣି ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ପଦାର୍ଥର ଦରଦାମ୍ ପ୍ରତିଦିନ ବୃଦ୍ଧି ପାଇଥିôା ସଂପର୍କରେ ଏଆଇଟିୟୁସିର ରାଜ୍ୟ ସଂପାଦକ ମାୟାଧର ନାୟକ, ଜିଲ୍ଲା ସଭାପତି ଭାଗବତ ପ୍ରତିହାରୀ, ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉଦ୍ବେଗ ପ୍ରକାଶ କରି ଆସନ୍ତା ସାଧାରଣ ନିର୍ବାଚନରେ ମୋଦି ସରକାରଙ୍କୁ ହଟାଇବା ପାଇଁ ଏଆଇଟିୟୁସି ଦେଶବ୍ୟାପୀ ବ୍ୟାପକ ଆନେ୍ଦାଳନର ଆହ୍ୱାନ ଦେଇଥିଲେ । ଆସନ୍ତା ୧୮ ତାରିଖ ମଙ୍ଗଳବାର ଦିନ ଭୁବନେଶ୍ୱରରେ ଶ୍ରମିକମାନଙ୍କ ମହାସମାବେଶରେ ବାଲେଶ୍ୱର ଜିଲ୍ଲାର ସମସ୍ତ କର୍ମୀ ଓ ସହାୟିକା ଭଉଣୀମାନେ ଯୋଗଦେବାକୁ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀସଂଘର ରାଜ୍ୟ ସମ୍ମିଳନୀରେ ଆହ୍ୱାନ ଦିଆଯାଇଛି ବୋଲି ଶ୍ରୀମତୀ ଦାସ ଜଣାଇଥିଲେ ।
ଏହି ଜିଲ୍ଲା କମିଟି ବୈଠକରେ ଆରତୀ ଦାସମହାପାତ୍ର, ରେଣୁବାଳା ପାତ୍ର, ସୁକାନ୍ତି ବିଶ୍ୱାଳ, ଅନୁପମା ଗିରି, ସବିତା ତି୍ରପାଠୀ, ଜମ୍ବୁବତୀ ମହାନ୍ତି, ଜୟଶ୍ରୀ ରାଉତ, କଳ୍ପନା ଦାସ, ନିର୍ମଳା ପାଣିଗ୍ରାହୀ, ଜୟନ୍ତୀ ରାଉତ, ରାଧାରାଣୀ ପଣ୍ଡା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁସୂୟା ଦଳେଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com