TOWER---2018-PHOTO-TIHIDI

୧୩୬ ସାଇରନ୍ ଟାୱାର ନିର୍ମାଣ ସମ୍ପୂର୍ଣ୍ଣ ହେବ କେବେ?

34

ତିହିଡି,୧୪ା୯(ଆପ୍ର): ୨୦୧୧-୧୨ ମସିହାରେ ଭଦ୍ରକ ଜିଲ୍ଲାରେ ସୁନାମି ଆଲର୍ଟ କରାଯାଇଥିଲା । ସୁନାମି ଅନ୍ୟ ସ୍ଥାନରେ ଯେତିକି ଭୟଙ୍କର ଥିଲା ଭଦ୍ରକ ଜିଲ୍ଲାରେ ବିଶେଷକରି ସମୁଦ୍ର କୂଳ ଅଞ୍ଚଳରେ ବିତ୍ପାତ କରିବା କିଛି କମ ନଥିଲା । ସମୁଦ୍ର କୂଳିଆ ଅଞ୍ଚଳରେ ଲୋକଙ୍କୁ ବନ୍ୟା ଓ ବାତ୍ୟା ଦାଉରୁ ସୁରକ୍ଷା ଦେବା ପାଇଁ ଶତାଧିକ ବାତ୍ୟା ଆଶ୍ରୟସ୍ଥଳ ଦୁଇ ତାଲା ମହଲାରେ ନିର୍ମାଣ ହୋଇସାରିଛି । କିନ୍ତୁ ଅନେକ ବାତ୍ୟା ଆଶ୍ରୟ ସ୍ଥଳରେ କ୍ଲବ ଘର ତ କେଉଁଠି ସ୍କୁଲ ଘର ·ଲିଛି । ନାମକୁ ମାତ୍ର ଛିଡା ହୋଇଥିବା ଏହି ବାତ୍ୟାଶ୍ରୟ ସ୍ଥଳରେ ନାହିଁ ଆପାଦକାଳୀନ ସୂରକ୍ଷା ସରଂଜାମ । ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳ ଆଡୁ ମୁହଁ ଫେରାଇ ସରକାର ସମୁଦ୍ର ଉପକୂଳରେ ସୁନାମି ଆସିବା ଆଗରୁ ସତର୍କ ସୂଚନା ମିଳିବା ପାଇଁ ଟାୱାର ବସାଇବାକୁ ଚିନ୍ତା କଲେ । ସୁନାମି ସାମୁଦ୍ରିକ ବାତ୍ୟା ଆସିବାର ୪୮ ଘଣ୍ଟା ପୂର୍ବରୁ ଏହି ସୁନାମି ଟାୱାର ଆଖ ପାଖ ଅଞ୍ଚଳରେ ସାଇରନ ବଜାଇ ଲୋକଙ୍କୁ ସତର୍କ କରାଇବ ଯେ ଆସୁଛି ବିପଦ । ଏଥିପାଇଁ ସରକାର ସମୁଦ୍ର ଉପକୂଳରେ ଥିବା ୬ଟି ଜିଲ୍ଲାର ୨୨ଟି ବ୍ଲକରେ ୧୨୨ଟି ଆଲର୍ଟ ସାଇରନ ସେଣ୍ଟର ଏବଂ ୧୪ଟି ମାଛଧରା ବନ୍ଦରରେ ସାଇରନ ଟାୱାର ନିର୍ମାଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏଥିପାଇଁ ନିର୍ମାଣକାରୀ ସଂସ୍ଥା ଏଲଏଣ୍ଡଟି କମ୍ପାନୀକୁ ଠିକା ବି ଦିଆଯାଇଥିଲା । ଖାଲି ସେତିକି ନୁହଁ ଏହି ୨୨ ଟି ବ୍ଲକରେ ଇମରଜିନ୍ସ ଅପରେସନ ସେଣ୍ଟର ଖୋଲିବାକୁ ମଧ୍ୟ ନିଦେ୍ର୍ଦଶ ହୋଇଥିଲା । ସରକାର ଏହି ସାଇରନ ଟାୱାର ନିର୍ମାଣ ପାଇଁ ଠିକା କମ୍ପାନୀ ଏଲଏଣ୍ଡଟି କୁ ଦେବା ପରେ ମାତ୍ର ୯ ମାସ ମଧ୍ୟରେ ଏହାକୁ ନିର୍ମାଣ କରିବାକୁ ଚୁକ୍ତିପତ୍ର ହୋଇଥିଲା । ୨୦୧୬ ଜୁଲାଇ ୯ ତାରିଖରେ ଏହି ଟାୱାର ସବୁ ନିର୍ମାଣ ହେବା ପାଇଁ ଚୁକ୍ତିପତ୍ର ହୋଇଥିଲା ବେଳେ ଏହାର ନିର୍ମାଣ ଶେଷ ୯ ମାସ ମଧ୍ୟରେ ଅର୍ଥାତ ୨୦୧୭ ମାର୍ଚ୍ଚ ମଧ୍ୟରେ ଶେଷ ହେବାକୁ ମଧ୍ୟ ନିଦେ୍ର୍ଦଶ ଥିଲା । କହିବା ବାହୁଲ୍ୟ ୨୦୧୮ ସେପ୍ଟେମ୍ବର ମାସ ଅଧା ହେଲା । ଅର୍ଥାତ ଚୁକ୍ତିପତ୍ର ୨୧ ମାସ ସମୟ ବିତିଗଲାଣି । ତଥାପି ଏହି ସାଇରନ ଟାୱାର ସମ୍ପୂର୍ଣ୍ଣ ନିର୍ମାଣ ହୋଇପାରିଲା ନାହିଁ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ଏହି ସୁନାମି ଟାୱାର ୧୩୬ଟି ସ୍ଥାନରେ ବସାଯିବାକୁ ନିଷ୍ପତ୍ତି ହୋଇଥିଲା । ଭଦ୍ରକ ଜିଲ୍ଲାରେ ଏଥିରୁ ୧୭ଟି ଟାୱାର ବସିବାକୁ ତାଲିକା ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା – ଏହି ଟାୱାର ନିର୍ମାଣ ବେଳେ ଦୁଇ ପ୍ରକାର ଉଚ୍ଚତା ବି ଠିକ ହୋଇଛି । ମାଛଧରା ବନ୍ଦର ନିକଟରେ ଯେଉଁ ଟାୱାର ନିର୍ମାଣ ହେବ ତାହା ୩୦ ମିଟର ରଖାଯିବାକୁ ନିଷ୍ପତ୍ତି ହୋଇଥିଲା ବେଳେ ଜିଲ୍ଲାର ଅନ୍ୟ ସ୍ଥାନରେ ଯେଉଁ ଟାୱାର ନିର୍ମାଣ ହେବ ତାହାର ଉଚ୍ଚତା ୧୫ ମିଟର ରଖାଯିବ ବୋଲି ଉଲ୍ଲେଖ କରାଯାଇଛି । ଧାମରା, ଚୂଡାମଣି, ବାସୁଦେବପୁର, ଧୁଷୁରୀ, ଚାନ୍ଦବାଲି, ଭଦ୍ରକ ଆଦି ସ୍ଥାନରେ ଯେଉଁ ଟାୱାର ନିର୍ମାଣ ହେବ ତାହା ୩୦ ମିଟର ଉଚ୍ଚତା ହେବ । ସୁନାମି ଟାୱାର ଉପକୂଳବର୍ତ୍ତି ଜିଲ୍ଲା ପାଇଁ ଏକ ନୂଆ ପ୍ରକଳ୍ପ ଥିଲେ ମଧ୍ୟ କେଉଁ ଦିନେ ଏହି ଟାୱାର ଖୁଣ୍ଟରୁ ସୁନାମି ସାଇରନ ବାହାରିବ ତାହାକୁ ଲୋକେ ଅପେକ୍ଷା କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com