CHIKISHA-RU-BANCHITAJhumpura-(3)

ସରକାରୀ ଯୋଜନାରୁ ବଞ୍ଚôତ ଆଦିବାସୀ ପରିବାର

8

ଝୁମ୍ପୁରା,୧୪ା୯(ଆପ୍ର): ଝୁମ୍ପୁରା ବ୍ଲକ, ନହବେଡା ଗ୍ରାମ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗ୍ରାମ ରାମଚନ୍ଦ୍ରପୁର । ନହବେଡା ଗ୍ରାମ ପଞ୍ଚାୟତର ୨ନଂ ୱାର୍ଡରେ ଏହି ଗ୍ରାମଟି ରହିଛି । ଗ୍ରାମର ୨ପାଶ୍ୱର୍ରେ ପାହାଡ ଓ ଜଙ୍ଗଲ ରହିଥିବା ବେଳେ ଚାଷ ସହିତ ଦିନ ମଜୁରୀଆ ଭାବେ ଜୀବନଜୀବିକା ନିର୍ବାହ କରିଥାନ୍ତି ରାମଚନ୍ଦ୍ରପୁରର ଗ୍ରାମ ବାସିନ୍ଦା । ରମେଶ ମୁଣ୍ଡା(୪୦ବର୍ଷ) । ରମେଶ ଙ୍କ ସ୍ତ୍ରୀ ରେବତୀ ମୁଣ୍ଡା ୭ବର୍ଷ ହେବ ଇହଧାମ ତ୍ୟାଗ କରିଛନ୍ତି । ସ୍ୱାମୀ ରମେଶଙ୍କ ଦାୟିତ୍ୱରେ ୩ଟି ସନ୍ତାନ । ବଡପୁଅ ବନ୍ଦନ ମୁଣ୍ଡାର ବୟସ ୧୬ବର୍ଷ । ଝିଅ ମାନୀ(୧୪) ଓ ସାନପୁଅ କାଶିନାଥ (୧୦ବର୍ଷ) । ଭାଙ୍ଗି ଯାଇଥିବା ନୁଆଁଣିଆ ଚାଳଛପର ଘରେ ୩ ସନ୍ତାନକୁ ନେଇ ରହୁଥିବା ବେଳେ ପାରିବାରିକ ସ୍ଥିତି ନେଇ ବଡ ପୁଅ ବନ୍ଦନ ୬ଷ୍ଠ ଶ୍ରେଣୀରୁ ପାଠପଢା ଛାଡି ଶିଶୁ ଶ୍ରମିକ ସାଜିଛି । ଝିଅ ମାନୀ ସରକାରୀ ଛାତ୍ରବାସ ନହବେଡାରେ ରହି ପାଠ ପଢୁଥିବା ବେଳେ, ସାନପୁଅ କାଶିନାଥ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ପଢନ୍ତି । ରମେଶ ମୁଣ୍ଡା ଗତ ୩ମାସ ହେଲା ରୋଗାକ୍ରାନ୍ତ ଓ ଶର୍ଯ୍ୟାଶାୟୀ, କାମଦାମକୁ ଯିବା ଦୂରର କଥା, ବସାଉଠା ମଧ୍ୟ କରିପାରୁ ନାହାଁନ୍ତି । ବଡପୁଅ ପର ଘରେ କାମ କରି ଯାହା ରୋଜଗାର କରେ, ସେଥିରେ ପରିବାର ଚଳେ । ଅନ୍ୟ ପିଲା ୨ଟିର ପାଠପଢା ବନ୍ଦ ହେବା ଉପରେ । ଔଷଧ ପାଇଁ ଅର୍ଥ ସାଜିଛି ବାଧକ ।
ସୂଚନାଯୋଗ୍ୟ ଯେ, ସରକାରଙ୍କ ଜନ କଲ୍ୟାଣକାରୀ ମାଳମାଳ ଯୋଜନା ରହିଥିଲେ ବି ରମେଶ ପାଇଁ ଅପହଞ୍ଚ । ନା ଅଛି ଘର, ରାଶନକାର୍ଡ, ନା ସ୍ୱାସ୍ଥ୍ୟସେବା ଯୋଜନା, ପାଇବାର ଯୋଗ୍ୟ ହୋଇଥିଲେ ବି ଏଯାଏଁ ସେ ବଞ୍ଚିତ ଅଛନ୍ତି । ପଞ୍ଚାୟତ ସ୍ତରରେ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଆବେଦନ କରିବା ସତ୍ତ୍ୱେ୍ୱ କୌଣସି କିଛି ମିଳିନାହିଁ । ସେହିପରି ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଗାଁକୁ ଯିବା ଆସିବା କରୁଥିବା ବେଳେ, ରୋଗାକ୍ରାନ୍ତ ରମେଶଙ୍କ ବିଷୟରେ ଏଯାଏଁ ଅଜଣା ରହିବା ଆଶ୍ଚର୍ଯ୍ୟର କଥା । ଏପରି ସ୍ଥିତିରେ ଗ୍ରାମବାସୀ ଆଗେଇ ଆସି ଗତ ୨୮ଅଗଷ୍ଟରେ ଝୁମ୍ପୁରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କ୍ରମାଗତ ଭାବେ କାଶ ହୋଇ ଯନ୍ତ୍ରଣା ଭୋଗୁଥିବା ରମେଶ ମୁଣ୍ଡାର ରକ୍ତ, କଫ ପରୀକ୍ଷା ନ କରି, କେବଳ ଗୋଟିଏ ସାଲାଇନ ଦେଇ ଡାକ୍ତରଖାନାରୁ ବିଦା କରି ଦିଆଗଲା । ଏବେ ରମେଶଙ୍କ ସ୍ୱାସ୍ଥ୍ୟ ସ୍ଥିତି ବହୁ ବିପଦ ଜନକ ଅବସ୍ଥାରେ ରହିଛି । ଚାରି ଆଡୁ ନିରାଶ ହେବା ପରେ କୌଣସୀ ସହୃଦୟ ବ୍ୟକ୍ତିଙ୍କ ପରାମର୍ଶରେ ତାଙ୍କ ବଡପୁଅ ଗୁରୁବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ଜଣାଇଲା ପରେ ଗଣ ମାଧ୍ୟମ ପ୍ରତିନିଧିମାନେ ଅପରାହ୍ନରେ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କଲେ । ଅପରପକ୍ଷରେ ବ୍ଲକ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରମେଶ ନାୟକଙ୍କୁ ଏ ନେଇ ପଚାରିବାରୁ ଏ ବିଷୟରେ ସେ ଜାଣି ନାହାନ୍ତି କି କେହି ଜଣାଇ ନଥିବା କହିଥିଲେ । ସେହିପରି ରାସନକାର୍ଡ, ସ୍ୱାସ୍ଥ୍ୟକାର୍ଡ, ଖଣିକ୍ଷତିଗ୍ରସ୍ଥ ଘର ସମ୍ବନ୍ଧରେ ପଚାରିବାରୁ ନହବେଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବବିତା ନାଏକ ଏବଂ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭଗବାନ ସାହୁ ଏ ବିଷୟରେ ଜାଣି ନଥିବା ପ୍ରକାଶ କରିଛନ୍ତି । ଝୁମ୍ପୁରା ବିଡିଓ ଜୟଶ୍ରୀ ବେଉରାଙ୍କ ସହିତ ଯୋଗାଯୋଗ କରିଥିଲେ ବି କଥା ହୋଇପାରି ନଥିବା କୁହାଯାଇଛି ।




Powered by odothemes.com