ban

୩୨୮ ଔଷଧ ନିଷିଦ୍ଧ

120

ସାରିଡନ, ପାନ୍ଡ୍ରମ, ଗ୍ଲୁକୋନର୍ମ ପିଜି, କୋରେକ୍ସ ବିକ୍ରି ଓ ପ୍ରସ୍ତୁତି ବନ୍ଦ
ନୂଆଦିଲ୍ଲୀ, ୧୩ା୯: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଫିକ୍ସଡ୍ ଡୋଜ୍ କମ୍ବିନେସନ (ଏଫ୍ଡିସି) ବ୍ରାଣ୍ଡର ୩୨୮ ଔଷଧକୁ ନିଷିଦ୍ଧ କରିଛନ୍ତି । ଏହାଛଡା ଆଉ ୬ ଔଷଧକୁ ମଧ୍ୟ ଏଥିରେ ସାମିଲ କରିଛନ୍ତି । ତୁରନ୍ତ ଏହାର ବିକ୍ରି, ଉତ୍ପାଦନକୁ ନିଷିଦ୍ଧ କରାଯାଇଛି । ଏହି ଔଷଧଗୁଡିକ କୌଣସି କାର୍ଯ୍ୟ କରୁନଥିବା ବେଳେ ଏହାର ବ୍ୟବହାର ଦ୍ୱାରା ବିଭିନ୍ନ ପାଶ୍ୱର୍ପ୍ରତିକ୍ରିୟା ସୃଷ୍ଟି ହୋଇ ମଣିଷ ଶରୀର ଉପରେ ଏହାର କୁପ୍ରଭାବ ପଡୁଥିବା ରିପୋର୍ଟରୁ ଜଣାପଡିଛି । ଏହାମଧ୍ୟରେ ବହୁଳ ବ୍ୟବହାର ହେଉଥିବା ପେନ୍କିଲର ସାରିଡନ୍, ପାନ୍ଡ୍ରମ (ସ୍କିନ୍ କ୍ରିମ୍), ଗ୍ଲୁକୋନର୍ମ ପିଜି (ମଧୁମେହ ଔଷଧ), ଟାକ୍ସିମ୍ ଏଜେଡ୍, ଲୁପିଡକ୍ସ (ଆଣ୍ଟିବାଓଟିକ୍), ଡି-କୋଲ୍ଡ, କୋରେକ୍ସ କଫ୍ ସିରଫକୁ ନିଷିଦ୍ଧ କରାଯାଇଛି ।
୨୦୧୬ ମାର୍ଚ୍ଚ ୧୦ରେ ୩୪୪ ଏଫ୍ଡିସି ଔଷଧକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିଲେ । ତେବେ ଏ ବାବଦରେ କମ୍ପାନୀଗୁଡିକ ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ମାମଲା ଦାଏର କରିଥିଲେ । ତେବେ ଶେଷରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ସମସ୍ତ ବ୍ରାଣ୍ଡକୁ ନିଷିଦ୍ଧ କରିଛନ୍ତି । ପାଖାପାଖି ପ୍ରାୟ ୬ ହଜାର ଲୋକପ୍ରିୟ ଔଷଧକୁ ନିଷିଦ୍ଧ କରାଯାଇଛି । ଏହି ଔଷଧର ପ୍ରସ୍ତୁତିକୁ କେତେକ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ମଧ୍ୟ ନିଷିଦ୍ଧ କରିଥିଲେ । ୨୦୧୭ ଡିସେମ୍ବର ୧୫ରେ ଡ୍ରଗ୍ସ ଟେକ୍ନିକାଲ୍ ଆଡ୍ଭାଇଜରୀ ବୋର୍ଡ (ଡିଟିଏବି)ର ରିପୋର୍ଟକୁ ପରୀକ୍ଷା ନିରୀକ୍ଷା କରିଥିଲେ । ରିପୋର୍ଟ ଅନୁଯାୟୀ ଏହି ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀଗୁଡିକ ରୋଗରୁ ଉପଷମ ଦେବାରେ କୌଣସି ଲକ୍ଷଣ ନାହିଁ । ବରଂ ଏହା ଲୋକଙ୍କ ଉପରେ ବିପଦ ସୃଷ୍ଟି କରୁଛି । ସେହିଭଳି ଅନ୍ୟ ୬ ଏଫ୍ଡିସି ବ୍ରାଣ୍ଡ୍ର ବିକ୍ରି ଓ ପ୍ରସ୍ତୁତିକୁ ନିଷିଦ୍ଧ କରାଯାଇଛି । ସୁପ୍ରିମ୍କୋର୍ଟ କହିଥିଲେ ଯେ କେନ୍ଦ୍ର ସରକାର ଡିଟିଏବି ରିପୋର୍ଟକୁ କାର୍ଯ୍ୟକାରୀ କରୁନାହାନ୍ତି । ୧୯୮୦ ପୂର୍ବରୁ ଭାରତରେ ନିର୍ମାଣ ହେଉଥିବା ଔଷଧଗୁଡିକୁ ନିଷିଦ୍ଧ କରିନାହାନ୍ତି । ୩୪୪ ଔଷଧ ମଧ୍ୟରୁ ମାତ୍ର ୧୫ଟିକୁ ନିଷିଦ୍ଧ କରାଯାଇଥିଲା । ତେବେ ବର୍ତ୍ତମାନ ଏହି ନିଷିଦ୍ଧାଦେଶ ଫଳରେ ୭୪୦ କୋଟି ଟଙ୍କାର କାରବାର କ୍ଷତିଗ୍ରସ୍ତ ହେବ । ତେବେ ୧୫ ଔଷଧ ଉପରେ ଆଉଥରେ ଅନୁସନ୍ଧାନ କରିବା ପାଇଁ ସୁପ୍ରିମ୍କୋର୍ଟ ମନ୍ତ୍ରାଳୟକୁ କହିଛନ୍ତି । ତେବେ କିଛି ଔଷଧ କମ୍ପାନୀ କହିଛନ୍ତି ଯେ ଗତ କିଛିବର୍ଷ ହେବ ସେମାନେ ପର୍ଯ୍ୟାୟକ୍ରମେ ଏହି ଔଷଧଗୁଡିକରେ ବ୍ୟବହାର ହେଉଥିବା ସାମଗ୍ରୀକୁ ପରିବର୍ତ୍ତନ କରିଛନ୍ତି । ମାତ୍ର ସେମାନଙ୍କ ଦାବିର ୨%ରୁ କମ୍ ସତ୍ୟ ଥିବା ଅନୁମାନ କରାଯାଉଛି ।




Powered by odothemes.com