kandhamal

ଅନ୍ଧବିଶ୍ୱାସ: ଦିବ୍ୟାଙ୍ଗଙ୍କୁ ନିଆଁରେ ପୋଡ଼ିଲେ

24

ଫୁଲବାଣୀ/ବାଲିଗୁଡ଼ା (ବୁ୍ୟରୋ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଭଗାମୁଣ୍ଡା ସାହିର ମହାମାୟା ମନ୍ଦିରରେ ଧର୍ମ ନାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦିବ୍ୟାଙ୍ଗଙ୍କୁ ଆରୋଗ୍ୟ କରିବା ଲାଗି ଅନ୍ଧବିଶ୍ୱାସକୁ ଆପଣାଯାଇଛି । ଭଗାମୁଣ୍ଡା ସାହିର ସ୍ୱର୍ଗତ୍ ତାରିଣୀ ଚରଣ ନନ୍ଦଙ୍କ ଦିବ୍ୟାଙ୍ଗ ପୁଅ ଭବାନୀ ଶଙ୍କରଙ୍କୁ ଗତ ଶନିବାର ଭୁଲାଇ ମନ୍ଦିର ଭିତରେ ଅମାନୁଷିକ ଭାବରେ ଏକ ବାଡ଼ିରେ ଗୋଡ଼ ଦୁଇଟିକୁ ଉପରେ ବାନ୍ଧି ମୁଣ୍ଡ ତଳକୁ କରି ଝୁଲାଇ ରଖିବା ସହିତ ତଳ ପଟରୁ ଏକ ବଡ଼ କଡ଼ାଇରେ ନିଅାଁ ଲଗାଯାଇଥିଲା । ସେଥିରେ ଝୁଣା ମରାଯାଇଥିଲା ଉକ୍ତ ନିଆଁରେ ଭବାନୀ ଶଙ୍କର ପୋଡ଼ିଯାଉଥିଲେ ହେଁ ନିଆଁରୁ ତାଙ୍କୁ ବାହାର କରାଯାଇନଥିଲା । ଏଥିରେ ତାଙ୍କ ଶରୀରର ୭୦% ପୋଡ଼ିଯାଇଛି ।
ଏଭଳି ଅମାନୁଷିତ କାଣ୍ଡ ଘଟିବାର ଦୀର୍ଘ ସାତ ଦିନ ବିତି ଯାଇଥିଲେ ମଧ୍ୟ ମେଡିକାଲରେ ଭବାନୀ ଶଙ୍କରଙ୍କୁ ଭର୍ତ୍ତି କରାନଯାଇ ପୋଡ଼ା ଅବସ୍ଥାରେ ଉକ୍ତ ମନ୍ଦିର ଭିତରେ ଲୁଚାଇ ରଖାଯାଇ ଘରୋଇ ଭାବେ ଚିକିତ୍ସା କରାଯାଉଛି । ଯଦି ଭବାନୀଙ୍କୁ ମେଡିକାଲରେ ଭର୍ତ୍ତି ନକରାଯାଏ, ତାହେଲେ ମୃତୁ୍ୟ ସୁନିଶ୍ଚିତ । ଏହି ଘଟଣା ବାହାରେ ପ୍ରକାଶ ନ କରିବାକୁ କିଛି ଲୋକ ଧମକ ଦେଇଥିବାରୁ ସମସ୍ତେ ଚୁପ୍ ଅଛନ୍ତି ।ଏଥିରେ ତୁରନ୍ତ ପ୍ରଶାସନ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com