COAL-CHORA---2018-PHOTO-TIHIDI

୫ ଗିରଫ, ୩୫ ଫେରାର

62

ଟ୍ରେନ ଅଟକାଇ କୋଇଲା ଲୁଟ୍ ପ୍ରସଙ୍ଗ
ତିହିଡ଼ି(ଆପ୍ର): ଅଗଷ୍ଟ ୨୯ ତାରିରେ ଧାମରା ରେଳପଥ ଦେଇ ଯାଉଥିବା କୋଇଲା ବୋଝେଇ ଟ୍ରେନ୍କୁ ପାଳିଆ-ଜିଝାରପୁର ମଝିରେ ଅଟକାଇ ଲୁଟ କରାଯାଇଥିଲା । ଅଗଷ୍ଟ ୩୦ରେ ବନ୍ଦର ସୁରକ୍ଷା ଓ ରେଳ ସୁରକ୍ଷା ଅଧିକାରୀମାନେ ତିହିଡି ଥାନାରେ ଏତଲା ଦେବା ପରେ ପୁଲିସ ୪୦ରୁ ଅଧିକ ଲୋକଙ୍କ ନାମରେ ମୋକଦ୍ଦମା ରୁଜୁ କରିଥିଲା । ଏହାର ଦୁଇ ଦିନ ପରେ ଜିଝାରପୁର ଗ୍ରାମର ନେପାଳିକୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟମାନେ ଫେରାର ଥିଲେ । ତିହଡ଼ିି ପୁଲିସ ଗୁରୁବାରଦିନ ହାଟୁଆରୀ ଗ୍ରାମର ମହାଦେବ ମହାଳିକକୁ ଗିରଫ କରିବା ସହ ତା’ ଘରୁ ୩୫ ବସ୍ତା କୋଇଲା ଜବତ କରିଛି । ସେହିପରି ନୟାନନ୍ଦ ଗ୍ରାମରୁ ନିରାକାର ଜେନା, ରମାକାନ୍ତ ଜେନା, ରବିନାରାୟଣ ଜେନା ଓ ସୁରେଶ ଜେନାଙ୍କୁ ମିଶାଇ ୫ ଜଣ ଟ୍ରେନ ଡକାୟତଙ୍କୁ ଗିରଫ କରି କୋର୍ଟ ·ଲାଣ କରାଯାଇଛି । ତେବେ ଡକାୟତିର ମାଷ୍ଟରମାଇଣ୍ଡ କୁହାଯାଉଥିବା ୩ ଜଣ ଏବେ ସୁଦ୍ଧା ଫେରାର ଅଛନ୍ତି ।
କୁହାଯାଉଛି, ଏହି ୩ ଲୁଟେରା କୋଇଲା ଚୋରି କରି କୋଟିପତି ପାଲଟିଛନ୍ତି । ଯଦି ଏମାନଙ୍କ ଉପରେ ଭିଜିଲାନ୍ସ ଓ ଆୟକର ବିଭାଗ ଚଢାଉ କରାଯାଏ ତେବେ ପ୍ରତି ଘରୁ କୋଟିଏ ଟଙ୍କାର ସମ୍ପତ୍ତି ମିଳିବ ବୋଲି ବୋଲି ଆଲୋଚନା ହେଉଛି । ଘରେ ଥିବା ୪ ରୁ ୫ ଟି ପଲଙ୍କ (ଯାହାର ଦାମ ପ୍ରତି ପଲଙ୍କ ପିଛା ଦେଢ ଲକ୍ଷ ହେବ) ଏମାନେ ବ୍ୟବହାର କରୁଛନ୍ତି । ବୁଲେଟ ଚଢୁଛନ୍ତି ଏବଂ କୋଇଲା ଚୋରି ପାଇଁ ୩ ରୁ ୪ ପିକ୍ଅପ୍ ଭ୍ୟାନ ଲଗାଇଛନ୍ତି । ଏମାନଙ୍କ ନିକଟରେ ଦାମିକା ତଥା ଶକ୍ତିଶାଳୀ ମାରଣାସ୍ତ୍ର ବି ରହିଛି । ପାଳିଆ, ନୂଆନନ୍ଦ ଅଞ୍ଚଳରେ ସଂପୃକ୍ତ ୩ ଯୁବକ ଏବେ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ପାଲଟିଛନ୍ତି ।

ସେଆର କରନ୍ତୁ:



Powered by odothemes.com