DHAMARA-CHANDINIPAL-MACHA-ADAT---2018-PHOTO-TIHIDI

ମତ୍ସ୍ୟ ଅବତରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଧୀବର ସଂଘର ମେଳି

25

ଧାମରା, ୧୩ା୯(ଆପ୍ର): ଧାମରା ମାଛଧରା ବନ୍ଦର ଠାରୁ ୮ କିଲୋମିଟର ଦୂରରେ ଥିବା ଚନ୍ଦିନିପାଳ ଠାରେ ଏକ ମତ୍ସ୍ୟ ଅବତରଣ କେନ୍ଦ୍ର ସରକାରଙ୍କ ତରଫରୁ ତୁରନ୍ତ ନିର୍ମାଣ କରିବା ପାଇଁ ଆଜି ଶହ ଶହ ଧୀବର ଏକଜୁଟ ହୋଇ ସରକାରଙ୍କର ବିଭିନ୍ନ ବିଭାଗକୁ ନିବେଦନ ପତ୍ର ଦେଇଛନ୍ତି । ବୈତରଣୀ ବାଲିଚର ମତ୍ସ୍ୟଜୀବି ବ୍ୟବସାୟୀ ସଂଘ ଚନ୍ଦିନିପାଳ ଅମର ନଗର ତରଫରୁ ଆଜି ଏହି ଧୀବର ମେଳି ହୋଇଥିଲା । ସଂଘର ସଭାପତି ଅମର ଜେନା ଘୋଷଣା କରିଥିଲେ । ଏଠାରେ ପ୍ରତିଦିନ ୧୦୦୦ ରୁ ଅଧିକ ଟ୍ରଲର, ଗିଲେଟିନ, ବୋଟ ଲାଗୁଛି । ସମୁଦ୍ର ରୁ ମାଛ ମାରି ଆସୁଥିବା ଧୀବରମାନେ ଚନ୍ଦିନିପାଳ ରେ ଏକ ମାଛ ଅକ୍ସନ କେନ୍ଦ୍ର ବି ତିଆରି କରିଛନ୍ତି । ପ୍ରତିଦିନ ଟନ ଟନ ମାଛ ଏହି ସ୍ଥାନରେ କଣ୍ଟା ହେଉଛି । ଟ୍ରଲର ରୁ ଆସିଥିବା ମାଛ ବ୍ୟବସାୟୀ ସଂଘ ଦ୍ୱାରା କଣ୍ଟା ହେବା ଦ୍ୱାରା ଉପଯୁକ୍ତ ମୂଲ୍ୟ ବି ଟ୍ରଲର ମାଲିକ ପାଉଛନ୍ତି । ତେଣୁ ସରକାର ଏଠାରେ ଏକ ମତ୍ସ୍ୟ ଅବତରଣ କେନ୍ଦ୍ର ପ୍ରତିଷ୍ଠା କରନ୍ତୁ । ଖାଲି ସେତିକି ନୁହଁ – ହଜାରେ ଟ୍ରଲର ଲାଗୁଥିବା ସ୍ଥାନରେ ପିଇବା ପାଣି ଟୋପାଏ ନାହିଁ । ହଜାରେ ଟ୍ରଲର ର ୫ ଜଣ କରି ସଦସ୍ୟ ୫ ହଜାର ଟ୍ରଲର କର୍ମ·ରୀ ସକାଳୁ ରାତି ଯାଏଁ ଏଠାରେ ଚଳ ପ୍ରଚଳ କରୁଥିଲେ ମଧ୍ୟ ଶୌଚାଳ ଟିଏ ନାହିଁ । ସନ୍ଧ୍ୟା ପରେ ଖାଁ ଖାଁ ଲାଗୁଛି ଚନ୍ଦିନିପାଳ ଅଞ୍ଚଳ । ଟାୱାର ଲାଇଟ ଏଠାରେ ନଥିବା ବେଳେ କାଦୁଅ ପଚ ପଚରେ ବରଫ ନେବା ଆଣିବା କରୁଛନ୍ତି ଟ୍ରଲର କର୍ମ·ରୀ ନିଜ ଟ୍ରଲର କୁ । ତେଣୁ ସଂଘର ସଭାପତି ଅମର ଜେନା, ସଂପାଦକ ଗୟାଧର ନାୟକ, ଅଶୋକ ଗିରି, କୋଷାଧ୍ୟକ୍ଷ ସନ୍ତୋଷ ଜେନା, ଉପସଭାପତି ନନ୍ଦ ମଣ୍ଡଳ, ନାରାୟଣ ଜେନା ପ୍ରମୁଖ ଟ୍ରଲର ମାଲିକ ଓ ସଂଘର ସଦସ୍ୟ ଧୀବରମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ପରେ ସେମାନଙ୍କ ଦୁଃଖ ପ୍ରଶାସନ ଓ ସରକାର ଶୁଣିବା ପାଇଁ ତଳୁ ଉପର ଯାଏଁ ପତ୍ର ଲେଖିଛନ୍ତି । ଦେଖାଯାଉ ମତ୍ସ୍ୟଜୀବି ଙ୍କ ଦୁଃଖ ପ୍ରଶାସନ ଶୁଣୁଛି ନା ନାହିଁ ।




Powered by odothemes.com