Swadhinata-Sangrami-Goura-ch

ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

25

ଭଦ୍ରକ,୧୩ା୯(ଆପ୍ର): ଶତାୟୁ ସ୍ୱାଧୀନତା ସଂଗ୍ରାମୀ ତଥା ସାରସ୍ୱତ ସାଧକ ଶିକ୍ଷାବିତ ସ୍ୱର୍ଗତ ଗୌରଚନ୍ଦ୍ର ମହାପାତ୍ରଙ୍କ ବିୟୋଗରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ପକ୍ଷରୁ ଭାଗବତ କଲ୍ୟାଣମଣ୍ଡପଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ତ୍ୟାଗଭୂମିର ଆବାହ୍ୱକ ଅଜୟ ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଶିକ୍ଷାବିତ ବାସୁଦେବ ବାରିକ୍, ପୂର୍ବତନ ବିଧାୟକ ଥଥା ଘାସଫୁଲର ସଂପାଦକ ବିଷ୍ଣୁ ସେଠୀ, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖିକା ଝରଣା ପଟ୍ଟନାୟକ, ସାହିତ୍ୟ ଏକାଡେମୀର ପୁରସ୍କୁତ ବିଶିଷ୍ଟ ଶିକ୍ଷାବିତ୍ ହୃଦାନନ୍ଦ ପ୍ରାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଶତାୟୁ ସ୍ୱାଧନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ହରେକୃଷ୍ଣ ନାୟକ, ଶିକ୍ଷାବିତ ଶାନ୍ତନୁ ରାଉତ, କରୁଣାକର ବେହୁରିଆ, ସୁଧାକର ରାଉତ, ସୁର୍ଦଶନ ବାରିକ, ଗଗନ ବିହାରୀ ରାଉତ, ଆଇନଜୀବୀ ଗିରିଧାରୀ ନାଥ, ଡା. ପ୍ରଦୀପ ନାୟକ, ଅଗଣି ଚରଣ ଜେନା, ଆଇନ୍ଜୀବୀ ଦିବ୍ୟସଂହ ନାୟକ, ଶିକ୍ଷୟିତ୍ରୀ ସୁରଜିତା ନାୟକ, ବିଜୟ ସାହୁ, ଶିବଚରଣ ଖାମୁରାଇ, ଅମର ନାୟକ, ଅମର ବାରିକ, ପବନ ଶର୍ମା, ଶିକ୍ଷୟିତ୍ରୀ ଚାରୁଲତା ମହାପାତ୍ର, ସଂଗ୍ରାମ କେଶରୀ ମହାନ୍ତି, ଅଧ୍ୟାପକ ନାସିର ବକ୍ସ ସମେତ ଶତାଧିକ ବିଶିଷ୍ଟ ବ୍ୟକ୍ତିମାନେ ସ୍ୱାଧୀନତା ସଂଗ୍ରାମୀ ଗୌରଚନ୍ଦ୍ର ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍ମୃତିଚାରଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com