2

୩ ହଜାରରୁ ଊଦ୍ଧ୍ୱର୍ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

11

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ଢେଙ୍କାନାଳ/କଣ୍ଟାବଣିଆ(ଆପ୍ର): ଢେଙ୍କାନାଳ ଜିଲ୍ଲାରେ ଓଡ଼ିଶାର ପ୍ରତିଭାବାନ ଜ୍ୟୋର୍ତି ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ଆରମ୍ଭ ହୋଇଯାଇଛି । ଟାଟା ଷ୍ଟିଲ୍ ଓ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ୧୨ତମ ସଂସ୍କରଣ ସେପ୍ଟେମ୍ବର ୧୧ ଓ ୧୨ ତାରିଖ ଦିନ କୁଶୁପଙ୍ଗା ପଞ୍ଚାୟତର କୁଶୁପଙ୍ଗା ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ଓ ଓଡ଼ପଦା ବ୍ଲକ୍ର ଖାଡ଼ଗା ପ୍ରସାଦ ପଞ୍ଚାୟତର ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ପ୍ରବନ୍ଧ ଏବଂ ଓପନ୍ କୁଇଜ୍ ପ୍ରତିଯୋଗିତାରେ ୬ଷ୍ଠରୁ ୧୦ମ ଶ୍ରେଣୀର ମୋଟ ୨୦୬ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭୂଷଣ ଷ୍ଟିଲ କର୍ପୋରେଟ୍ (ସିଏସ୍ଆର) ବିଭାଗ ମୁଖ୍ୟ ଦିବ୍ୟହାସ ରାୟ ଓ ଭୂଷଣ ଷ୍ଟିଲ ସିଏସ୍ଆର ବିଭାଗର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ସୌଭାଗ୍ୟ ରଞ୍ଜନ ଦାସ ଯୋଗ ଦେଇ କୁଇଜ୍ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ କୁଶପଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବାମଦେବ ବେହେରା ଓ ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଦେବେନ୍ଦ୍ର ଶତପଥୀ ଓ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଏବଂ ଶିକ୍ଷୟିିତ୍ରୀ ଉପସ୍ଥିତ ଥିଲେ । ଢେଙ୍କାନାଳ ଜିଲ୍ଲାର ୧୫ଟି ବିଦ୍ୟାଳୟ ଯଥା ବିବି ଉଚ୍ଚ ବିଦ୍ୟାଳୟ, ବାନସିଂହ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଏସ୍ ଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସୁଧାକର ସାମନ୍ତ ସିଂହାର ଉଚ୍ଚ ବିଦ୍ୟାଳୟ ଓ ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟରୁ ମୋଟ ୩,୩୨୩ ପ୍ରତିଯୋଗୀ ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ଦିନରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଅନ୍ୟ କିଛି ବିଦ୍ୟାଳୟରେ ଉକ୍ତ ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସେଆର କରନ୍ତୁ:



Powered by odothemes.com